www.samajalive.in
Friday, December 12, 2025
17.1 C
Bhubaneswar

ଭାଙ୍ଗୁଛି ଚୀନର ଧୈର୍ଯ୍ୟ: ଆଲୋଚନାକୁ ଓହ୍ଲାଉନାହାନ୍ତି ଜୟଶଙ୍କର -ଡ଼ୋଭାଲ

-ଭାରତ ଚୀନର ଚାଲକୁ ଭଲ ଭାବରେ ବୁଝି ପାରିଛି ଓ ତା’ର ଭାଷାରେ ଜବାବ ଦେବାକୁ ଆରମ୍ଭ କରିଛି 

-ଧାରା ୩୭୦ ଉଚ୍ଛେଦ, ସୀମାନ୍ତରେ ସଡ଼କ ନିର୍ମାଣ ଓ ବିଦେଶୀ ପୁଞ୍ଜିନିବେଶ ଉପରେ ପଦକ୍ଷେପ ଗ୍ରହଣ

ନୂଆଦିଲ୍ଲୀ: ପୂର୍ବ ଲାଦାଖରେ ଯାହାକିଛି ଘଟୁଛି ତାହା କେବେହେଲେ ଏଡ଼ା ଯାଇ ପାରି ନ ଥାନ୍ତା । ଏଇଥିପାଇଁ ଯେ କରୋନା ସଂକ୍ରମଣ ସଂକ୍ରାନ୍ତ ସୂଚନା ଗୋପନ ରଖିବା ପ୍ରସଙ୍ଗରେ ଚୀନ ଏବେ ବୈଶ୍ବିକ ବିଶ୍ବସନୀୟତା ହରାଇଛି ଏବଂ ସେଥିରୁ ଧ୍ୟାନ ହଟାଇବା ପାଇଁ ଭାରତ ସହ ବିବାଦ ଆରମ୍ଭ କରିଛି । ଚୀନର ଯୋଜନା ହେଉଛି ଭାରତ ସହ ଏହି ବିବାଦ ଏତେ ପର୍ଯ୍ୟନ୍ତ ବଢ଼ି ଯାଉ ଯେ ସାରା ବିଶ୍ବ କରୋନାରୁ ଦୃଷ୍ଟି ଅପସାରଣ କରି ଏହା ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରୁ ଓ ବିଶ୍ବଶାନ୍ତି ନିମନ୍ତେ ଉପରେ ଗୁରୁତ୍ବ ଦେଉଦେଉ କରୋନା ପ୍ରସଙ୍ଗ ଭୂଲିଯାଉ । ମାତ୍ର ଭାରତ ଚୀନର ଏହି ଚାଲ ବୁଝି ପାରିଚି । ଯେଉଁଥିପାଇଁ ଯଥେଷ୍ଟ ସଂଯମ ଅବଲମ୍ବନ କରିବା ସହ ବିବାଦକୁ ପୁରା ସ୍ଥାନୀୟ ପ୍ରସଙ୍ଗରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇଛି ।

ଆଲୋଚନାକୁ ଓହ୍ଲାଉ ନାହାନ୍ତି ଜୟଶଙ୍କର- ଡ଼ୋଭାଲ 

ଲାଦାଖରେ ଚୀନ-ଭାରତ ସେନା ସାମ୍ନାସାମ୍ନି ହେବାରପ୍ରାୟ ୧ ମାସ ହୋଇ ଗଲାଣି । ପ୍ରତିଦିନ କେଉଁଠି ନା କେଉଁଠି ଚୀନା ସେନା ଭାରତୀୟ ସେନା ଉପରକୁ ଢ଼େଲାମାଡ଼, ବୋତଲମାଡ଼ କରିବାର ଖବର ମିଳୁଛି । ଭାରତୀୟ ସେନା ମଧ୍ୟ ଅନୁରୂପ ଢ଼ଙ୍ଗରେ ଜବାବ ଦେଉଛନ୍ତି । ମାତ୍ର ମୋଦୀ ସରକାର ଚୀନ ସହ କଥାବାର୍ତା ନିମନ୍ତେ ନା ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ନିର୍ଦେଶ ଦେଇଛି ନା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିଦ୍ ଡ଼ୋଭାଲଙ୍କୁ ଆଲୋଚନା ନିମନ୍ତେ ମଇଦାନକୁ ଓହ୍ଲାଇଛି । ଚୀନ ଏଥିନିମନ୍ତେ ଯେତିକି ବିବ୍ରତ ତାହାଠାରୁ ଅଧିକ ବ୍ୟତିବ୍ୟସ୍ତ ଏଇଥିପାଇଁ ଯେ ଭାରତ ତାର ଜାଲରେ ଧରା ଦେଉନାହିଁ ।

ଚୀନ ବିଦ୍ଵେଷର ମୁଖ୍ୟ କାରଣ ବିଦେଶୀ ପୁଞ୍ଜିନିବେଶ

ବରିଷ୍ଠ ସାମ୍ବାଦିକ ଇନ୍ଦ୍ରାଣୀ ବାଗଚୀଙ୍କ କହିବାକଥା ହେଉଛି ଯେ ଚୀନ-ଭାରତ ସମ୍ପର୍କ ଓ ଭାରତ ସହ ଚୀନର ଶତ୍ରୁତା ନିମନ୍ତେ ନିର୍ଦିଷ୍ଟ କିଛି କାରଣ ନାହିଁ । ଲାଦାଖରେ ଚୀନ ଯେଉଁ ଗଣ୍ଡଗୋଳ ସୃଷ୍ଟି କରୁଛି ତାହା ପଛରେ ଜାମ୍ମୁକାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କିମ୍ବା ଏଲ୍ଏସିରେ ଭାରତ ପକ୍ଷରୁ ସଡ଼କ ନିର୍ମାଣ ମୁଖ୍ୟ କାରଣ ନୁହେଁ । ଚୀନ ଏଥିପାଇଁ ଯେତିକି ବ୍ୟସ୍ତ ନୁହେଁ, ତାଠୁ ବେଶୀ ବ୍ୟସ୍ତ ବିଦେଶୀ ପୁଞ୍ଜିନିବେଶକୁ ନେଇ । ଭାରତ ଚୀନର ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଉପରେ କଟକଣା ଲଗାଇବା ଡ଼୍ରାଗନକୁ ବେଶୀ ବାଧିଛି । ଏହା ସହ କିଛି ବିଦେଶୀ କମ୍ପାନୀ ଚୀନ୍ ଛାଡ଼ି ଭାରତ ମୁହାଁ ହେବା ମଧ୍ୟ ଆଉ ଏକ କାରଣ ବୋଲି ଇନ୍ଦ୍ରଣୀ କହିଛନ୍ତି । ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗରେ ଚୀନ ଶତ୍ରୁତା ଆଚରଣ କରିବାର ଥିଲେ ତ ୨୦୧୯ରୁ ନିଜର ରଙ୍ଗ ଦେଖାଇ ସାରିଥାଆନ୍ତା। ସେହିପରି ସୀମାନ୍ତରେ ସଡ଼କ ନିର୍ମାଣ ତ ବହୁ ବର୍ଷରୁ ଆରମ୍ଭ ହେଲାଣି । ସେତେବେଳେ ଚୀନ୍ ନିରବ ରହିଥିଲା । ମାତ୍ର ଭାରତୀୟ କମ୍ପାନୀରେ ଚୀନ ନିବେଶ ଉପରେ ଯେବେଠାରୁ ଭାରତ ପଦକ୍ଷେପ ନେବା ଆରମ୍ଭ କଲା ସେତେବେଳେ ଚୀନ୍ ତୁରନ୍ତ ଭାରତରୁ ଘୁଷୁରୀ ମାଂସ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇ ପ୍ରତିଶୋଧ ନେଇସାରିଛି।

ନିଜ ଦେଶବାସୀଙ୍କୁ ଭ୍ରମିତ ଲାଗି ଭାରତ ସହ ବିବାଦ

ତେବେ ଅନ୍ୟ କିଛି ବିଶେଷଜ୍ଞଙ୍କ ମତାନୁସାରେ ଚୀନ୍ ଭାରତ ସହ ଆକ୍ରମଣାତ୍ମକ ବ୍ୟବହାରପଛରେ ଆଉ ଏକ ବଡ଼ କାରଣ ହେଉଛି ନିଜ ଦେଶବାସୀଙ୍କୁ ଭ୍ରମିତ କରିବା । ୧୯୬୨ରେ ଯେଉଁ କାରଣ ପାଇଁ ଚୀନ ଭାରତ ସହ ଯୁଦ୍ଧ ଆରମ୍ଭ କରିଥିଲା ୨୦୨୦ରେ ତାହାର ପୁନରାବୃତ୍ତି କରିଛି । ଦେଶକୁ ଦୃତ ବିକାଶପଥରେ ଆଗେଇ ନେବା ପାଇଁ ଚୀନା ସରକାରଙ୍କ କାର୍ଯ୍ୟକ୍ରମ ପୁରାପୁରି ବିଫଳ ହୋଇଛି । ଏହାକୁ ନେଇ ଦେଶର ଲୋକଙ୍କ ମଧ୍ୟରେ ରୋଷ ଭରି ରହିଛି । ତେଣୁ ଚୀନା ସରକାର ନିଜ ଦେଶର ଲୋକଙ୍କୁ ବାସ୍ତବ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଭାରତ ସହ ବିବାଦ ଆରମ୍ଭ କରିଛି ଏବଂ ଆବଶ୍ୟକ ପଡ଼ିଲେ ଆକ୍ରମଣ କରିବାର ଆଶଙ୍କା ମଧ୍ୟ ରହିଛି ।

 

ବିବାଦ ସହ ଚୀନକୁ ଘାରିଛି ଭୟ 

ଭାରତ ସହ ବିବାଦ ଆରମ୍ଭ ପୂର୍ବରୁ ନିଜକୁ ଚୀନ ଯେ କଳିନାହିଁ ସେ କଥା ନୁହେଁ । ସେନା ଓ ହତିଆର ଦୃଷ୍ଟିରୁ ଚୀନ୍ ଭାରତଠାରୁ ବଳଶାଳୀ । ମାତ୍ର ଭାରତର ଦୃଢ଼ ଆନ୍ତର୍ଜାତିକ ସମ୍ପର୍କ ଏବେ ଚୀନ୍ ପାଇଁ ସବୁଠାରୁ ବଡ଼ ସମ୍ପର୍କ । ପ୍ରଥମରେ କରୋନା ଭୂତାଣୁର ଜନ୍ମଭୂମି ବୋଲି ବିଶ୍ବରେ ଚୀନ୍ ନିନ୍ଦିତ ହୋଇଛି । ଏହି ସମୟରେ ଭାରତ ଉପରେ ଆକ୍ରମଣ କଲେ ବିଶ୍ବ ସଙ୍ଗଠନ ଓ ବୈଶ୍ବିକ ସଂସ୍ଥାରୁ ଚୀନକୁ ବିଦା କରିଦିଆଯିବାର ଆଶଙ୍କା ଅଛି । ସେହିପରି ଚୀନର ଉତ୍ପାଦନ ସମୂହର ରପ୍ତାନୀ ମଧ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି ।

- Advertisement -

ସଠିକ୍ ରାସ୍ତାରେ ଚାଲିଛି ଭାରତ

ଚୀନ ପ୍ରସଙ୍ଗରେ ଭାରତ ସଠିକ୍ ରାସ୍ତାରେ ଚାଲିଥିବା କୂଟନୀତିଜ୍ଞ ଓ ବୈଦେଶିକ ସମ୍ପର୍କ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଭାରତ ବର୍ତମାନ ସାମ୍ପ୍ରତିକ ବିବାଦ ସମାଧାନ ନିମନ୍ତେ ଚୀନୀ ଭାଷା ମାଣ୍ଡାରିନ କହି ପାରୁଥିବା ଜେନେରାଲ ଯୋଶୀ ଓ ଲେହରେ ତାଙ୍କର କିଛି ସାଥୀଙ୍କୁ ଆଲୋଚନା ନିମନ୍ତେ ଦାୟିତ୍ବ ଦେଇଛି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ସି.ଚିନପିଙ୍ଗଙ୍କ ସହ ଅନୌପଚାରିକ ବୈଠକ କରାଯିବା ଆବଶ୍ୟକ ବୋଲି କିଛି ମତ ଦେଇଛନ୍ତି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories