www.samajalive.in
Friday, December 5, 2025
26.1 C
Bhubaneswar

ଅଭାବନୀୟ: ଥାନା ପରିସରରେ ମା’ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ପୁଅ, ଡାକ୍ତରଖାନାରେ ଆଖି ବୁଝିଲେ ପୀଡ଼ିତା

ସମାଜ ଡିଜିଟାଲ ଡେସ୍କ: ଥାନା ପରିସରରେ ନିଜର ୬୦ ବର୍ଷୀୟା ମା’ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ୨୫ ବର୍ଷୀୟ ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଲିଗଡ଼ରେ। ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିବା ବୃଦ୍ଧା ହେମଲତା ଦେବୀ ହସ୍ପିଟାଲରେ ଆଖି ବୁଜିଛନ୍ତି। ପୁଲିସ ଅଭିଯୁକ୍ତ ଗୌରବ କୁମାରକୁ ଅଟକ ରଖିଛି।

ଏସପି ପଲାଶ ବଂଶଲଙ୍କ ସୂଚନା ଅନୁସାରେ, ହେମଲତାଙ୍କ ସ୍ଵାମୀଙ୍କ ମୃତ୍ୟୁ ପରେ ସେ ନିଜର ୨ ପୁଅଙ୍କ ସହିତ ନଗରିଆ ଗ୍ରାମସ୍ଥିତ ବାପଘରେ ରହୁଥିଲେ। ସେଠାରେ ହେମଲତା ଏବଂ ତାଙ୍କ ଭାଇଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ତେଣୁ ଏହାର ସମାଧାନ ଲାଗି ହେମଲତାଙ୍କ ସହିତ ତାଙ୍କ ଭାଇ ଏବଂ ପୁଅ ଗୌରବକୁ ପୁଲିସ ଥାନାକୁ ଡକାଇଥିଲା। ଥାନାରେ ଆଲୋଚନା ଚାଲିଥିବା ସମୟରେ ପୁଲିସ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ଗୌରବ ନିଜ ମା’ଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ହେମଲତା ଚିତ୍କାର କରି ଜୀବନ ବଞ୍ଚାଇବାକୁ ବାହାରକୁ ଦୌଡ଼ିଥିଲେ। ଥାନାରେ ଉପସ୍ଥିତ ପୁଲିସ କର୍ମଚାରୀ ବି ଭୟଭୀତ ହୋଇପଡ଼ିବା ସହିତ ହଠାତ କିଛି ବୁଝିପାରି ନ ଥିଲେ। କିନ୍ତୁ ତୁରନ୍ତ ହେମଲତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। ଶରୀରର ୭୦ ପ୍ରତଶତ ପୋଡ଼ି ଯାଇଥିବାବେଳେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories