www.samajalive.in
Monday, December 8, 2025
14.1 C
Bhubaneswar

ଗାଁକୁ ଫେରିଲା ପ୍ରବାସୀ ପୁଅ; ହେଲେ ଦେଖି ପାରିଲା ନାହିଁ ମା’ର ମୁହଁ

ବ୍ରହ୍ମପୁର: କରୋନା ବଦଳାଇ ଛଡ଼େଇ ନେଇଛି ଜୀବନ, ବଦଳାଇ ଦେଇଛି ଜୀବନର ଧାରା । ମୃତ୍ୟୁ ଭୟକୁ ବଳି ପଡ଼ିଛି କରୋନା ଭୟ । ବାପା-ପୁଅ, ମା-ପୁଅ କେହି କାହାରିକୁ ଦେଖି ପାରୁନାହାନ୍ତି । ପ୍ରବାସରୁ ଫେରିଥିବା ପୁଅ ବି ବାପା-ମା ମୁହଁ ଦେଖିବାକୁ ସକ୍ଷମ ହେଉନାହାନ୍ତି । କେଉଁଠି ଦୁର୍ଘଟଣାରେ ପ୍ରବାସୀର ଜୀବନ ଯାଉଛି ତ କେଉଁଠି ପୁଅ ଗାଁକୁ ଫେରିଲେ ବି ବାପା-ମା ମୁହଁ ଦେଖି ପାରୁନାହାନ୍ତି । ଗୁଜୁରାଣ ମେଣ୍ଟାଇବା ପାଇଁ  ପୁଅ  ଗୁଜରାଟର ଏକ ସୂତାକଳରେ କାମ କରୁଥିଲେ ।   କରୋନା ପାଇଁ ପ୍ରବାସୀ ଓଡ଼ିଆଙ୍କ ସହ ଲେଉଟିଥିଲେ ଗାଁକୁ  । ଗାଁରେ ପହଞ୍ଚିବା ପରେ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ମା’ ସହ କଥା ହୋଇଥିଲେ । ହେଲେ ସଞ୍ଜ ବେଳକୁ ମିଳିଲା ମା’ର ମୃତ୍ୟୁ ଖବର । ବ୍ୟବସ୍ଥା ଅନୁସାରେ ସଙ୍ଗରୋଧ କେନ୍ଦ୍ରରୁ ବାହାରକୁ ଯିବାକୁ ବାରଣ ଥିବାରୁ ​‌ଶେଷ ଦର୍ଶନ ବି କରିବାକୁ ସକ୍ଷମ ହୋଇ ନ ଥିଲା ପୁଅ । ଶେଷରେ ଭିଡ଼ିଓ କଲ୍ କରି ମା’ର ଅନ୍ତିମ ସଂସ୍କାର ଦୃଶ୍ୟ କେବଳ ଦେଖି ପାରିଥିଲା ।

ଏପରି ଘଟଣା ଘଟିଛି ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡ଼ାପଡ଼ା ଗାଁରେ । ଏହି ଗାଁର ସୁଶାନ୍ତ ନାମକ ଜଣେ ଯୁବକ ୬ ମାସ ତଳେ କାମ କରିବାକୁ ଯାଇଥିଲା ଗୁଜରାଟ । ମାତ୍ର କରୋନା ଯୋଗୁଁ କାମଧନ୍ଦା ବନ୍ଦ ହୋଇ ଯାଇଥିଲା । ଅନ୍ୟମାନଙ୍କ ସହ ସେ ଫେରି ଆସିଥିଲା ଗାଁକୁ । ଆଉ ଗାଁରେ ପହଞ୍ଚୁ ପହଞ୍ଚୁ ସରକାରୀ ନିର୍ଦେଶ ଅନୁସାରେ ଯାଇଥିଲା ସଙ୍ଗରୋଧ କେନ୍ଦ୍ର । ସେଠାରେ ସେ ପହଞ୍ଚି ମା ପାଖକୁ ଫୋନ କରିଥିଲା । ମା-ପୁଅ ଦୁଃଖସୁଖ ହୋଇଥିଲେ । ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ମା’ ବି ପରାମର୍ଶ ଦେଇଥିଲେ । ମାତ୍ର ଦିନଟିଏ ବି ଯାଇନାହିଁ, ରାତିରେ ଫୋନ୍ ଆସିଲା ସେ ମା’ ଆଉ ନାହିଁ । ସୁଶାନ୍ତ ହଠାତ୍ ଏ କଥା ବିଶ୍ବାସ କରିବାକୁ ପ୍ରସ୍ତୁତ ନ ଥିଲା । ହେଲେ ତାହାହିଁ ଥିଲା ସତ୍ୟ । ସେ ଢ଼େର କାନ୍ଦିଥିଲା, ମା’କୁ ଦେଖିବାକୁ ଯିବାକୁ କେନ୍ଦ୍ର ଅଧିକାରୀଙ୍କୁ ନେହୁରା ହୋଇଥିଲା ।

- Advertisement -

ହେଲେ କେନ୍ଦ୍ର ତତ୍ବାବଧାରକ ଥିଲେ କିଂକର୍ତ୍ତବ୍ୟବିମୂଢ଼ । ସେ ବି ସରକାରୀ ନିୟମରେ ବନ୍ଧା । ସେ କିପରି ଅନୁମତି ଦେବେ ମା’କୁ ଦେଖିବାକୁ ଯିବାକୁ ସୁଶାନ୍ତକୁ । କରୋନା ଭୟ ସମସ୍ତଙ୍କୁ ଗ୍ରାସିଥିଲା । ଗାଁ ପାଖରେ ଥାଇ ବି ପୁଅ ସୁଶାନ୍ତ ମା‘କୁ ଦେଖିବାକୁ ଯାଇ ପାରି ନ ଥିଲା କି ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରି ନ ଥିଲା । ଶେଷରେ ଭିଡ଼ିଓ କଲରେ ମା’ର ଅନ୍ତିମ ସଂସ୍କାର ଦେଖିଥିଲା ସୁଶାନ୍ତ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories