www.samajalive.in
Monday, December 8, 2025
16.1 C
Bhubaneswar

ଲକଡାଉନ ସମୟରେ ତୁରୁମୁଙ୍ଗାରେ ନିଆରା ବିବାହ

ପାଟଣା : ଦେଶରେ କରୋନା ନିୟନ୍ତ୍ରଣ ପାଇଁ ଜାରି ହୋଇଥିବା ତୃତୀୟ ପର୍ଯ୍ୟାୟ ଲକଡାଉନର ଶେଷ ଦିନରେ ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ କଇଁଣ୍ଡା ଗ୍ରାମରେ ଏକ ନିଆରା ବାହାଘର ଅନୁଷ୍ଠିତ ହୋଇଯାଇଛି। ଲକଡାଉନର ସମସ୍ତ ନିୟମ ମାନି ଅନୁଷ୍ଠିତ ହୋଇଥିବା ଏହି ବିବାହ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

କେନ୍ଦୁଝର ଜିଲ୍ଲା ଷଡଙ୍ଗୀ ଗ୍ରାମର ବାସନ୍ତୀ ଲତା ସାହୁ ଓ ମଧୁସୂଦନ ସାହୁଙ୍କ ପୁଅ ମିତୁନ୍ଦ୍ରୁ ସୁନ୍ଦର ସାହୁ (୩୦)ଙ୍କ ସହ ସଦର ବ୍ଲକ ଅଞ୍ଜର ଗ୍ରାମର ମନ୍ଦାକିନୀ ଓ ସଚିଦାନନ୍ଦ ସାହୁଙ୍କ ଝିଅ ରୀତାରାଣୀ ସାହୁ (୨୩)ଙ୍କ ବିବାହ କାର୍ଯ୍ୟ ରବିବାର କନ୍ୟାଙ୍କ ମଉସା ମଙ୍ଗୁଳୁ ସାହୁଙ୍କ ତୁରୁମୁଙ୍ଗା କଇଁଣ୍ଡାସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । କନ୍ୟା ପକ୍ଷ ବିବାହ ପାଇଁ ପାଟଣା ତହସିଲ ଓ ବରପକ୍ଷ ବିବାହ ପାଇଁ ଚମ୍ପୁଆ ତହସିଲରୁ ଅନୁମତି ଆଣିଥିଲେ । ବରକନ୍ୟା ମୁହଁରେ ସ୍ଵତନ୍ତ୍ର ଶୁଭ ବିବାହ ମାସ୍କ ବ୍ୟବହାର କରିବା ସହ ବ୍ରାହ୍ମଣ ସମେତ ସମସ୍ତ କନ୍ୟା ପକ୍ଷ ଓ ବର ପକ୍ଷ ମଧ୍ୟ ସ୍ୱତନ୍ତ୍ର ବିବାହ ମାସ୍କ ପରିଧାନ କରିଥିଲେ। ବିବାହ ପାଇଁ ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ ପାଣ୍ଠିକୁ ୫ ହଜାର ଓ ପ୍ରଧାନମନ୍ତ୍ରୀଙ୍କ କରୋନା ପାଣ୍ଠିକୁ ୫ହଜାର ଟଙ୍କା ପ୍ରଦାନ କରାଯିବ ସହ ତୁରୁମୁଙ୍ଗା ଜାତୀୟ ରାଜପଥରେ ଯାଉଥିବା ଅସହାୟ ବାଟୋଇଙ୍କ ପାଇଁ ଶୁଖିଲା ଖାଦ୍ୟ ପରିବେଷଣର ବ୍ୟବସ୍ଥା କରାଯାଇଥିଲା। ବିନା ଭୋଜି ଭାତରେ ଅନୁଷ୍ଠିତ ଏହି ବିବାହ କାର୍ଯ୍ୟରେ ଉଭୟ ପରିବାର ସଦସ୍ୟ ଓ ଆତ୍ମୀୟସ୍ଵଜନ ସଂଖ୍ୟା ୪୫ ରୁ ୫୦ ମଧ୍ୟରେ ସୀମିତ ଥିଲା। କରୋନା କଟକଣା ଲାଗୁ ପୂର୍ବରୁ ଲଗ୍ନ ସରିଥିବାରୁ ସାମାଜିକ ଦୂରତା ରଖି ଆଜିର ଏହି ନିଆରା ବାହାଘର ହୋଇଥିଲେ ମଧ୍ୟ ଦେଶରୁ କଟକଣା ଉଠିବା ପରେ ବରପକ୍ଷ ବନ୍ଧୁବାନ୍ଧବ ଓ ସଂପର୍କୀୟଙ୍କୁ ବାହା ଭୋଜି ଦେବେ ବୋଲି ବରପକ୍ଷ କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories