www.samajalive.in
Saturday, December 6, 2025
23.1 C
Bhubaneswar

ଆଜି ମହରମ୍: ତାଜିଆ ଶୋଭାଯାତ୍ରା ଲାଗି ସବୁଠି ପ୍ରସ୍ତୁତି, ବାଲେଶ୍ଵରରେ ବାଜିବନି ଡିଜେ, ଫୁଟିବନି ବାଣ

ଭୁବନେଶ୍ଵର: ଆଜି ତ୍ୟାଗ ଓ ବଳିଦାନର ପର୍ବ ମହରମ୍ । ମୁସଲିମ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ। ବିଭିନ୍ନ ସ୍ଥାନରୁ ବାହାରିବ କାଫେଲା ଶୋଭାଯାତ୍ରା। ଏଥିଲାଗି ସବୁଠି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପବିତ୍ର ମହରମ୍ ଅବସରରେ ବାଲେଶ୍ଵର ଏବଂ ଭଦ୍ରକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ଲାଗି ବାଲେଶ୍ଵରରେ ୪୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୂତୟନ କରାଯାଇଛି। ଡିଜେ ସିଷ୍ଟମ୍ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ସେହିପରି ଭଦ୍ରକ ସହରରେ ଶାନ୍ତିଶୃଙ୍ଖଳାରେ କିପରି ଏହି ପର୍ବ ପାଳନ କରାଯିବ,  ସେନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି। ଭଦ୍ରକ ପୁଲିସ ପକ୍ଷରୁ ମଙ୍ଗଳବାର ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ଏହି ଫ୍ଲାଗ ମାର୍ଚ୍ଚରେ ଭଦ୍ରକ ଏସପି ବରୁଣ ଗୁଣ୍ଠପାଲୀ, ୨ଜଣ ଅତିରିକ୍ତ ଏସପି, ୧୦ଜଣ ଡିଏସପି, ୨୫ଜଣ ଇନ୍ସପେକ୍ଟର, ୧୨୭ ଜଣ ଏସଆଇ/ ଏଏସ ଆଇ ଓ ୨୪ ପ୍ଲାଟୁନ ଫୋର୍ସ ଓ ୩କମ୍ପାନୀ ସିଏପିଏଫ ଫୋର୍ସ  ସାମିଲ ହୋଇଥିଲେ। ଅନ୍ୟପଟେ ସମ୍ବଲପୁରରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାଳନ ହେଉଛି ମହରମ୍ ପର୍ବ। ମଙ୍ଗଳବାର ଧନକଉଡ଼ା ଛକ ପାଖରୁ ମୋତିଝରଣ, ମ୍ୟୁନିସିପାଲିଟି ଛକ, ନନ୍ଦପଡା, ଝାଡ଼ୁଆପଡା ଓ ବାଲିବନ୍ଧା ଦେଇ ବଡବଜାର ପର୍ଯ୍ୟନ୍ତ ପୁଲିସ୍ ଫ୍ଲାଗମାର୍ଚ୍ଚ କରିଛି । ଏଥର ମହରମରେ ତାଜିଆ ଶୋଭାଯାତ୍ରା ସହରର ମୁଖ୍ୟ ରାସ୍ତାରେ ନଯିବାକୁ ନିଷ୍ପତ୍ତି ହୋଇଛି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories