www.samajalive.in
Saturday, December 6, 2025
26.1 C
Bhubaneswar

ମଝି ସମୁଦ୍ରରେ ବୁଡିଗଲା ତେଲ ଟ୍ୟାଙ୍କର; ୧୩ ଭାରତୀୟ ସମେତ ୧୬ଜଣ ନିଖୋଜ

ନୂଆଦିଲ୍ଲୀ: ଓମାନ ମଝି ସମୁଦ୍ରରେ ବୁଡିଗଲା ତେଲ ଟ୍ୟାଙ୍କର । ଫଳରେ ୧୩ଜଣ ଭାରତୀୟ ସମେତ ମୋଟ ୧୬ଜଣ କ୍ରୁ ସଦସ୍ୟ ନିଖୋଜ ଅଛନ୍ତି । ସୋମବାର ଦିନ ଓମାନ ସମୁଦ୍ରରେ ଘଟିଥିଲା ଏହି ଅଘଟଣ । ଓମାନ ସାମୁଦ୍ରିକ ସୁରକ୍ଷାବାହିନୀ ପକ୍ଷରୁ କୁହାଯାଇଛି ଯେ ଜାହାଜଟି କେମୋରୋସ୍‍ ପତାକା ଲଗା ହୋଇଥିବା ଏକ ତେଲ ଟ୍ୟାଙ୍କର ଅଟେ । ନିଖୋଜ କ୍ରୁ ସଦସ୍ୟମାନଙ୍କୁ ଉଦ୍ଧାର କରିବାକୁ ସର୍ଚ୍ଚ ଅପେରସନ ଜାରି ରହିଥିବା କୁହାଯାଇଛି । ଏହି ତେଲ ଟ୍ୟାଙ୍କର ନାମ ପ୍ରେଷ୍ଟିଜ୍‍ ଫାଲକନ୍‍ । ଜାହାଜରେ ମୋଟ ୧୬ଜଣ କ୍ରୁ ସଦସ୍ୟ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ଜଣ ଭାରତୀୟ ଓ ତିନି ଜଣ ଶ୍ରୀଲଙ୍କାର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଜାହାଜଟି ପାଣିରେ ବୁଡିଯିବା ପରେ ଓଲଟି ପଡିଥିଲା ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories