ଏୟାର ଇଣ୍ଡିଆରେ ହଜ୍‍ ପାଇଁ ବ୍ୟାଙ୍କକ୍‍ ମନା

0

ଚଣ୍ଡିଗଡ଼: ହଜ୍‍ ଯାତ୍ରା ପାଇଁ ଏୟାର ଇଣ୍ଡିଆ ବିମାନ ବ୍ୟାଙ୍କକ୍‍ ବିମାନ ଉଡ଼ାଣ ସାମୟିକ ସମୟ ପାଇଁ ବନ୍ଦ କରି ଦେଇଛି। ମୁଖ୍ୟତଃ ଚଣ୍ଡିଗଡ଼ରୁ ବ୍ୟାଙ୍କକ ଅଭିମୂଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନକୁ ବନ୍ଦ କରାଯାଇ ଏହାକୁ ହଜ୍‍ ଯାତ୍ରୀଙ୍କ ପାଇଁ ବ୍ୟବହାର କରିବାକୁ ବିଭାଗୀୟ କର୍ତ୍ତୁପକ୍ଷ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୧୩ରୁ ସେପ୍ଟେମ୍ବର ଶେଷ ତାରିଖ ମଧ୍ୟରେ ଚଣ୍ଡିଗଡ଼ରୁ କୌଣସି ଏୟାର ଇଣ୍ଡିଆ ବିମାନ ବ୍ୟାଙ୍କକକୁ ଯିବ ନାହିଁ। ଯେଉଁ ବ୍ୟକ୍ତି ବିଶେଷମାନେ ପୂର୍ବରୁ ଏହି ସମୟସୀମା ମଧ୍ୟରେ ଏୟାର ଇଣ୍ଡିଆ ଟିକଟ କିଣିଛନ୍ତି ସେମାନଙ୍କ କମ୍ପାନୀ ପକ୍ଷରୁ ନୂଆଦିଲ୍ଲୀରୁ ବ୍ୟାଙ୍କକ ଯିବାର ଟିକଟ ପ୍ରଦାନ କରାଯିବ।
ହଜ୍‍ ପାଇଁ ଯାତ୍ରୀଙ୍କ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଏୟାର ଇଣ୍ଡିଆ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇ ଥିବା ଏୟାର ଇଣ୍ଡିଆ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ଏୟାର ଇଣ୍ଡିଆ ୱେବସାଇଟରେ ଏ ସମ୍ପର୍କରେ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରି ଦିଆଯାଇଛି। ହଜ୍‍ ପାଇଁ ସମଗ୍ର ଦେଶର ବିଭିନ୍ନ ପ୍ରାନ୍ତରରୁ ସାଉଦି ଆରବକୁ ଯାତ୍ରୀମାନେ ଯିବାକୁ ଆବେଦନ କରିଛନ୍ତି। ଚଣ୍ଡିଗଡ଼ରୁ ବ୍ୟାଙ୍କକକୁ ସପ୍ତାହରେ ୪ଦିନ ସିଧାସଳଖ ବ୍ୟାଙ୍କକ ଯାତ୍ରା କରିବାର ବ୍ୟବସ୍ଥା ଥିଲା। ତେବେ ଏତେ ସଂଖ୍ୟକ ହଜ୍‍ ଯାତ୍ରୀଙ୍କୁ ସାଉଦି ଆରବ ପହଞ୍ଚାଇବା ଏୟାର ଇଣ୍ଡିଆ ଏଭଳି ଆହୁରି କିଛି ସାପ୍ତାହିକ ଉଡ଼ାଣକୁ ବାତିଲ କରି ଏହାକୁ ହଜ୍‍ ଯାତ୍ରୀଙ୍କ ପାଇଁ ସୁଯୋଗ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Leave A Reply