www.samajalive.in
Sunday, December 7, 2025
14.1 C
Bhubaneswar

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପୂର୍ବରୁ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ କ’ଣ ଲେଖିଥିଲେ?

ମୁମ୍ବଇ : ଟେଲିଭିଜନ ପରେ ଚଳଚ୍ଚିତ୍ର ଜଗତରେ ନିଜର ଖ୍ୟାତି ଅର୍ଜନ କରିଥିବା ଅଭିନେତା ସୁଶାନ୍ତ ସିଂ ରାଜପୁତ ରବିବାର ଦିନ ମୁମ୍ବଇର ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଦେଇଥିଲେ । ଏହି ଖବର ଚଳଚିତ୍ର ଜଗତ ଠୁ ଆରମ୍ଭ କରି କ୍ରୀଡା ଓ ସାଧାରଣ ଜନତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଅନେକ କଥା କୁହାଯାଉଛି। ତେବେ ଏହାରି ମଧ୍ୟରେ ଜଣାପଡିଛି ଯେ ସୁଶାନ୍ତ କିଛି ମାସ ଏକ ଡିପ୍ରେସନରେ ଥିଲେ ଏବଂ ଏହାର ଚିକିତ୍ସା ମଧ୍ୟ ଚାଲିଥିଲା। ତେବେ କଣ ପାଇଁ ହଠାତ ସେ ଆତ୍ମହତ୍ୟା କରିବାକୁ ଚିନ୍ତାକଲେ ସମସ୍ତଙ୍କ ମନରେ ପ୍ରଶ୍ନ ହୋଇ ଉଙ୍କିମାରୁଛି।

ଏହାରି ମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ପୂର୍ବତନ ପ୍ରେମିକା ତଥା ପବିତ୍ର ରିସ୍ତା ଧାରବାହିକରେ ସୁଶାନ୍ତଙ୍କ ବିପକ୍ଷରେ ନାୟିକା ଥିବା ଅଙ୍କିତା ଲୋଖଣ୍ଡେଙ୍କ ଇନଷ୍ଟାଗ୍ରାମ ଷ୍ଟୋରି ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପୂର୍ବରୁ ଅଙ୍କିତା ଲୋଖଣ୍ଡେ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ। ଏଥିରେ ଲେଖାଅଛି, “ଭଗବାନ ଆମ ଜୀବନରୁ ଲୋକଙ୍କୁ ଅପସାରଣ କରନ୍ତି କାରଣ ସେମାନେ ଯାହା ଶୁଣିଛନ୍ତି ତାହା ଆପଣ ଶୁଣିନାହାନ୍ତି।” ତେବେ ଆନୁଷ୍ଠାନିକ ଭାବେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅଙ୍କିତା ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ପ୍ରକାଶ କରିନାହାନ୍ତି ।

- Advertisement -

ସୁଶାନ୍ତ ସିଂ ରାଜପୁତଙ୍କୁ  ଏକତା କପୂରଙ୍କ ଧାରାବାହିକ ‘ପବିତ୍ର ରିସ୍ତା’ ଏକ ପରିଚୟ ଦେଇଥିଲା । ଏହି ଧାରାବାହିକରେ ସୁଶାନ୍ତ ସିଂ ରାଜପୁତ ଓ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ଯୋଡି ଘରେ ଘରେ ପରିଚିତ ହୋଇଯାଇଥିଲା । ଦକ୍ଷ ଅଭିନୟ ଏବଂ ତାଙ୍କ ଷ୍ଟାଇଲିସ୍ ଲୁକ୍ ତାଙ୍କୁ ବେଶ ଖ୍ୟାତି ପ୍ରଦାନ କରିଥିଲା । ଏହି ଧାରାବାହିକରେ ଅଭିନୟ ସମୟରେ ସୁଶାନ୍ତଙ୍କ ନାମ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହ ଯୋଡା ଯାଇଥିଲା । ଦୁଇଜଣଙ୍କ ପ୍ରେମ କାହାଣିକୁ ନେଇ ଗଣାମାଧ୍ୟମରେ ଏବଂ ସୋସିଆଲ ମଡିଆରେ ବେଶ ଆଲୋଚନା ହେଉଥିଲା। ଏହାରି ମଧ୍ୟରେ ସୁଶାନ୍ତ ଏବଂ ଅଙ୍କିତା ପ୍ରାୟତ ସବୁସମୟରେ ଏକାଠି ନଜର ଆସୁଥିଲେ । ଏହି ଯୋଡି ଡ୍ୟାନ୍ସ ଭିତ୍ତିକ ଡ୍ୟାନ୍ସ ରିୟଲିଟି ସୋ ଜାଲକ ଦିଖଲା ଜା’ରେ ଭାଗ ନେଇଥିଲେ ଏବଂ ସୁଶାନ୍ତ ମଧ୍ୟ  ଜାତୀୟ ଟେଲିଭିଜନରେ ରିୟଲିଟି ସୋରେ ଅଙ୍କିତାଙ୍କା ପ୍ରପୋଜ କରିଥିଲେ । କିନ୍ତୁ ପବିତ୍ର ରିସ୍ତା ସୋ ଶେଷ ହେବା ପରେ ଦୁହିଁଙ୍କ ମଧ୍ୟରେ ଦୂରତା ଆସିଲା ଏବଂ ଉଭୟଙ୍କ ରାସ୍ତା ଅଲଗା ହୋଇଗଲା।

ତେବେ ଗତକିଛି ଦିନହେବ ସୁଶାନ୍ତଙ୍କ ସହ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନାମକୁ ଯୋଡା ଯାଇଥିଲା । ସୁଶାନ୍ତ ସିଂହ ରାଜପୁତ ରିୟା ଚକ୍ରବର୍ତ୍ତୀଙ୍କୁ ଡେଟ କରୁଥିବା ଶୁଣିବାକୁ ମିଳିଥିଲା ।  ଏ ସମ୍ପର୍କରେ ରିୟା ଚକତରବର୍ତ୍ତୀଙ୍କୁ ପଚରାଯିବାରୁ ସେ କହିଥିଲେ ଉଭୟ ବହୁତ ଭଲ ସାଙ୍ଗ । ତାଙ୍କ ସମ୍ପର୍କକୁ ନେଇ ସେ କିଛି ସ୍ପଷ୍ଟ କରିନଥିଲେ । ତେବେ ଲକଡାଉନ ମଧ୍ୟରେ ରିୟା ସୁଶାନ୍ତ ସିଂହଙ୍କ ସହିତ ରହୁଥିବା ଶୁଣିବାକୁ ମିଳିଛି।ବର୍ତ୍ତମାନ ମୁମ୍ବଇପୁଲିସ ଅଭିନେତ୍ରୀଙ୍କୁ ପଚରାଉଚୁରା କରିବ ବୋଲି ଜଣାପଡିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories