ଆସାମ ଲୋକ ସେବା ଆୟୋଗର ୧୩ ଅଧିକାରୀ ବହିଷ୍କୃତ
ଗୁଆହାଟି : ଚାକିରି ଦେବା ଆଳରେ ଠକେଇ ମାମଲାରେ ଆସାମ ପ୍ରଦେଶ ଲୋକ ସେବା ଆୟୋଗର ୧୩ ଅଧିକାରୀଙ୍କୁ ଗୁରୁବାର ଚାକରିରୁ ବହିଷ୍କୃତ କରାଯାଇଛି। ସମସ୍ତ ଅଧିକାରୀଙ୍କୁ ଗତ ବର୍ଷ ନଭେମ୍ବରରେ ଗିରଫ କରାଯାଇଥିଲା। ସେମାନେ ଏବେ ଗୁଆହାଟି କେନ୍ଦ୍ରୀୟ କାରାଗାରରେ ଅଛନ୍ତି। ସରକାରୀ ସୂତ୍ରରୁ ପ୍ରକାଶ ଯେ ଲୋକ ସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ରାକେଶ ପାଲ ଏବଂ କେତେକ ଅଧିକାରୀଙ୍କ ନାମରେ ଲାଞ୍ଚ ନେଇ ପରୀକ୍ଷାର୍ଥୀଙ୍କୁ କପିରେ ସାହାଯ୍ୟ କରୁଥିବା ଅଭିଯୋଗ ରହିଛି। ଗିରଫ ଅଧିକାରୀଙ୍କ ମଧ୍ୟରେ କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ନିଳମଣି ସେନ ଡେକାଙ୍କ ପୁଅ ରାଜଶ୍ରୀ ସେନ ଡେକା ମଧ୍ୟ ରହିଛନ୍ତି। ଏହି ଠକେଇ ମାମଲାରେ ଏପର୍ଯ୍ୟନ୍ତ ୩୫ ଅଧିକାରୀଙ୍କୁ ଗିରଫ କରାଯାଇଛି।