www.samajalive.in
Wednesday, December 10, 2025
17.1 C
Bhubaneswar

ନିୟମିତ ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କଲେ ମିଳେ ଏହି ଶୁଭଫଳ

ରବିବାର ଦିନଟି ପ୍ରଭୁ ସୂର୍ଯ୍ୟଦେବତାଙ୍କୁ ସମର୍ପିତ ଅଟେ। ସମସ୍ତ ଗ୍ରହ ମାନଙ୍କର ରାଜା ତଥା ସକଳ ଶକ୍ତିର ଆଧାର ହେଉଛନ୍ତି ସୂର୍ଯ୍ୟ ଦେବତା। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାର କିଛି ସାଧାରଣ ନିୟମ ଓ କାରଣ ମଧ୍ୟ ରହିଛି। ବିଭିନ୍ନ କାରଣ ହେତୁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରାଯାଇଥାଏ।
ଜଳ ଅର୍ପଣର ନିୟମ………
ନିୟମିତ ସ୍ନାନ ସାରି ସକାଳ ୯ଟା ମଧ୍ୟରେ ଜଳ ଅର୍ପଣ କଲେ, ଏହା ଅତ୍ୟନ୍ତ ଶୁଭ ହୋଇଥାଏ।
ଜଳ ଅର୍ପଣ ସମୟରେ ଏକ ଆସନ ଉପରେ ଠିଆ ହେବା ଆବଶ୍ୟକ ଅଟେ।
ତମ୍ବା ପାତ୍ରରେ ଜଳ ନେଇ ଯେକୌଣସି ଲାଲ ରଙ୍ଗର ପୁଷ୍ପ, ଅରୁଆ ଚାଉଳ ଓ ନାଲି ରଙ୍ଗର ଚନ୍ଦନ ଅର୍ପଣ କଲେ, ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ।
ଜଳ ଅର୍ପଣ ସମୟରେ ‘ଓଁ ସୂର୍ୟ୍ୟା ନମଃ’ ମନ୍ତ୍ର ଜପ କରିବା ଉଚିତ୍‍।
ଜଳ ଅର୍ପଣ ସମୟରେ ସୂର୍ଯ୍ୟଙ୍କୁ ସିଧାସଳଖ ଦର୍ଶନ ନ କରି ଅର୍ପଣ କରୁଥିବା ଜଳ ଧାରାରେ ଦର୍ଶନ କଲେ ବହୁ ଶୁଭ ହୋଇଥାଏ।
ଅର୍ପଣ କରୁଥିବା ଜଳ ନିଜ ପାଦରେ ପଡ଼ିବା ଉଚିତ ନୁହେଁ। ତେଣୁ ଜଳ ଅର୍ପଣ କରିବା ସମୟରେ ତଳେ ଏକ ପାତ୍ରକୁ ରଖନ୍ତୁ। ଯେପରି ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରୁଥିବା ଜଳ ସେହି ପାତ୍ର ମଧ୍ୟରେ ପଡିବ। ଏହା ପରେ ପ୍ରଣାମ କରି ପାତ୍ରରେ ଥିବା ଜଳକୁ ଗଛରେ ଢାଳି ଦିଅନ୍ତୁ। ଏପରି କରିବା ଦ୍ୱାରା ଗଛ ହୃଷ୍ଟପୃଷ୍ଟ ହୋଇ ବଢିଥାଏ ।
ଜଳ ଅର୍ପଣର କାରଣ ………
ଆତ୍ମାର ସୁଦ୍ଧି ନିମନ୍ତେ ଜଳ ଅର୍ପଣ କରାଯାଇଥାଏ।
ଜଳ ଅର୍ପଣ କରିବା ଦ୍ୱାରା ଆତ୍ମବିଶ୍ୱାସ ବଢିଥାଏ।
ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।
ଶିକ୍ଷା ଓ କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ।
ଜାତକରେ ଗ୍ରହ ମାନଙ୍କ ସ୍ଥିତି ଭଲ ରହିଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories