www.samajalive.in
Monday, December 8, 2025
14.1 C
Bhubaneswar

ଅଚଳ ଓ ଅବୈଧ ଫାଷ୍ଟଟ୍ୟାଗ ଥିବା ଗାଡିରୁ ଦୁଇଗୁଣା ପଥକର ଆଦାୟ କରାଯିବ

ନୂଆଦିଲ୍ଲୀ: ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଟୋଲ (ପଥକର) ଆଦାୟ ସଂକ୍ରାନ୍ତ ନିୟମର ସଂଶୋଧନ କରାଯାଇ ଏହି ମର୍ମରେ ଏକ ବିଜ୍ଞପ୍ତିଜାରି କରାଯାଇଛି । ଏହା ଫଳରେ ୨୦୦୮ର ଜାତୀୟ ରାଜମାର୍ଗ ଦେୟ (ଦେୟ ନିର୍ଦ୍ଧାରଣ ଓ ସଂଗ୍ରହ) ଆଇନ ବଦଳିଛି ।

ନୂତନ ବିଜ୍ଞପ୍ତି ଅନୁସାରେ କୌଣସି ଯାନରେ ଯଦି ଫାଷ୍ଟଟ୍ୟାଗ ଲାଗିନଥିବ କିମ୍ବା ଏହା ଅଚଳ ଅଥବା ଅବୈଧ ହୋଇଥିବ, ତେବେ ସେଭଳି ଯାନ ଉପରେ ଗାଡିର ଶ୍ରେଣୀ ବିଭାଗ ଅନୁସାରେ ଦୁଇଗୁଣ ଟୋଲ ଫି (ପଥକର) ଆଦାୟ ହେବ । ଏଭଳି ଯାନ ଲାଗି ଟୋଲ ପ୍ଲାଜାର ଫାଷ୍ଟଟ୍ୟାଗ ଲେନକୁ ପ୍ରବେଶ କରେ ତେବେ ସେଥିରୁ ସ୍ୱାଭାବିକ ଟୋଲ ଠାରୁ ଦୁଇଗୁଣ ଅର୍ଥ ଆଦାୟ କରାଯିବାର ବ୍ୟବସ୍ଥା ହୋଇଛି ।

ଏହି ସଂଶୋଧନ ପୂର୍ବରୁ ଗାଡି ବ୍ୟବହାରକାରୀଙ୍କୁ ବିନା ଫାଷ୍ଟଟ୍ୟାଗରେ ଟୋଲ ପ୍ଲାଜାର ଫାଷ୍ଟଟ୍ୟାଗ  ଲେନରେ ପ୍ରବେଶ କଲେ ଦୁଇଗୁଣ ଟୋଲ ଫି ଦେବାକୁ  ପଡୁଥିଲା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories