www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ସନ୍ଦେହରେ ମା’ବାପାଙ୍କୁ ଘରେ ତାଲା ପକାଇଲା ପୁଅ, ମିଳିଲା ମୃତଦେହ

ଗାଜିଆବାଦ: ରୋଗାକ୍ରାନ୍ତ ମା’ବାପାଙ୍କୁ ପୁଅ ଚିକିତ୍ସା ନ କରି କରୋନା ହୋଇଥିବା ସନ୍ଦେହରେ ଘରେ ବନ୍ଦ କରି ତାଲା ପକାଇଦେଲା। ୨ ଦିନ ପରେ କବାଟ ଖୋଲିବାରୁ ମା’ବାପାଙ୍କ ମୃତଦେହ ମିଳିଲା। ଏଭଳି ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ରଫିଆବାଦରେ। ପଡ଼ୋଶୀମାନେ ଏ ସମ୍ପର୍କରେ ପ୍ରଶାସନକୁ ଖବର ଦେବା ପରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ପହଞ୍ଚି ପରିବାରର ସମସ୍ତ ଲୋକଙ୍କର କୋଭିଡ ଟେଷ୍ଟ କରାଇବାକୁ ପଦକ୍ଷେପ ନେଇଛନ୍ତି।

ସୂଚନା ଅନୁସାରେ, ରଫିଆବାଦରେ ଜଣେ ବୃଦ୍ଧାଙ୍କ ଦେହ ଖରାପ ଥିଲା। ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରିବା ପରେ ତାଙ୍କ ପୁଅ ତାଙ୍କୁ ସ୍ଥାନୀୟ ଅଞ୍ଚଳର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲା। ଡାକ୍ତର ବୃଦ୍ଧାଙ୍କର କରୋନା ପରୀକ୍ଷା କରାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ପୁଅ ପରୀକ୍ଷା ନ କରାଇ ଘରକୁ ନେଇ ଆସି ଗୋଟିଏ ଘରେ ବନ୍ଦ କରି ରଖିଥିଲେ। ବୃଦ୍ଧାଙ୍କ ସ୍ବାମୀ ତାଙ୍କର ଦେଖାଶୁଣା କରିଥିଲେ। ଏହା ମଧ୍ୟରେ ତାଙ୍କ ଶରୀର ବି ଅସୁସ୍ଥ ହୋଇପଡ଼ିଲା। ପୁଅ ତାଙ୍କୁ ମେଡିକାଲ ନେବା ପରେ ଡାକ୍ତର ତାଙ୍କର ମଧ୍ୟ କରୋନା ପରୀକ୍ଷା କରାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ପୁଅ ତାଙ୍କୁ ଘରକୁ ଆଣି ମା’ ରହୁଥିବା ଘରେ ରଖି କବାଟ ବନ୍ଦ କରିଦେଇଥିଲେ। ଗତ ବୁଧବାର ବାପା ଏବଂ ଗୁରୁବାର ମା’ର ମୃତ୍ୟୁ ଘଟିଥିଲା।

- Advertisement -

ସ୍ଥାନୀୟ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରର ସିଏମଓ ଡା. ଏନ.କେ. ଗୁପ୍ତା କୁହନ୍ତି, ମୃତ୍ୟୁର କାରଣ ଜଣାପଡ଼ି ନାହିଁ। କିନ୍ତୁ ଏକ ଟିମ୍‌ ପଠାଇ ଘଟଣାର ଯାଞ୍ଚ କରାଯିବ। ଯଦି ଘରେ ଅନ୍ୟ କୌଣସି ବ୍ୟକ୍ତିଙ୍କର କିଛି ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କର ବି ଯାଞ୍ଚ କରାଯିବ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories