www.samajalive.in
Sunday, December 7, 2025
26.1 C
Bhubaneswar

ଜାଣନ୍ତୁ : ପୂଜାର୍ଚ୍ଚନାରେ କ’ଣ ରହିଛି ଏହି ୪ଟି ରଙ୍ଗର ବିଶେଷତ୍ୱ , କିଭଳି ଦୂର କରିଥାଏ ଜୀବନର ସମସ୍ୟା

ରଙ୍ଗର ଆମ ଜୀବନରେ ଖୁବ ମହତ୍ୱ ରହିଛି। କିଛି ରଙ୍ଗକୁ ଶାନ୍ତିର ପ୍ରତୀକ ବୋଲି ମଧ୍ୟ କୁହାଯାଏ। ରଙ୍ଗର ବହୁ ଧାର୍ମିକ ମହତ୍ୱ ମଧ୍ୟ ରହିଛି। ଏପରି ୪ଟି ରଙ୍ଗ ଅଛି ଯାହାର ପୂଜାପାଠରେ ବିଶେଷ ମହତ୍ୱ ରହିଛି। ଏହି ରଙ୍ଗର ବ୍ୟବହାର କରିବା ଦ୍ୱାରା ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ…..
ହଳଦିଆ ରଙ୍ଗ – 
ସନାତନ ଧର୍ମରେ ହଳଦିଆ ରଙ୍ଗର ଖୁବ ମହତ୍ୱ ରହିଛି। ଏହି ରଙ୍ଗ ବୃହସ୍ପତିଙ୍କର ପ୍ରିୟ। ହଳଦିଆ ରଙ୍ଗ ପ୍ରଭୁ ବିଷ୍ଣୁଙ୍କର ମଧ୍ୟ ପ୍ରିୟ। ଏହାକୁ ସୌନ୍ଦର୍ଯ୍ୟର ପ୍ରତୀକ ବୋଲି କୁହାଯାଏ। ତେଣୁ ଏହି ରଙ୍ଗକୁ ପୂଜାରେ ବ୍ୟବହାର କରିବା ଶୁଭ ବୋଲି କୁହାଯାଏ। ଯେଉଁ କନ୍ୟାମାନଙ୍କ ବିବାହରେ ବିଳମ୍ବ ହେଉଛି ହଳଦିଆ ବସ୍ତ୍ରର ବ୍ୟବହାର, ହଳଦିଆ ରଙ୍ଗର ଖାଦ୍ୟ ସେବନ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ମାତ୍ର ଶୟନ କକ୍ଷରେ ଏହି ରଙ୍ଗର ବ୍ୟବହାର କରନ୍ତୁ ନାହିଁ।
ଲାଲ ରଙ୍ଗ –
ଲାଲ ରଙ୍ଗକୁ ସୌଭାଗ୍ୟ-ସମୃଦ୍ଧି ଓ ନୂତନ ଜୀବନର ପ୍ରାରମ୍ଭର ପ୍ରତୀକ ବୋଲି କୁହାଯାଏ। ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଏହି ରଙ୍ଗର ବ୍ୟବହାର କରାଯାଏ। ମା’ଲକ୍ଷ୍ମୀ ଓ ମା’ ଦୁର୍ଗାଙ୍କୁ ମଧ୍ୟ ଲାଲ ରଙ୍ଗର ବସ୍ତ୍ର ପରିଧାନ କରାଯାଏ। ନବବିବାହିତା ମଧ୍ୟ ଲାଲ ରଙ୍ଗର ବସ୍ତ୍ର ପରିଧାନ କରି ବିବାହ କରିଥାଆନ୍ତି।
ମାତ୍ର ଘରର କାନ୍ଥ, ପରଦା, ପାପୋଛ ଆଦି ଲାଲ ରଙ୍ଗର ବ୍ୟବହାର କରନ୍ତୁ ନାହିଁ।
ସବୁଜ ରଙ୍ଗ – 
ସେଭଳି ସବୁଜ ରଙ୍ଗକୁ ମଧ୍ୟ ଖୁବ ଶୁଭ ବୋଲି କୁହାଯାଏ।ଏହାକୁ ମଧ୍ୟ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଏ। ଦେବୀ ମା’ଙ୍କ ପୂଜା ଶୃଙ୍ଗାର ଦ୍ରବ୍ୟରେ ଓ ଅନ୍ୟ ପୂଜାରେ ସବୁଜ ରଙ୍ଗ ଚୁଡ଼ି, ମେହେନ୍ଦୀ, ଆମ୍ବ ପତ୍ର, ପାନ ପତ୍ର, କଦଳୀ ପତ୍ର ଆଦି ବ୍ୟବହାର ହୋଇଥାଏ।ମା’ଲକ୍ଷ୍ମୀଙ୍କର ମଧ୍ୟ ସବୁଜ ରଙ୍ଗ ପ୍ରିୟ। ଏହି ରଙ୍ଗର ବ୍ୟବହାର କରିବା ଦ୍ୱାରା ଧନସମ୍ପତି ବୃଦ୍ଧି ହୋଇଥାଏ। ଏହି ରଙ୍ଗକୁ ବୁଧଗ୍ରହଙ୍କ ପ୍ରତୀକ ବୋଲି ମଧ୍ୟ କୁହାଯାଏ।
ଧଳା ରଙ୍ଗ –
ଏହି ରଙ୍ଗ ବିଦ୍ୟାଦାୟିନୀ ମା’ସରସ୍ୱତୀଙ୍କର ଖୁବ ପ୍ରିୟ।ମା’ଙ୍କ ପୂଜା ସମୟରେ ଧଳା ରଙ୍ଗର ବସ୍ତ୍ର ଧାରଣ କରିବା ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏହାକୁ ପବିତ୍ରତା ଓ ଶାନ୍ତିର ପ୍ରତୀକ ବୋଲି କୁହାଯାଏ। ଧଳା ରଙ୍ଗର ବ୍ୟବହାରରେ ରାହୁ ଗ୍ରହ ଶାନ୍ତି ହୋଇଥାଆନ୍ତି ବୋଲି କୁହାଯାଏ।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ କରାଯିବ ଏୟାରଲିଫ୍ଟ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories