କାମାକ୍ଷ ଦେବୀଙ୍କ ସିନ୍ଦୁରର ବିଶେଷତଃ
ବିବାହିତ ନାରୀମାନଙ୍କ ପାଇଁ କାମାକ୍ଷ ଦେବୀଙ୍କ ସିନ୍ଦୁରର ଅନେକ ବିଶେଷତା ରହିଛି । ଏହି ସିନ୍ଦୁର ସହଜରେ ମିଳି ନଥାଏ । ଅମ୍ବୁବାଚି ଉତ୍ସବ ପରେ ହିଁ ଏହି ସିନ୍ଦୁର ଭକ୍ତମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥାଏ । ଏହି ସିନ୍ଦୁର ପ୍ରାପ୍ତି ପାଇଁ ଏକ ବିଶେଷ ପ୍ରକାର ମନ୍ତ୍ରକୁ ୧୦୮ଥର । ଏହାପରେ ବିବାହିତ ମହିଳାମାନେ ସିନ୍ଦୁର ନିଜର ମନୋକାମନା ପୂର୍ଣ୍ଣ ପାଇଁ ବ୍ୟବହାର କରିପାରିବେ ।
ପୁରାତନ ଯୁଗରୁ ଚଳିଆସୁଥିବା ମାନ୍ୟତା ଓ ବିଶ୍ୱାସ ଅନୁଯାୟୀ ଯେଉଁ ବିବାହିତ ନାରୀ କାମାକ୍ଷା ସିନ୍ଦୁର ପ୍ରୟୋଗ କରେ ଦେବୀ ତା ଉପରେ ନିଜର କୃପା ଦୃଷ୍ଟି ରଖିଥାନ୍ତି । ଏହି ସମସ୍ୟା ବଶୀକରଣ,ଯାଦୁ ବିଦ୍ୟା, ଭୂତପ୍ରେତ, ପାରିବାରିକ ଅଶାନ୍ତି, ବ୍ୟବସାୟ ଓ ବିବାହରେ ଉପୁଜୁ ଥିବା ସମସ୍ୟା ଦୂର ହୋଇଥାଏ । ଏହାର ପ୍ରୟୋଗ ମାଙ୍ଗଳିକ ସମୟରେ କରାଯିବା ଉଚିତ୍ ।
ଏହି ସିନ୍ଦୁରକୁ ରୂପାର ଡ଼ବାରେ ରଖି କାମାକ୍ଷା ଦେବୀଙ୍କ ମନ୍ତ୍ର ୧୦୮ଥର ଜାପ କରନ୍ତୁ । ମନ୍ତ୍ର ଉଚ୍ଚାରଣ ସମୟରେ ହାତରେ ଗଙ୍ଗାଜଳ, ଚନ୍ଦନ, କେସରକୁ ମିଶାଇ ମୁଣ୍ଡରେ ଲଗାନ୍ତୁ । ଏହି ମନ୍ତ୍ରକୁ ସ୍ତ୍ରୀ ଓ ପୁରୁଷ ଉଭୟ କରିପାରିବେ । ଏହି ସିନ୍ଦୁର ଲଗାଇବା ପୂର୍ବରୁ କାମାକ୍ଷା ଦେବୀଙ୍କ ମନ୍ତ୍ର ପାଠ କରି ଲଗାନ୍ତୁ ।
ମନ୍ତ୍ରଟି ଜପ କରିବା ପୂର୍ବରୁ ସମ୍ପୁର୍ଣ୍ଣ ରୂପେ ଶୁଦ୍ଧ ହେବା ଆବଶ୍ୟକ ଅଟେ ।