କବାଡ଼ିରୁ ମିଳିଲା ବିହାର ଦଶମ ବୋର୍ଡର ଗାଏବ ୪୨ ହଜାର ପରୀକ୍ଷା ଖାତା

0

ପାଟନା : ବିହାର ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷାର ଗାଏବ ହୋଇଯାଇଥିବା ୪୨,୪୦୦ ପରୀକ୍ଷା ଖାତା ଜଣେ କବାଡ଼ିବାଲା ପାଖରୁ ମିଳିଛି। ସ୍କୁଲ ପିଅନ ପରୀକ୍ଷା ଖାତାଗୁଡ଼ିକୁ ମାତ୍ର ୮,୫୦୦ ଟଙ୍କାରେ କବାଡିବାଲାଙ୍କୁ ବିକି ଦେଇଥିଲା। ପୁଲିସ୍‍ କବାଡ଼ିବାଲା ପପୁ କୁମାର ଗୁପ୍ତାଙ୍କ ଦୋକାନ ଉପରେ ଚଢଉ କରି ସମସ୍ତ ପରୀକ୍ଷା ଖାତା ଜବତ କରିଛି। ଏହି ଘଟଣାରେ ପୁଲିସ୍‍ ପପୁ କୁମାର ଏବଂ ତାର କର୍ମଚାରୀ ସନ୍ତୋଷକୁ ଗିରଫ କରିଛି।

prayash

ଉଲ୍ଲେଖ ଯେ ବିହାର ଦଶମ ବୋର୍ଡ ପରୀକ୍ଷା ଫଳ ଜୁନ୍‍ ୨୦ରେ ପ୍ରକାଶ ପାଇବାର ଥିଲା। କିନ୍ତୁ ପରୀକ୍ଷା ଖାତା ଗାଏବ ଥିବାରୁ ଫଳ ପ୍ରକାଶରେ ବିଳମ୍ବ ହେଉଥିଲା। ଜୁନ୍‍ ୧୯ରେ ଏହି କଥା ପଦାକୁ ଆସିଥିଲା। ଗୋପାଳଗଞ୍ଜ ଏସ୍‍ଏସ୍‍ ଦ୍ୱାଦଶ ହାଇସ୍କୁଲରୁ ପରୀକ୍ଷା ଖାତା ଗାଏବ ହୋଇଥିବା ଜାଣିବାକୁ ମିଳିଥିଲା। ଏନେଇ ହାଇସ୍କୁଲ ପ୍ରିନ୍ସପାଲ ପ୍ରମୋଦ କୁମାର ଶ୍ରୀବାସ୍ତବ, ପିଅନ ଛଟୁ ସିଂହ ଏବଂ ସୁରକ୍ଷା କର୍ମୀ ନାମରେ ମାମଲା ରୁଜୁ ହୋଇଥିଲା। ଏହାପରେ ବିହାର ମାଧ୍ୟମିକ ଶିକ୍ଷା ବୋର୍ଡ ପ୍ରିନ୍ସପାଲଙ୍କୁ ପାଟନା ବଦଳି କରିଦେଇଥିଲା ଓ ଏହି ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‍ଆଇଟି) ଗଠନ କରାଯାଇଥିଲା। ଜେରା ବେଳେ କବାଡ଼ିବାଲା କହିଛି ଯେ ୧୭ରୁ ୧୮ ଦିନ ପୂର୍ବରୁ ପିଅନ ଫୋନ୍‍ କରି କିଛି କାଗଜ ବିକିବାକୁ କହିଥିଲା ଓ ଫୋନରେ ଡିଲ୍‍ ହୋଇଥିଲା। ପରେ ସେ ୮,୫୦୦ ଟଙ୍କା ଦେଇ ଏକ ଅଟୋ ସାହାଯ୍ୟରେ ୧୨୧ କିଲୋର ପରୀକ୍ଷା ଖାତା ନିଜ ଦୋକାନୁ ନେଇଥିଲା। ପରୀକ୍ଷା ଖାତା ଜବତ ହେବା ପରେ ଖାତା ମୂଲ୍ୟାୟନ କରାଯିବ ଓ ଜୁନ୍‍ ୨୬ରେ ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

kalyan agarbati
Leave A Reply