www.samajalive.in
Sunday, December 14, 2025
18.1 C
Bhubaneswar

ଆଜୀବନ ବାସନ୍ଦ ପରେ ଆତ୍ମହତ୍ୟା ପାଇଁ ଚିନ୍ତା କରିଥିଲି : ଶ୍ରୀସନ୍ଥ

କୋଚି : ଆଇପିଏଲ -୨୦୧୩ରେ ସ୍ପଟ ଫିକ୍ସିଂ ଅଭିଯୋଗ ନେଇ ବିସିସିଆଇ ମୋ ଉପରେ ଆଜୀବନ କଟକଣା ଲାଗୁ କରିଥିଲା। ବିସିସିଆଇର ଏଭଳି ନିଷ୍ପତ୍ତି ପରେ ଆତ୍ମହତ୍ୟା ପାଇଁ ମନସ୍ଥ କରିଥିଲି ବୋଲି କହିଛନ୍ତି କେରଳର ଫାଷ୍ଟ ବୋଲର ଏସ୍‌ ଶ୍ରୀସନ୍ଥ। ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ପରବର୍ତ୍ତୀ ସମୟରେ ବିସିିସିଆଇର ଏହି ଆଜୀବନ ବାସନ୍ଦାଦେଶ ଉପରେ ଲଗାମ ଲଗାଇବା ପରେ ନୂଆ ଜୀବନ ପାଇଥିଲି ବୋଲି ଶ୍ରୀସନ୍ଥ କହିଛନ୍ତି।

ଶ୍ରୀସନ୍ଥ କୁହନ୍ତି, ୨୦୧୩ ଆଇପିଏଲରେ ସ୍ପଟ ଫିକ୍ସିଂ ଅଭିଯୋଗ ନେଇ ବିସିସିଆଇ ଉକ୍ତ ବର୍ଷ ଅଗଷ୍ଟରେ ମୋ ଉପରେ ଆଜୀବନ ବାସନ୍ଦ ଲଗାଇଥିଲା। ଫଳରେ କୌଣସି ପ୍ରକାର କ୍ରିକେଟ ଖେଳିବାରୁ ମୁଁ ବଞ୍ଚିତ ହୋଇଥିଲି। ବିସିସିଆଇର ଏହି ବାସନ୍ଦାଦେଶକୁ ନେଇ ମୁଁ ମାନସିକ ଚାପରେ ରହିଥିଲି। ଏପରିକି ଆତ୍ମହତ୍ୟା କରିଦେବା ନେଇ ମନସ୍ଥ କରିଥିଲି। ମୋ ଜୀବନର ସବୁଠାରୁ ଉକ୍ତ ସମୟ କଠିନକର ଥିଲା। ମାନସିକ ଅବସାଦରେ ସମୟ କାଟିବାକୁ ପଡ଼ୁଥିଲା । ଜୀବନ ସହିତ ସଂଘର୍ଷ କରିବାକୁ ପଡ଼ୁଥିଲା। ବଞ୍ଚିବା ଓ ମରିବାକୁ ନେଇ ସବୁବେଳେ ସମୟ କାଟୁଥିଲି। ବିସିସିଆଇର ଏହି ବାସନ୍ଦାଦେଶ ବିରୁଦ୍ଧରେ ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟରେ ଆବେଦନ କରିଥିଲି। ୨୦୧୫ ଦିଲ୍ଳୀର ସ୍ବତନ୍ତ୍ର କୋର୍ଟ ବିସିସିଆଇର ବାସନ୍ଦାଦେଶ ଉପରେ ଲଗାମ ଲଗାଇଥିଲା। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ବିସିସିଆଇ ପକ୍ଷରୁ ଲଗାଯାଇଥିବା ବାସନ୍ଦାଦେଶକୁ କୋହଳ କରିବା ନେଇ ଆଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଉକ୍ତ ନିଷ୍ପତ୍ତି ପରେ ମୁଁ ଆଶ୍ବସ୍ତି ହୋଇଥିଲି ବୋଲି ଶ୍ରୀସନ୍ଥ କହିଛନ୍ତି। ନିକଟରେ ଆତ୍ମହତ୍ୟା କରିଥିବା ବଲିଉଡ୍‌ ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୋର ଭଲ ସାଙ୍ଗ ଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିହେଉନଥିଲେ ମଧ୍ୟ ପରିସ୍ଥିତି ବେଳେବେଳେ ଏଭଳି କରିବାକୁ ବାଧ୍ୟ କରିଥାଏ। ଯାହା ମୋ ସହିତ ଘଟିବାର ସୁଯୋଗ ସୃଷ୍ଟି କରିଥିଲା ବୋଲି ଶ୍ରୀସନ୍ଥ କହିଛନ୍ତି। ଆସନ୍ତା ସେପ୍ଟମ୍ବରରେ ବିସିସିଆଇ ପକ୍ଷରୁ ଲଗାଯାଇଥିବା ବାସନ୍ଦାଦେଶ ପୂରଣ ହେବ। ବିସିସିଆଇ ବାସନ୍ଦାଦେଶ ଶେଷ ହେବା ପରେ କ୍ରିକେଟକୁ ଫେରିବା ନେଇ ଆଶା ରଖିଛି।
କେରଳ କ୍ରିକେଟ ଆସୋସିଏସନ ଉପରେ ଏବେ ମୋ ଖେଳକୁ ଫେରିବା ନିର୍ଭର କରୁଛି। କ୍ରିକେଟକୁ ଫେରିବା ନେଇ ଅଭ୍ୟାସ ଆରମ୍ଭ କରିଛି ବୋଲି ଶ୍ରୀସନ୍ଥ କହିଛନ୍ତି। ସୂଚନାଯୋଗ୍ୟ ୩୭ ବର୍ଷ ବୟସ୍କ ଶ୍ରୀସନ୍ଥ ୨୭ଟି ଟେଷ୍ଟ, ୫୩ଟି ଏକଦିବସୀୟ ଓ ୧୦ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳିଛନ୍ତି। ୨୦୦୭ ପ୍ରଥମ ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ ଚମ୍ପିଆନ ଓ ୨୦୧୧ ଏକଦିବସୀୟ ବିଶ୍ବକପ ଚମ୍ପିଆନ ଭାରତୀୟ ଦଳର ସଦସ୍ୟ ଥିଲେ ଶ୍ରୀସନ୍ଥ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories