www.samajalive.in
Tuesday, December 9, 2025
26.1 C
Bhubaneswar

ସାମୁଦ୍ରିକ ବାତ୍ୟା ‘ଅମ୍ଫନ୍‌’ ମୁକାବିଲା ପାଇଁ ପାରାଦ୍ବୀପ ବନ୍ଦର ଟ୍ରଷ୍ଟ ପ୍ରସ୍ତୁତ : ଅଧ୍ୟକ୍ଷ

ଭୁବନେଶ୍ବର: : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ ଅମ୍ଫନ ମହାବାତ୍ୟାର ରୂପ ନେଇ ପାରାଦ୍ବୀପ ଠାରୁ ୭୩୦ କିମି. ଦୂରରେ ରହିଛି । ଗତ ୬ ଘଣ୍ଟା ହେବ ଏହା ଘଣ୍ଟା ପ୍ରତି ୭କିମି. ବେଗରେ ଉତ୍ତର ଦିଗକୁ ଗତି କରୁଛି । ସାମୁଦ୍ରିକ ବାତ୍ୟା ଅମ୍ଫନ୍‌ ଅତି ଭୟଙ୍କର ରୂପ ନେଇ ଧୀରେ ଧୀରେ ସ୍ଥଳଭାଗ ଆଡକୁ ମୁହଁାଇଛି। ଏହାର ପ୍ରଭାବର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ବଙ୍ଗୋପ ସାଗରରେ ସୃଷ୍ଟ ବାତ୍ୟା ‘ଅମ୍ଫନ୍‌’ର ମୁକାବିଲା ପାଇଁ ପାରାଦ୍ବୀପ ବନ୍ଦର ଟ୍ରଷ୍ଟ ପ୍ରସ୍ତୁତ ବୋଲି ଅଧ୍ୟକ୍ଷ ରିଙ୍କେଶ୍ ରାୟ ପ୍ରକାଶ କରିଛନ୍ତି। ପାରାଦ୍ବୀପ ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନ୍‌ଗୁଡ଼ିକ ସଫା କରାଯାଇଛି। ସେହିପରି ସ୍ଥାନୀୟ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ଏକ ଚାରିଜଣିଆ ଦଳ ଗଠନ କରାଯାଇଛି। ଯେଉଁମାନେ ରାସ୍ତାରେ ପଡ଼ିଥିବା ଗଛଗୁଡ଼ିକ କାଟି ସଫା କରିବା ସହିତ ଜଳବନ୍ଦୀ ସମସ୍ୟା ଦୂର ପାଇଁ କାର୍ଯ୍ୟ କରିବେ। ଅପରପକ୍ଷରେ ସତର୍କତାମୂଳକ ପଦକ୍ଷେପ ଲଙ୍ଗରରୁ ୨୦ଟି ଜାହାଜ ଗଭୀର ସମୁଦ୍ରର ନିରାପଦ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଛି। ମେ’ ୧୭ରୁ ବନ୍ଦରରେ ଜାହାଜ ଚଳାଚଳକୁ ନିଷେଧ କରାଯାଇଛି। ତେବେ ଆସନ୍ତାକାଲି ସନ୍ଧ୍ୟାସୁଦ୍ଧା ପାରାଦ୍ବୀପ ବନ୍ଦର ସମସ୍ତ କାର୍ଯ୍ୟକୁ ବନ୍ଦ ରଖାଯିବ। କେବଳ ଅଳ୍ପ କିଛି କର୍ମଚାରୀଙ୍କୁ ସମ୍ବେଦନଶୀଳ ଅଞ୍ଚଳରେ ନିୟୋଜିତ କରାଯିବ। ଏହାବ୍ୟତୀତ ଅନ୍ୟକୌଣସି କର୍ମଚାରୀଙ୍କୁ ବନ୍ଦର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବନାହିଁ। ଜରୁରୀକାଳିନ ପରିସ୍ଥିତି ପାଇଁ ଏକ ମେଡ଼ିକାଲ୍‌ ଟିମ୍‌ ଓ ଗୋଟିଏ ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଛି। ସାମାଜିକ ଦୂରତା ବଜାୟ ରଖି ସ୍ଥାନୀୟ ଅଞ୍ଚଳର ଲୋକେ ଓ ବସ୍ତିବାସିନ୍ଦା ବାତ୍ୟା ଆଶ୍ରୟସ୍ଥଳରେ ରହିବାକୁ ବ୍ୟବସ୍ଥା ହୋଇଛି। ସେମାନଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ, ରନ୍ଧାଖାଦ୍ୟ, ପିଇବା ପାଣି, ମାସକ, ସାନିଟାଇଜର୍‌ ଆଦି ପ୍ରଦାନ କରାଯିବା ନେଇ ପଦକ୍ଷେପ ନିଆଯାଇଛି। ବାତ୍ୟା ଆଶ୍ରୟସ୍ଥଳରେ ନିରନ୍ତର ବିଦ୍ୟୁତ ସେବା ଜାରି ରଖିବା ପାଇଁ ଜେନେରେଟ୍‌ ବ୍ୟବସ୍ଥା କରାଯାଇଛି ବୋଲି ପାରାଦ୍ବୀପ ବନ୍ଦର ଟ୍ରଷ୍ଟ ଅଧ୍ୟକ୍ଷ ରିଙ୍କେଶ ରାୟ କହିଛନ୍ତି।

ପାରାଦ୍ବୀପ ବନ୍ଦର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୈଠକରେ ଉପାଧ୍ୟକ୍ଷ ଏ.କେ.ବୋଷଙ୍କ ସମେତ ଅନ୍ୟ ବରିଷ୍ଠ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories