କଖାରୁ ହାଲୱା

0

ଆବଶ୍ୟକ ସାମଗ୍ରୀ
କଖାରୁ (କୋରି କରି ରଖିବେ)
କ୍ଷୀର
ଚିନି ( ଆବଶ୍ୟକ ଅନୁଯାୟୀ )
ରାବିଡ଼ି
ଗୋଲାପ ଜଳ
ବଟର
ଛୋଟ ଅଳେଇଚ , କାଜୁ, କିସ୍‌ମିସ୍‌, ଅଳ୍ପ ରଙ୍ଗ
ପ୍ରସ୍ତୁତି ପ୍ରଣାଳୀ – ଗ୍ୟାସ୍‌ରେ ବସାଇ କରେଇରେ ବଟର ପକାଇ ଛୋଟ ଅଳେଇଚ ପକାଇବେ । ଏହା ପରେ କଖାରୁ ପକାଇ କ୍ଷୀର ପକାଇବେ । କିଛି ସମୟ ଏହାକୁ ଘାଣ୍ଟିବେ । କିଛି ସମୟ ପରେ ଏବେ ଏଥିରେ କାଜୁ, କିସ୍‌ମିସ୍‌, ରାବିଡ଼ି ଓ ଚିନି ପକାଇବେ । ଏହାକୁ ସୁନ୍ଦର କରିବା ପାଇଁ ଏଥିରେ ଅଳ୍ପ ରଙ୍ଗ ପକାନ୍ତୁ । ପ୍ରସ୍ତୁତ ହୋଇଗଲା କଖାରୁ ହାଲୱା ।

kalyan agarbati
Leave A Reply