ବ୍ରହ୍ମପୁର: ବ୍ରହ୍ମପୁରର ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ହଉସିଂ ବୋର୍ଡ ହରିକୃଷ୍ଣନଗର ଅଂଚଳରୁ ସୋମବାର ସକାଳ ୭ଟାରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ହୋଇଛି। ଲୁଟ ହୋଇଥିବା ଚେନଟି ପ୍ରାୟ ୩୦ ଗ୍ରାମ ଓଜନର ହେବ ବୋଲି ଜଣାପଡ଼ିଛି। ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ହରିକୃଷ୍ଣନଗର ପ୍ରଥମ ଗଳିର ରହୁଥିବା କେ ସାବିତ୍ରୀ ।
ସୂଚନା ଯୋଗ୍ୟ, ସାବିତ୍ରୀ ଆଜି ସକାଳେ ଘର ନିକଟ ଗଛରୁ ଫୁଲ ତୋଳୁଥିବା ବେଳେ କିଛି ଲୁଟେରାମାନେ କଳା ପଲସର ବାଇକରେ ଆସି ଏହି ଲୁଟ କରିଛନ୍ତି । ଚେନ ଲୁଟ କରିବା ବେଳେ ମହିଳା ଜଣକ ତଳେ ପଡି ଯାଇଥିଲେ । ତାଙ୍କର ଆଣ୍ଠୁ ଏବଂ ବେକରେ ଆଘାତ ଲାଗିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।
ଫୁଲ ତୋଳୁଥିବା ସମୟରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ
Popular Categories



