www.samajalive.in
Saturday, December 6, 2025
14.1 C
Bhubaneswar

ଏହି ୩ଟି କାରଣରୁ ଉତ୍ତରପ୍ରଦେଶରେ ପଛରେ ପଡ଼ିଲା ବିଜେପି

ସମାଜ ଡିଜିଟାଲ ଡେସ୍କ: ଚଳିତ ଲୋକ ସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିପାରିଲା ନାହିଁ। ବିଜେପିର ନାରା ‘ଅବ୍‌ କୀ ବାର୍‌ ୪୦୦ ପାର୍‌’ ଫିକା ପଡ଼ିଗଲା। ବିଶେଷ କରି ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ ବିଜେପି ଏଥର ବହୁ ପଛରେ ପଡ଼ିଯାଇଛି। ତେବେ ଏହାର କାରଣ ଖୋଜିବାରେ ସକ୍ଷମ ହୋଇଛି ଦଳ। ଉତ୍ତରପ୍ରଦୋରେ ଦଳର ବିଫଳତାକୁ ନେଇ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ସମୟ ପୂର୍ବରୁ ଏ ଦିଗରେ ପଦକ୍ଷେପ ନିଆଯାଇଥିଲେ ନିର୍ବାଚନରେ ଦଳକୁ ଏଭଳି ସ୍ଥିତିର ସାମ୍ନା କରିବାକୁ ପଡ଼ି ନ ଥାନ୍ତା ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉତ୍ତରପ୍ରଦେଶରେ ଦଳର ଆସନ ସଂଖ୍ୟା ହ୍ରାସ ପାଇବା ପଛରେ ୩ଟି ମୁଖ୍ୟ କାରଣ ରହିଛି ବୋଲି ନିର୍ବାଚନ ପରବର୍ତ୍ତୀ ସମୀକ୍ଷାରୁ ଜଣାପଡ଼ିଛି। ପ୍ରଥମଟି ହେଲା ୨ୟ ଥର ପାଇଁ ସାଂସଦମାନଙ୍କୁ ଟିକେଟ ଦିଆଯିବା ସମ୍ପର୍କରେ ସ୍ଥାନୀୟ ବିଧାୟକମାନଙ୍କ ମତାମତ ନିଆଯାଇ ନ ଥିଲା, ଯେଉଁଥିପାଇଁ ସେମାନେ ନିର୍ବାଚନରେ କୌଣସି ପ୍ରକାର ସହଯୋଗ କରି ନ ଥିଲେ। ଫଳରେ ସାଂସଦ ପ୍ରାର୍ଥୀମାନେ ନିର୍ବାଚନ ଲଢ଼ିଲେ ସତ, କିନ୍ତୁ ଅନ୍ତର୍ଦ୍ବନ୍ଦ୍ଵ ବୃଦ୍ଧି ପାଇଲା। ବିଧାୟକମାନେ ଟିକେଟ ଆବଣ୍ଟନକୁ ନେଇ ଅସନ୍ତୋ​‌ଷ ପ୍ରକାଶ କରିବା ସହିତ ପ୍ରାର୍ଥୀମାନଙ୍କୁ ବିରୋଧ କରିଥିଲେ। ଯେଉଁଥିପାଇଁ ଦଳୀୟ ପ୍ରାର୍ଥୀମାନଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।

- Advertisement -

୨ୟ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଉତ୍ତରପ୍ରଦେଶରେ ବିରୋଧୀମାନେ ସମ୍ବିଧାନ ପ୍ରସଙ୍ଗରେ ଦଳିତମାନଙ୍କୁ ଯେପରି ଏକଜୁଟ କରିପାରିଲେ, ସେପରି ସ୍ଥଳେ ବିଜେପି ଦୃଢ଼ ଭାବରେ ନିଜର ପକ୍ଷ ରଖିପାରି ନ ଥିଲା। ସମ୍ବିଧାନ ପ୍ରସଙ୍ଗରେ ଦଳିତ ଭୋଟ ବ୍ୟାଙ୍କ ବିଜେପି ପ୍ରତି ଅସନ୍ତୋଷ ବ୍ୟକ୍ତ କରିଥିଲା। ବିଜେପି ନିଜର ସ୍ଥିତି ସୁଧାରିବାକୁ ଉଦ୍ୟମ କରିଥିଲେ ହେଁ ଶେଷ ପର୍ଯ୍ୟନ୍ତ ତାହାକୁ ବଜାୟ ରଖିବାରେ ବିଫଳ ହୋଇଥିଲା। ଓବିସି ଭୋଟରଙ୍କ ମଧ୍ୟରେ ବି ବିଜେପି ପ୍ରତି ଅସନ୍ତୋଷ ଦେଖାଦେଇଥିଲା। ଯାହାଫଳରେ ଦଳ ସହିତ ଜଡ଼ିତ ଏହି ବର୍ଗର କାର୍ଯ୍ୟକର୍ତ୍ତାମାନେ ଦଳ ଛାଡ଼ି ଅନ୍ୟ ଦଳଗୁଡ଼ିକ ସହିତ ମିଶିଲେ।

ସେହିପରି ୩ୟ କଥା ହେଲା ଅଧିକାରୀମାନଙ୍କ ଉପରେ ଅଙ୍କୁଶ ନ ରହିବା ଦଳ ପ୍ରତି ହାନିକାରକ ହେଲା। ଅଧିକାରୀରାଜ ବିରୋଧରେ ଜନପ୍ରତିନିଧିମାନେ ଅନେକ ଥର ଦଳୀୟ ବୈଠକରେ ଆପତ୍ତି ଜଣାଇଥିଲେ ହେଁ ସେଥିପ୍ରତି କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏହି ୩ ପ୍ରମୁଖ କାରଣ ପାଇଁ ଉତ୍ତରପ୍ରଦେଶରେ ଦଳକୁ ସଫଳତା ମିଳିଲା ନାହିଁ ବୋଲି ସମୀକ୍ଷାରୁ ଜଣାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories