ମଲେଇ ଚିଙ୍ଗୁଡ଼ି
ଆବଶ୍ୟକ ସାମଗ୍ରୀ
ଚିଙ୍ଗୁଡ଼ି ୫୦୦ ଗ୍ରାମ
ତେଲ
କଟା ପିଆଜ ୨ଟା
ଅଦା ଓ ରସୁଣ ବଟା ଆବଶ୍ୟକ ଅନୁଯାୟୀ
ହଳଦୀ, ଲଙ୍କା,ଲୁଣ,
ମସଲା – ଜିରା ପାଉଡ଼ର, ଧନିଆ ପାଉଡ଼ର, ଗରମ ମସଲା
ଅଲଗା ପେଷି କରି କାଜୁ ଓ ବିଲାତି ରଖନ୍ତୁ।
ନଡ଼ିଆରୁ ତାହାର ରସ ବାହାର କରି ରଖନ୍ତୁ।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚିଙ୍ଗୁଡ଼ିକୁ ଭଲ ଭାବେ ଧୋଇ ଚୋପା ଛଡ଼ାଇ ଦିଅନ୍ତୁ। ଗ୍ୟାସରେ ତେଲ ଗରମ କରି କଟା ପିଆଜ ପକାନ୍ତୁ। ତା ପରେ ଅଦା ରସୁଣ ବଟାକୁ ପକାନ୍ତୁ। ସେଥିରେ ହଳଦୀ, ଲଙ୍କା ଗୁଣ୍ଡ, ଲୁଣକୁ ପକାନ୍ତୁ। ଜିରା ପାଉଡ଼ର,ଧନିଆ ପାଉଡ଼ର ଡ଼ ପେଷା ହୋଇଥିବା ବାଲାତି ପକାଇ କଷନ୍ତୁ। ଭଲ ଭାବେ କଷି ହେବା ପରେ ସେଥିରେ କାଜୁ ବଟା ପକାଇ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପରେ ଗରମ ମସଲା ଗୁଣ୍ଡ, ଚିଙ୍ଗୁଡ଼ି ପକାଇ ନଡ଼ିଆ ରସ ପକାନ୍ତୁ। ୨ ମିନିଟ୍ ରଖିବା ପରେ ଗ୍ୟାସ୍ରୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇ ଯିବ ମଲେଇ ଚିଙ୍ଗୁଡ଼ି।
ଏବେ ସଜାଇବା ନିକନ୍ତେ ସେଥିରେ କିଛି କଟା ଧନିଆ ପତ୍ର, କିଛି କଟା ପିଆଜ।ଦେଇ ସଜାଇ ଦିଅନ୍ତୁ।