www.samajalive.in
Monday, December 8, 2025
24.1 C
Bhubaneswar

ବାବା କା ଢାବା ଦେବାଳିଆ; ନୂଆ ରେଷ୍ଟୁରାଣ୍ଟ ବନ୍ଦ

ନୂଆଦିଲ୍ଲୀ: ଗତବର୍ଷ କୋଭିଡ ଜନିତ ତାଲାବନ୍ଦ ସମୟରେ ଜଣେ ୟୁଟ୍ୟୁବରଙ୍କ ପାଇଁ ଚର୍ଚ୍ଚାକୁ ଆସିଥିବା ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ଏବେ ଦେବାଳିଆ ଅବସ୍ଥାରେ। ତାଙ୍କ ସମ୍ପର୍କରେ ସାମାଜିକ ଗଣମାଧ୍ୟରେ ବହୁଳ ପ୍ରସାରିତ ହେବାପରେ ତାଙ୍କ ନିକଟରେ ଗରାଖଙ୍କ ଧାଡି ଲାଗିଥିଲା। ଏହାପରେ କାନ୍ତା ପ୍ରସାଦ ଏକ ଘର ଭଡାନେଇ ନୂଆ ରେଷ୍ଟୁରାଣ୍ଟ ଖୋଲିଥିଲେ। ତେବେ ସେଠାରେ ସେଠାରେ ବିପୁଳ କ୍ଷତି ସହିବା ପରେ ସେ ପୁଣି ଫେରିଛନ୍ତି ରାସ୍ତା କଡକୁ।
କାନ୍ତା ପ୍ରସାଦ ଏବେ ନୂଆଦିଲ୍ଲୀର ମାଲବ୍ୟ ନଗରରେ ପୁଣି ରାସ୍ତକଡରେ ଖାଇବା ଦୋକାନ ଖୋଲିଛନ୍ତି। ଚଳିତ ବର୍ଷ ତାଲାବନ୍ଦ ସମୟରେ ପୁଣି ତାଙ୍କ କାରବାର ଗୁରୁତର ପ୍ରଭାବିତ ହୋଇଛି। ସୂଚନାଯୋଗ୍ୟ ଯେ ଗତବର୍ଷ ତାଲାବନ୍ଦ ସମୟରେ ଜଣେ ୟୁଟ୍ୟୁବର କାନ୍ତା ପ୍ରସାଦଙ୍କର ଏକ ଭିଡିଓ କରି ତାହାକୁ ସାମାଜିକ ଗଣମାଧ୍ୟମରେ ଛାଡିବା ପରେ ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ରାତାରାତି ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ। ହଜାର ହଜାର ଲୋକ ତାଙ୍କ ରାସ୍ତାକଡ ଖାଇବା ଦୋକାନ ବାହାରେ ଧାଡି ଲଗାଇଥିଲେ। ତାହାସହିତ ଅନେକ ଲୋକ ତାଙ୍କୁ ସହାୟତା କରିବାକୁ ମଧ୍ୟ ଆଗେଇ ଆସିଥିଲେ। ଲୋକଙ୍କ ନିକଟରୁ ଆର୍ଥିକ ସହାୟତା ପାଇବା ପରେ କାନ୍ତା ପ୍ରସାଦ ମାଲବ୍ୟ ନଗରରେ ଏକ ଘର ଭଡାନେଇ ରେଷ୍ଟୁରାଣ୍ଟ ଖୋଲିଲେ। ସେଠାରେ ଜଣେ ରାନ୍ଧୁଣିଆ, ଜଣେ ୱେଟର ନିଯୁକ୍ତ କରିବା ସହିତ ସିସିଟିଭି କ୍ୟାମେରା ଆଦି ଖଞ୍ଜିଥିଲେ। ତାଙ୍କ ରେଷ୍ଟୁରାଣ୍ଟ କିଛିଦିନ ଚାଲିଲା। କିନ୍ତୁ କାନ୍ତା ପ୍ରସାଦ ଉକ୍ତ ଟ୍ୟୁବରଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ସେ ତାଙ୍କ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ଆଣିବା ପରେ ତାଙ୍କ ରେଷ୍ଟୁରାଣ୍ଟକୁ ଗ୍ରାହକଙ୍କ ସଂଖ୍ୟା କମିବାରେ ଲାଗିଲା। ରେଷ୍ଟୁରାଣ୍ଟରେ ମାସକୁ ପାଖାପାଖି ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଆୟ ମାତ୍ର ୪୦ ହଜାର ଟଙ୍କା ରହିଲା। ଫଳରେ ଚଳିତ ବର୍ଷ ଫେବୁଆରୀ ମାସରେ କାନ୍ତା ପ୍ରସାଦ ଉକ୍ତ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ବାଧ୍ୟ ହୋଇଥିଳେ। ଏହାପରେ ସେ ପୁଣି ପୂର୍ବ ସ୍ଥାନକୁ ରାସ୍ତା କଡକୁ ଫେରିଆସିଲେ। ତାଲାବନ୍ଦ ପୂର୍ବରୁ ତାଙ୍କର ଦିନକୁ ପ୍ରାୟ ୩୫୦୦ ଟଙ୍କା କାରବାର ହେଉଥିବାବେଳେ ଏବେ ତାହା ପ୍ରାୟ ୧ହଜାର ଟଙ୍କାକୁ ହ୍ରାସପାଇଛି। ତେବେ କାନ୍ତା ପ୍ରସାଦ ତାଙ୍କୁ ସହାୟତା ପାଇବାରେ ସହଯୋଗ କରିଥିବା ୟୁଟ୍ୟୁବରଙ୍କ ବିରୁଦ୍ଧରେ ଯେଉଁଭଳି ମିଛ ଅଭିଯୋଗ ଆଣିଲେ ଏବେ ତାଙ୍କୁ ତାହାର ଫଳ ଭୋଗିବାକୁ ପଡୁଛି ବୋଲି ସାମାଜିକ ଗଣମାଧ୍ୟମରେ ଅନେକ ମତ ଦେଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories