ବିଜେପି ଏକ ଆତଙ୍କବାଦୀ ସଂଗଠନ: ମମତା

0

କଲକାତା : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ସମୟରେ ସଂଗଠିତ ହିଂସାକାଣ୍ଡକୁ ନେଇ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଅଭିଯୋଗ ଓ ପ୍ରତିଅଭିଯୋଗ ଜାରି ରହିଛି। ଏଥର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ସେ ଗୁରୁବାର ଏକ କାର୍ଯ୍ୟକ୍ରମରେ ବିଜେପିକୁ ଆତଙ୍କବାଦୀ ସଂଗଠନ ବୋଲି କହିଛନ୍ତି। ବିଜେପି ନେତାମାନେ ମୁସଲମାନଙ୍କୁ ଲଢାଉଛନ୍ତି ଏବଂ ହିନ୍ଦଙ୍କୁ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି ବୋଲି ମମତା କହିଛନ୍ତି। ଏହାସହ ମମତା କହିଥିଲେ ଯେ ବିଜେପି ଏକ ଗର୍ବୀଙ୍କ ଦଳ ଓ ଏହାର ନେତାମାନେ କେବଳ ଶାସନଗାଦୀ ପାଇଁ ରାଜନୀତି କରୁଛନ୍ତି। ବିଜେପି ନେତାମାନେ ମୁସଲମାନ, ଖ୍ରୀଷ୍ଟିଆନ୍‍ ଏବଂ ଶିଖଙ୍କୁ ପସନ୍ଦ କରନ୍ତି ନାହିଁ। ସେମାନେ ଲୋକଙ୍କୁ ପିଟି ପିଟି ହତ୍ୟା କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ବୁଧବାର ପଶ୍ଚିମ ଦିଲ୍ଲୀ ଲୋକସଭା ମଣ୍ଡଳୀସ୍ଥିତ ଟିଏମ୍‍ସି କାର୍ଯ୍ୟାଳୟ ଆଗରେ ବିଜେପି କର୍ମୀ ଏବଂ ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନରେ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ, ସାଂସଦ ପ୍ରବେଶ ବର୍ମା, ବିଧାୟକ ମାଞ୍ଜିନ୍ଦର ସିଂହ ସିରସା, ବିଜେପି ନେତା ରବୀନ୍ଦ୍ର ଗୁପ୍ତା, ଜୟପ୍ରକାଶ, ରମେଶ ଖନ୍ନା, ସୁମନ ପ୍ରକାଶ ଶର୍ମା ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ କହିଥିଲେ ଯେ ପଶ୍ଚିମବଙ୍ଗ ଗଣତନ୍ତ୍ର ଆନ୍ଦୋଳନରେ ସହିଦ୍‍ ଦଳିତ କାର୍ଯ୍ୟକର୍ତ୍ତା ତ୍ରିଲୋଚନ ମାହତୋଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ। ବିଜେପି ଖୁବଶୀଘ୍ୟ ପଶ୍ଚିମବଙ୍ଗକୁ ଟିଏମ୍‍ସି କୁଶାସନରୁ ମୁକ୍ତ କରିବ। ସେପଟେ ପୁଲିସ୍‍ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷଙ୍କ ବିରୋଧରେ ଉତ୍ତେଜକ ଭାଷଣ ପାଇଁ ମାମଲା ରୁଜୁ କରିଛି। ତାଙ୍କ ବିରୋଧରେ ଆଇପିସି ଧାରା ୧୪୩, ୧୮୬, ୧୮୮ ଏବଂ ୫୦୬ରେ ମାମଲା ରୁଜୁ ହୋଇଛି। ଏହାପରେ ଗୁରୁବାର କଲକତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେଇ ବିଜେପି ଉପରେ ବର୍ଷିଛନ୍ତି ଓ ବିଜେପିକୁ ଆତଙ୍କବାଦୀ ସଂଗଠନ ବୋଲି କହିଛନ୍ତି।

Leave A Reply