www.samajalive.in
Tuesday, December 9, 2025
23.1 C
Bhubaneswar

ବିଶ୍ୱ ପିତୃ ଦିବସ : ପିତାଙ୍କ ସମ୍ମାନର୍ଥେ ଦିନଟିଏ

କୁହାଯାଏ ପିତୃ ଦେବ ଭବ , ମାତୃ ଦେବ ଭବ। ଅର୍ଥାତ ପିତା, ମାତା ଭଗବାନଙ୍କ ପ୍ରତିରୂପ ଅଟନ୍ତି। ଜୀବନର ପ୍ରତିଟି ମୁହୂର୍ତ ଓ ପ୍ରତ୍ୟେକ ଦିନ ପିତାମାତା ନିଜ ସନ୍ତାନଙ୍କୁ ଖୁସି ଦେବା ପାଇଁ ପ୍ରୟାସ କରିଥାଆନ୍ତି। ସେଭଳି ପିତାମାତାଙ୍କ ଭଲପାଇବାକୁ ସମ୍ମାନ ଜଣାଇ ଓ ସନ୍ତାନଙ୍କ ପାଇଁ ତାଙ୍କ ବଳିଦାନକୁ ମନେ ପକାଇ ତାଙ୍କ ପାଇଁ ଦିନଟିଏ ପାଳନ କରାଯାଏ, ଯାହାକୁ ପିତୃଦିବସ (ଫାଦର୍ସ ଡେ)଼ ଓ ମାତୃ ଦିବସ (ମଦର୍ସ ଡ଼େ) ବୋଲି କୁହାଯାଏ। ଏଭଳି ଏକ ପବିତ୍ର ଦିନରେ ସେଭଳି କେତେକ ମହାନ ଦିବ୍ୟ ପୁରୁଷଙ୍କ ବିଷୟରେ ଜାଣନ୍ତୁ ଯେ ନିଜ ପିତାଙ୍କ ସତ୍ୟ ରକ୍ଷା କରି, ପିତାଙ୍କ ସମ୍ମାନ ଓ ପ୍ରେମ ପାଇଁ ମହାନ କାର୍ଯ୍ୟ କରିଛନ୍ତି।
ପ୍ରଭୁ ଶ୍ରୀରାମଚନ୍ଦ୍ର –
ପ୍ରଭୁ ରାମଚନ୍ଦ୍ର ନିଜ ପିତାଙ୍କ ସତ୍ୟ ରକ୍ଷା ପାଇଁ ୧୨ବର୍ଷ ବନବାସ ଯାଇଥିଲେ। ସମସ୍ତ ରାଜକୀୟ ସୁଖକୁ ପରିତ୍ୟାଗ କରି। ପ୍ରଭୁ ରାମ ଚନ୍ଦ୍ରଙ୍କ ପିତା ରାଜା ଦଶରଥ ଏକଦା ରାଣୀ କୈକେୟୀଙ୍କ କାରଣରୁ ରାଜ୍ୟ ଜୟ କରିଥିଲେ। ସେହି ସମୟରେ ରାଜା ଦଶରଥ ରାଣୀ କୈକେୟୀଙ୍କୁ ଦୁଇଟି ବର ଦେବା ପାଇଁ ସତ୍ୟ କରିଥିଲେ। ରାମଚନ୍ଦ୍ର ରାଜା ହେବା ଶୁଣି ରାଣୀ କୈକେୟୀ ଦଶରଥଙ୍କୁ କହିଥିଲେ ରାମଚନ୍ଦ୍ର ୧୨ ବର୍ଷ ବନବାସ ଯିବେ ଓ ଭରତ ଅଯୋଧ୍ୟାର ରାଜା ହେବେ। ଦଶରଥଙ୍କ ପାଇଁ ଏହା ସବୁଠାରୁ କଠିନ ସମୟ ଥିଲେ ମଧ୍ୟ ପ୍ରଭୁ ରାମଚନ୍ଦ୍ର ପିତାଙ୍କ ସତ୍ୟ ରକ୍ଷା ପାଇଁ ବନକୁ ଯାଇଥିଲେ।
ପିତୃମାତୃ ଭକ୍ତ ଶ୍ରବଣ କୁମାର –
ଶ୍ରବଣ କୁମାରଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି। ସେ ଏଭଳି ଜଣେ ପିତୃମାତୃ ଭକ୍ତ ଥିଲେ, ତାହା ସଭିଁଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିଛି। ଶ୍ରବଣଙ୍କ ପିତାମାତା ଅନ୍ଧ ଥିବାରୁ ସେ ଏକ ବାଡ଼ି ଓ ଦୁଇ ପଟେ ପାଚିଆ ରଖି ଭାର ଭଳି ପ୍ରସ୍ତୁତ କରି ନିଜ ମାତାପିତାଙ୍କୁ ସେଥିରେ ସମସ୍ତ ସ୍ଥାନକୁ ନେଉଥିଲେ।
ଲଙ୍କାଧିପତି ରାବଣଙ୍କ ପୁତ୍ର ଇନ୍ଦ୍ରଜିତ –
ରାମାୟଣ ବିଷୟରେ ତ ସଭିଁଙ୍କୁ ଜଣା। ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ରାବଣଙ୍କ ମଧ୍ୟରେ ଯୁଦ୍ଧ ହେଉଥିବା ସମୟରେ ରାବଣ ପୁଅ ଇନ୍ଦ୍ରଜିତ ଜାଣିଥିଲେ ପ୍ରଭୁ ରାମଙ୍କ ସହ ଯୁଦ୍ଧ କଲେ ତାଙ୍କ ମୃତ୍ୟୁ ନିଶ୍ଚିତ। ମାତ୍ର ପିତାଙ୍କ ଆଦେଶ ମାନି ସେ ଯୁଦ୍ଧକୁ ଯାଇଥିଲେ।
ମହାନ ବାଳକ ନଚିକେତା –
ନଚିକେତାଙ୍କ ଭଳି ମହାନ ବାଳକଙ୍କ ବିଷୟରେ ମଧ୍ୟ ସଭିଁଏ ଜାଣନ୍ତି। ଏକଦା ନଚିକେତାଙ୍କ ପିତା ଏକ ଯଜ୍ଞ କରିଥିଲେ। ସେ ସେହି ସମୟରେ ବିଭିନ୍ନ ଗାଈ ଓ ଅନ୍ୟାନ୍ୟ ଦ୍ରବ୍ୟ ଦାନ ଦେଉଥିଲେ। ହଠାତ ସେହି ସମୟରେ ନଚିକେତା ବାରମ୍ବାର କହିଲେ ମତେ କାହାକୁ ଦାନ କରୁଛ। ଏହା ଶୁଣି ହଠାତ ତାଙ୍କ ପିତା କ୍ରୋଧରେ ଆସି କହିଥିଲେ ଯମଙ୍କୁ ଦାନ କଲି। ଏହାପରେ ନଚିକେତା ନିଜ ପିତାଙ୍କ ସତ୍ୟ ରକ୍ଷା କରି ଯମଙ୍କ ଦରବାରକୁ ଯାଇଥିଲେ।ଯମରାଜ ପିଲାଟି ଠାରୁ ସମସ୍ତ କଥା ଶୁଣି ପ୍ରସନ୍ନ ହୋଇ ତାଙ୍କୁ ବର ଦେଇଥିଲେ। ଯାହାର ସ୍ୱରୂପ ନଚିକେତା ପୁନଃ ତାଙ୍କ ପିତାଙ୍କ ନିକଟକୁ ଫେରିଆସିଥିଲେ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories