www.samajalive.in
Sunday, December 7, 2025
18.1 C
Bhubaneswar

୧୪୪ ଧାରା ଜାରି କଲେ ବିଜେପୁର ସରପଂଚ

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକ ବିଜେପୁର ଗ୍ରାମପଂଚାୟତ ସରପଂଚ ସୁଚିତ୍ରା ନାଗ ବୁଧବାର ତାଙ୍କ ଜିଲାପାଳ କ୍ଷମତା ପ୍ରୟୋଗ କରି ବିଜେପୁର ସଙ୍ଗରୋଧ କେନ୍ଦ୍ର ଦୁଇଟିର ୧୦୦ ମିଟର ପରିଧି ଅଂଚଳରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ୧୪୪ ଧାରା ଜାରି କରିଛନ୍ତି। ବିଭିନ୍ନ ରାଜ୍ୟରୁ ଫେରିଥିବା ୧୨୬ ଜଣ ପ୍ରବାସୀ ଶ୍ରମିକ ସମ୍ପ୍ରତି ବିଜେପୁର ଗ୍ରାମରେ ଥିବା ସରକାରି ହାଇସ୍କୁଲ ଏବଂ ସମବାୟ ବିଭାଗ ଧାନ ଗୋଦାମରେ ଅବସ୍ଥାନ କରୁଛନ୍ତି। କେନ୍ଦ୍ରରେ ରହିଥିବା ଗର୍ଭବତୀ ମହିଳା, ଶିଶୁଙ୍କ ପାଇଁ ବିଶେଷ ସତର୍କତା ଗ୍ରହଣ କରାଯାଇଛି। ଏପରିପ୍ରେକ୍ଷୀରେ ସ୍ଥାନୀୟ ଲୋକ ତଥା ପରିଜନ ଅଯଥା ଭିଡକୁ ଏଡାଇବା ପାଇଁ ୧୪୪ ଧାରା ଜାରି କରିଥିବା ସରପଂଚ ଶ୍ରୀମତି ନାଗ କହିଛନ୍ତି। ଏନେଇ ସରପଂଚଙ୍କ କାର୍ଯ୍ୟାଳୟ ପକ୍ଷରୁ ଟିଟିଲାଗଡ ଥାନା ଆଇଆଇସିଙ୍କୁ ପତ୍ର ଦ୍ବାରା ସୂଚିତ କରାଯାଇଛି। କେନ୍ଦ୍ର ଦ୍ୱୟର ପରିଚାଲନା ନେଇ ସରପଂଚଙ୍କ ନେତୃତ୍ୱରେ ନୋଡାଲ ଅଫିସର ତଥା ଇଓ ରାଜେଶ ଭାତ୍ରା, ଜିଆରଏସ ଉମେଶ ବଗର୍ତି, ଜେଏସ ପ୍ରଶାନ୍ତ ବଗର୍ତି, ଅଙ୍ଗନବାଡି କର୍ମି ଆରାଧନା ମିଶ୍ର, ଆଶା ପୁଷ୍ପାଞ୍ଜଲି ଦଣ୍ଡସନା, ସମାଜସେବୀ ରମେଶ ବେହେରା ପ୍ରମୁଖ ସହାୟତା କରୁଛନ୍ତି।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories