www.samajalive.in
Sunday, December 7, 2025
26.1 C
Bhubaneswar

ପୁଣି ଚିଟଫଣ୍ଡ; ପୁଣି ସିବିଆଇ: ଶେଷ ପର୍ଯ୍ୟାୟ ତଦନ୍ତ ଆରମ୍ଭ

ଭୁବନେଶ୍ଵର: କରୋନା ସଂକ୍ରମଣ ଭୟ ଓ ଜୀବନ-ମୃତ୍ୟୁ ଲଢ଼େଇ ସହ ଜୁଝୁଛି ରାଜ୍ୟ । ଭାରତ ସହ ସାରା ବିଶ୍ଵ କରୋନା ସଙ୍କଟରେ ବେହାଲ । ଏହି ସମୟରେ ପୁଣିଥରେ ଉଠିଛି ବହୁ ଚର୍ଚିତ ଚିଟଫଣ୍ଡ ଓ ସିବିଆଇ ତଦନ୍ତ ପ୍ରସଙ୍ଗ । ବିଭିନ୍ନ ଗଣମାଧ୍ୟମରେ ଏଥିନେଇ ଆଲୋଚନା ଆରମ୍ଭ ହୋଇଛି । ଏପରିକି ରାଜ୍ୟ ସରକାରଙ୍କୁ ଚିଟଫଣ୍ଡ ମାମଲାରେ କିଛି ତଥ୍ୟ ସିବିଆଇ ମାଗିଥିବା ନେଇ ଚର୍ଚା ଚାଲିଛି ।  ପ୍ରସଙ୍ଗର ସମ୍ବେଦନଶୀଳତା ଦୃଷ୍ଟିରୁ ଏହି ଘଟଣା ପୁନର୍ବାର ପୁନର୍ଜୀବିତ ହେବା ଅନେକ ଦିଗକୁ ଇଙ୍ଗିତ କରିଛି ।

କୁହାଯାଉଛି ଯେ ଚିଟଫଣ୍ଡ ପ୍ରସଙ୍ଗର କିଛି ତଥ୍ୟ ସିବିଆଇ ରାଜ୍ୟ ସରକାରଙ୍କୁ ଗତ ସପ୍ତାହରେ ମାଗିଛି । ଏହି ସୂତ୍ର ଅନୁସାରେ ରାଜ୍ୟ ସରକାର ଏହି ତଥ୍ୟ ଆସନ୍ତା ୧୭ ତାରିଖରେ ସିବିଆଇକୁ ପ୍ରଦାନ କରାଯିବ ବୋଲି ଚିଠି ଲେଖିଛନ୍ତି । ସି-ସୋର ଓ ଏଟି ଗ୍ରୁପ ସମ୍ପର୍କରେ ଏହି ତଦନ୍ତ ଆଧାରିତ ଏବଂ ଏହାକୁ ତ୍ଵରାନ୍ବିତ କରାଯିବାକୁ ଉଦ୍ୟମ ଚାଲିଛି । ମାତ୍ର ଦୀର୍ଘ ନିରବତା ପରେ ଆଉ କେଉଁ ପ୍ରସଙ୍ଗ ତଦନ୍ତ ବାକି ରହିଯାଇଛି ଓ ଯାହା ସିବିଆଇ ଜାଣିବାକୁ ଚାହୁଁଛି ତାହା ଆଉ ଏକ ପ୍ରଶ୍ନ ।

- Advertisement -

ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚିଟଫଣ୍ଡ ମାମଲାରେ ପୂର୍ବରୁ ଗିରଫ ହୋଇ ଜାମିନରେ ଥିବା ଜଣେ ବ୍ୟକ୍ତିଙ୍କୁ ନିକଟରେ ସିବିଆଇ ପକ୍ଷରୁ ଡ଼କାଯାଇ ଜେରା କରାଯାଇଛି । ସେ ଅର୍ଥତତ୍ଵ ଚିଟଫଣ୍ଡ ଠକେଇ ସହ ଜଡ଼ିତ ଥିବା ଅଭିଯୋଗ ରହିଛି ଏବଂ ତାଙ୍କ ନିକଟରୁ ଜବତ ଡ଼ାଏରୀରେ କିଛି ବରିଷ୍ଠ ଅଧିକାରୀଙ୍କ ନାମ ଉଲ୍ଲେଖ ଥିବାରୁ ସେ ସମ୍ପର୍କରେ ଅଧିକ ତଥ୍ୟ ସିବିଆଇ ଜାଣିବାକୁ ଉଦ୍ୟମ କରିଛି । ତେବେ ଅନ୍ୟଏକ  ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କୌଣସି ମାମଲାର ଶେଷ ରିପୋର୍ଟ ଦାଖଲ ପୂର୍ବରୁ ଅଭିଯୁକ୍ତମାନଙ୍କୁ ଶେଷ ପର୍ଯ୍ୟାୟ ଜେରା ନିମନ୍ତେ ଡ଼କାଯାଇଥାଏ । ଏହି କ୍ରମ​‌ରେ ସ୍ବାଭାବିକ ପ୍ରକ୍ରିୟାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡ଼କା ଯାଇଛି ।

ଗତ ସେପ୍ଟେମ୍ବର ମାସରେ ସିବିଆଇ ତଦନ୍ତର ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଥିଲା । ସେ ସମୟରେ ଜଣେ କ୍ରୀଡ଼ା ସଙ୍ଗଠକ ଓ ଜଣେ ହୋଟେଲ ମାଲିକଙ୍କୁ ଜେରା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରତିବନ୍ଧ ଲଗାଯାଇଥିବା ଚିଟଫଣ୍ଡ ଓ ମନି ସରକ୍ୟୁଲେସନ ସ୍କିମ୍ ଆଇନ ୧୯୭୮ ଆଧାରରେ ତଦନ୍ତ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ୪୦ରୁ ଅଧିକ ଚିଟଫଣ୍ଡ କମ୍ପାନୀ ହଜାର ହଜାର କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା ଏବଂ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଅନୁରୂପ ଘଟଣା ଘଟିଥିବା ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟ ୨୦୧୩ରେ ଏହି ମାମଲାର ତଦନ୍ତ ନିମନ୍ତେ ନିର୍ଦେଶ ଦେଇଥିଲେ । ସିବିଆଇ ଏହି ମାମଲାରେ ୩୦ରୁ ଅଧିକ ବ୍ୟକ୍ତିବିଶେଷ, ୮ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛି । ଏ ସମ୍ପର୍କରେ ପୂର୍ବରୁ ୬ଟି ସପ୍ଲିମେର୍ଟାରୀ ଚାର୍ଜସିଟ୍ ଦାଖଲ ହୋଇଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories