www.samajalive.in
Wednesday, December 10, 2025
17.1 C
Bhubaneswar

ବିରୂପା ନଦୀ ପଠାରେ ନିର୍ମାଣକୁ ବିରୋଧ: ଏନଜିଟିରେ ମାମଲା

କଟକ : ଏସ୍‌ସିବି ମେଡିକାଲ ସଂପ୍ରସାରଣ ଯୋଜନାରେ ଜଗତପୁର ନିମପୁର ନିକଟରେ ବସ୍ତିବାସିନ୍ଦାଙ୍କୁ ଥଇଥାନ ପାଇଁ ବିରୂପା ନଦୀତଟରେ ବେଆଇନ ନିର୍ମାଣ ଅଭିଯୋଗ ସଂପର୍କିତ ମାମଲା ଜାତୀୟ ଗ୍ରିନ୍ ‌ଟ୍ରିବୁନାଲ (ଏନ୍‌ଜିଟି)ରେ ଦାଖଲ ହୋଇଛି। ଓଡ଼ିଶା ଆସୋସିଏସନ୍ ଫର୍ ରୋଇଂ ଆଣ୍ଡ୍ ସ୍କଲିଂ ପକ୍ଷରୁ ସଭାପତି ବିନୋଦ ଦାସ ରୁଜୁ କରିଥିବା ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଜଗତପୁର ଜଳସଂପଦ ବିଭାଗ ଆଇବି ଓ ଆର୍‌ ଆଣ୍ଡ ବି ଆଇବି ମଝି ଅଞ୍ଚଳରେ ଏକ ଏକର ଜମି ଆସୋସିଏସନକୁ ଜଳସଂପଦ ବିଭାଗ ୨୦୦୧ରେ ପ୍ରଦାନ କରିଥିଲା। ଏହି ଜମି ଆସୋସଏସନ ଦଖଲରେ ରହିଥିବାବେଳେ ବୋଟ୍‌ ରଖିବାକୁ ଅସ୍ଥାୟୀ ସେଡ୍ ଏହା ଉପରେ ନିର୍ମାଣ କରାଯାଇଥିଲା।

ଫଣି ବାତ୍ୟାରେ ଏହି ସେଡ୍ କିଛି ପରିମାଣର କ୍ଷତିଗ୍ରସ୍ତ ହୋଇଥିଲା। ଆଗକୁ ୨୦୨୦ ଓ ୨୦୨୧ ବର୍ଷରେ ଜଗତପୁରରେ ଆନ୍ତର୍ଜାତିକ ସ୍ତରର ରୋଇଂ ପ୍ରତିଯୋଗିତା ଅନୁଷ୍ଠିତ ହେବାର ଯୋଜାନ ରହିଛି; କିନ୍ତୁ କିଛି ଦିନ ହେବ ବିରୂପା ନଦୀ ପଠାରେ ଅଳିଆ ଅବର୍ଜନା ପକାଯାଇ ଏହାକୁ ‌ପୋତା ଯାଉଥିବାର ଦେଖିବାକୁ ମିଳୁଛି। ଆସୋସିଏସନର ଏକ ଏକର ଜମି ଉପରେ ଜନସ୍ବାସ୍ଥ୍ୟ ବିଭାଗ (ପିଏଚଡି) ମାଟି ଆଣି ପକାଉଛି। ଏହି ଜମିକୁ ଜନସ୍ବାସ୍ଥ୍ୟ ବିଭାଗକୁ ବ୍ୟବହାର ଓ ନିର୍ମାଣ ପାଇଁ ଦିଆଯାଇଛି ବୋଲି ସୂଚନା ମିଳିଛି। ଏଥିସହିତ ବିରୂପା ନଦୀ ତଟ ଜମି ଉପରେ ଏସସିବି ସଂପ୍ରସାରଣ ଯୋଜନାରେ ବିସ୍ଥାପିତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ଥଇଥାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ନିମପୁର ଶ୍ମଶାନ ନିକଟ ଜମିିର ଉନ୍ନତୀକରଣ ସହିତ ୧୧ଟି ଟଏଲେଟ୍ ବ୍ଲକ୍ ନିର୍ମାଣ ଓ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ଲାଗି ସିଏମସି ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ବିରୂପାନଦୀକୂଳ ଅଞ୍ଚଳରେ ବ୍ୟାପକ ନିର୍ମାଣ କାର୍ୟ୍ୟ କରାଯିବ। ଏଥିପାଇଁ କୌଣସି ପରିବେଶ ମଞ୍ଜୁରୀ ନିଆଯାଇ ନାହିଁ। ଏହାଦ୍ବାରା ନଦୀଜଳ ପ୍ରଦୂଷିତ ହେବା ସହିତ ସ୍ଥାନୀୟ ଅଞ୍ଚଳର ପରିବେଶ ପ୍ରଭାବିତ ହେବ ବୋଲି ଆବେଦନରେ ଦର୍ଶାଯାଇଛି। ଏଭଳି ପରିସ୍ଥିତିରେ ସିଏମସି ପକ୍ଷରୁ ଜାନୁଆରୀ ୩୧ରେ ଆହ୍ବାନ କରାଯାଇଥିବା ଟେଣ୍ଡର ଆଧାରରେ ନିର୍ମାଣ ବନ୍ଦ ରଖାଯାଉ। ପରିବେଶ ସୁରକ୍ଷା ସୁନିଶ୍ଚିତ ପାଇଁ ନିର୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ନଗର ଉନ୍ନୟନ ବିଭାଗ, କ୍ରୀଡ଼ା ଓ ଯୁବ ସେବା ବିଭାଗ, ସିଏମସି, କଟକ ଜିଲାପାଳ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପକ୍ଷଭୁକ୍ତ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories