www.samajalive.in
Sunday, December 7, 2025
26.1 C
Bhubaneswar

୫ଦିନ ପରେ ମଝି ସମୁଦ୍ରରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ

ପଶ୍ଚିମବଙ୍ଗ: ୫ ଦିନ ପରେ ମଝି ସମୁଦ୍ରରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ। ବଞ୍ଚିବାର ଆଶା ଟିକକ ଲାଗି ସେ ଆଜି ନୂଆ ଜୀବନ ପାଇଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ପଶ୍ଚିମବଙ୍ଗ ହଳଦିଆ ଅଞ୍ଚଳରୁ । ଟ୍ରଲର ଲେଉଟିବାର ୫ଦିନ ପରେ ଜଣେ ମତ୍ସ୍ୟଜୀବୀଙ୍କ ସମୁଦ୍ର ଭିତରୁ ଜୀବନ୍ତ ଉଦ୍ଧାର କରାଯାଇଛି। ବାଂଲାଦେଶର ଏକ ଜାହାଜ ଏମଭି ସମ୍ପୃକ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି। ସମୁଦ୍ରରେ ଭାସୁଥିବାବେଳେ ତାଙ୍କୁ ଲାଇଫ୍ ଜ୍ୟାକେଟ୍ ପିନ୍ଧାଇ ଏକ କ୍ରେନ୍ ସାହାର୍ଯ୍ୟରେ ଉଦ୍ଧାର କରାଯାଇଛି। ଉଦ୍ଧାର ମତ୍ସ୍ୟଜୀବୀଙ୍କ ନାଁ ରବିନ୍ଦ୍ର ନାଥ ଦାସ। ତାଙ୍କ ଘର ଦକ୍ଷିଣ ୨୪ ପ୍ରଗଣା ଅଞ୍ଚଳରେ। ଗତ ୮ଦିନ ତଳେ ସେ ଏବଂ ତାଙ୍କର ୧୫ଜଣ ସାଥି ଟ୍ରଲର ଯୋଗେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ମାତ୍ର ଏକ ସାମୁଦ୍ରିକ ଝଡରେ ଟ୍ରଲର ଲେଉଟିବା ପରେ ସମସ୍ତେ ଏତେତେଣେ ଭାସି ଯାଇଥିଲେ। ଟ୍ରଲର ବୁଡି ଯିବା ପରେ ରବିନ୍ଦ୍ର ମଧ୍ୟ ମଝି ସମୁଦ୍ରରେ ପହଁରିବାକୁ ଲାଗିଥିଲେ। ପରେ ନିଜ ପକେଟରେ ଥିବା ଲାଇଫ୍ ଜ୍ୟାକେଟ୍ ପିନ୍ଧି ସେ ସମୁଦ୍ରରେ ଭାସିବାକୁ ଲାଗିଥିଲେ। ଘଣ୍ଟା ପରେ ଘଣ୍ଟା ଦିନ ପରେ ଦିନ ବିତି ଚାଲିଥିଲା। ଅଖିଆ ଅପିଆ ସମୁଦ୍ର ମଧ୍ୟରେ ସେ ଭାସୁଥିଲେ। ଶେଷରେ ୫ ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଛି। ବାଂଲାଦେଶର ଏକ ଜାହାଜ ସମୁଦ୍ରରେ ଯାଉଥିବାବେଳେ ଜାହାଜର କ୍ୟାପେଟେନ୍ ଙ୍କ ନଜର ତାଙ୍କ ଉପରେ ପଡିଥିଲା। ପରେ ଜାହାଜ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories