ଘାଟିରେ ଶାନ୍ତି ପାଇଁ ପାର୍ଥନା କଲେ କାଶ୍ମୀର ପଣ୍ଡିତ
ଜମ୍ମୁ : କାଶ୍ମୀର ଘାଟିରେ ଶାନ୍ତି ପାଇଁ କ୍ଷୀର ଭବାନୀ ଏବଂ ତ୍ରିପୁର ସୁନ୍ଦରୀ ମନ୍ଦିରରେ କାଶ୍ମୀର ପଣ୍ଡିତମାନେ ସମୂହ ପ୍ରାର୍ଥନା କରିଛନ୍ତି। କାଶ୍ମୀରୁ ବିତାଡିତ ହେବାର ଦୀର୍ଘ ୨୯ବର୍ଷ ପରେ ଏହି ଦୁଇ ମନ୍ଦିରରେ କାଶ୍ମୀର ପଣ୍ଡିତମାନେ ଏକତ୍ରିତ ହୋଇ ସମୂହ ପ୍ରାର୍ଥନା କରିଛନ୍ତି। ଦିଲ୍ଲୀପ ରୈନା ନାମକ ଜଣେ ଶ୍ରଦ୍ଦାଳୁଙ୍କ କହିବା ଅନୁସାରେ ଅଶାନ୍ତ ବାତାବରଣ ସତ୍ତ୍ବେ ମଞ୍ଜଗାମର କ୍ଷୀର ଭବାନୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି। ଏହି ସମୂହ ପ୍ରାର୍ଥାନକୁ ସ୍ଥାନୀୟ ଅଞ୍ଚଳର ମୁସଲମାନ ସମ୍ପ୍ରଦାୟର ଲୋକମାନେ ମଧ୍ୟ ସମର୍ଥନ କରିଛନ୍ତି। ଉଲ୍ଲେଖ ଯେ ଦକ୍ଷିଣ କାଶ୍ମୀରରେ ଅବସ୍ଥିତ ମଞ୍ଜଗାମ ମନ୍ଦିରକୁ ୧୯୯୦ରେ ଆତଙ୍କବାଦୀମାନେ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ। ପରେ ଏହି ମନ୍ଦିରର ପୁନଃ ନିର୍ମାଣ କରାଯାଇଛି। ସେହିପରି କୁଫୱାଡାଠାରେ ଥିବା ଟିକ୍କର ମନ୍ଦିରରେ ୧୫୦୦ରୁ ଅଧିକ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଶାନ୍ତି ପାଇଁ ସୂମହ ପ୍ରାର୍ଥନା କରିଛନ୍ତି।