www.samajalive.in
Friday, December 5, 2025
27.1 C
Bhubaneswar

ବୌଦ୍ଧରୁ ପୁରୁଣାକଟକକୁ ଗଡିଲା ରେଳ ;ଦେଖିବା ପାଇଁ ଲୋକଙ୍କ ଭିଡ଼…

ହରଭଙ୍ଗା : ବହୁଦିନର ପ୍ରତୀକ୍ଷା ପରେ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥରେ ବୌଦ୍ଧରୁ ପୁରୁଣାକଟକକୁ ରେଳ ଇଂଜିନ ପରୀକ୍ଷାମୂଳକ ଭାବେ ଗଡିଛି। ଦେଖିବା ପାଇଁ ସେଠାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଖୁସିରେ ଲୋକେ ଫଟୋ, ଭିଡିଓ ସହିତ ସେଲଫି ନେଇ ନିଜ ନିଜ ସୋସିଆଲ ମିଡ଼ିଆରେ ଛାଡିଥିବା ଦେଖିବାକୁ ମିଳିଛି। ଗତ ରବିବାର ବୌଦ୍ଧରୁ ବିର ନରସିଂହପୁର ପର୍ଯ୍ୟନ୍ତ ରେଳ ଇଂଜିନ ଗଡିଥିଲା। ଦୁଇଦିନ ମଧ୍ୟରେ ହରଭଙ୍ଗା ବ୍ଲକରେ ରେଳ ଇଂଜିନ ଗଡିବା କାର୍ଯ୍ୟ ତ୍ୱରାନ୍ୱିତ ପରେ ଦୀର୍ଘ ୩୭ ବର୍ଷର ଅପେକ୍ଷା ପୂରଣ ହୋଇ ପାରିଛି। ମାତ୍ର ବ୍ଲକର ଆଡ଼େନିଗଡ଼ ଠାରେ ଚାଲିଥିବା ଦୀର୍ଘ ୪.୧୮୫ କିମି ଲମ୍ୱର ସୁଡ଼ଙ୍ଗ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ହରଭଙ୍ଗା ବ୍ଲକ ସଦରମହକୁମାକୁ ରେଳ ସଂଯୋଗ ସମ୍ଭବ ହୋଇପାରିବ। ସୁଡ଼ଙ୍ଗ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଥିବାରୁ ଆସନ୍ତା ବର୍ଷେ କି ଦୁଇ ବର୍ଷ ମଧ୍ୟରେ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ସମ୍ପୂର୍ଣ୍ଣ ହେବା ଆଶା କରାଯାଉଛି।

ଅକ୍ଟୋବରରେ ଦୁର୍ଲ୍ଲଭ ଯୋଗ ; ୪ ରାଶିଙ୍କୁ ଭାଗ୍ୟଶାଳୀ କରିବ ଏହି ୪ ଗ୍ରହଙ୍କ ଚଳନ, ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ ସହ ସଫଳତା..

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories