www.samajalive.in
Sunday, December 7, 2025
13.1 C
Bhubaneswar

ଭୁଲ ରାସ୍ତାରେ ଯାଉଛି ଭାରତ, ସରକାରଙ୍କ ଅହଂକାର ଓ ଅକ୍ଷମତା ଯୋଗୁ ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି । ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବାରେ ସରକାର ବିଫଳ ହୋଇଥିବା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି । ଦେଶର ଅର୍ଥନୀତିକୁ ତ୍ବରାନ୍ବିତ କରିବା ପାଇଁ ଅନଲକ୍-୧ ଆରମ୍ଭ ହେବାପରେ ଦେଶରେ କରୋନା ମାମଲା ହୁ ହୁ ହୋଇ ବୃଦ୍ଧି ପାଉଛି। ଯାହା ସରକାରଙ୍କୁ ମଧ୍ୟ ଚିନ୍ତାରେ ପକାଇଛି ।

ଏଥିସହିତ ପୂର୍ବତନ କଂଗ୍ରେସ ସଭାପତି ତଥା ୱାଇନାଡ ସାଂସଦ ରାହୁଲ ଗାନ୍ଧୀ କରୋନା ସଙ୍କଟ ସମୟରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ତାଙ୍କ ଟ୍ବିଟରରେ କରୋନା ଗ୍ରାଫ ସେୟାର କରିବା ସହ ଲେଖିଛନ୍ତି ଯେ ଭାରତ କରୋନା ମହାମାରୀ ମୁକାବିଲା କରିବା ପାଇଁ ଏକ ଭୁଲ ବାଟରେ ଯାଉଛି । ସରାକରଙ୍କ ଅହଂକାର ଏବଂ ଅକ୍ଷମତା  ଯୋଗୁଁ ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହି ଟୁଇଟରେ ରାହୁଲ ଗାନ୍ଧୀ ଏକ ୨୦ ସେକେଣ୍ଡ ଭିଡିଓ ମଧ୍ୟ ସେୟାର କରିଛନ୍ତି।

- Advertisement -


ସୂଚନାଯୋଗ୍ୟ ଗୁରୁବାର ଦିନ ଭାରତ ବ୍ରିଟେନକୁ ଅତିକ୍ରମ କରି କରୋନା ଜୀବାଣୁ ଦ୍ୱାରା ପ୍ରଭାବିତ ଦେଶ ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ଏହି ଭିଡିଓରେ ଦର୍ଶାଯାଇଛି ଯେ ଦିନକୁ ଦିନ ଭାରତରେ କିପରି କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ଭାରତ କୋଭିଡ -୧୯ ଦ୍ୱାରା ଅଧିକ ପ୍ରଭାବିତ ଦେଶ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଆଜି ଦେଶରେ କୋଭିଡ -୧୯ ର ୧୧ ହଜାର ୪୫୮ ଟି ନୂଆ ମାମଲା ରୁଜୁ ହୋଇଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୩୮୬ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ସମଗ୍ର ଦେଶରେ ମୋଟ୍ କରୋନା ପଜିଟିଭ ମାମଲା ୩ ଲକ୍ଷ ୮ହଜାର ୯୯୩ରେ ପହଞ୍ଚିଛି , ସେଥିମଧ୍ୟରୁ ୧ଲକ୍ଷ ୪୫ ହଜାର ୭୭୯ ଟି ସକ୍ରିୟ ମାମଲା, ୧ଲକ୍ଷ ୫୪ ହଜାର ୩୩୦ ଜଣ ଲୋକ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ଏବଂ ଏପର୍ଯ୍ୟନ୍ତ ୮ ହଜାର ୮୮୪  ଜଣଙ୍କର ମୃତ୍ୟୁ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories