www.samajalive.in
Wednesday, December 10, 2025
15.1 C
Bhubaneswar

ଘରକୁ ଫେରି ନପାରି ହରିୟାଣାରେ ଆତ୍ମହତ୍ୟା କରିଥିବା ଗଙ୍ଗାଧରଙ୍କ ପରିବାରକୁ ବିଧାୟକଙ୍କ ସହାୟତା

ରାଜକନିକା : ଲକ୍ ‌ଡ଼ାଉନ୍‌ରେ ଗାଁକୁ ଫେରିନପାରିବା କାରଣରୁ ଆତ୍ମହତ୍ୟା କରିଥିବା ରାଜକନିକା ବ୍ଲକ୍ କାଟଣାବଣିଆଁ ପଞ୍ଚାୟତ ବାଜପୁର ଗ୍ରାମର ଗଙ୍ଗାଧର ବିଶ୍ୱାଳଙ୍କ ପରିବାରଙ୍କୁ ଭେଟି ଶୁଦ୍ଧକ୍ରିୟା ସମ୍ପନ୍ନ କରିବା ନିମେନ୍ତ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଆଳି ବିଧାୟକ ପ୍ରତାପକେଶରୀ ଦେବ । ଶୁକ୍ରବାର ବିଧାୟକଙ୍କ ରାଜକନିକା ପ୍ରତିନିଧି ବିକାଶ ଚନ୍ଦ୍ର ଦାସ ବାଜପୁର ଗାଁରେ ପହଞ୍ଚି ଗଙ୍ଗାଧରଙ୍କ ପରିବାରକୁ ଫେରି ସମବେଦନା ଜଣାଇଛନ୍ତି । ଏହା ସହିତ ସରକାରଙ୍କ ତରଫରୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବା ପାଇଁ ମଧ୍ୟ ପ୍ରତିଶୃତି ଦେଇଛନ୍ତି । ବିଧାୟକଙ୍କ ପ୍ରତିନିଧି ବରିଷ୍ଠ ବିଜେଡ଼ି ନେତା ବିକାଶ ଚନ୍ଦ୍ର ଦାସଙ୍କ ସହ ରାଜକନିକା ବ୍ଲକ୍ ବିଜେଡ଼ି ସଭାପତି ବିଦ୍ୟାଧର ବେହେରା ଏବଂ କାଟଣା ବଣିଆଁ ଗ୍ରାମ ପଞ୍ଚାୟତ ବିଜେଡି ସଭାପତି ବେଣୁଧର ସାମଲ ପ୍ରମୁଖ ସ୍ୱର୍ଗତ ଗଙ୍ଗାଧରଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଗଙ୍ଗାଧର, ହରିୟାଣା ଯମୁନାନଗରରେ ରହି ଏକ ପ୍ଲାଏଉଡ୍‌ କମ୍ପାନୀରେ କାମ କରୁଥିଲେ । ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଲକ୍‌ଡାଉନ୍ ଜାରି ହେବା‌ ଯୋଗୁ କମ୍ପାନୀଟି ବନ୍ଦ ହୋଇଯାଇଥିଲା । ଯାହା ଫଳରେ ହରିୟାଣାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଗଙ୍ଗାଧର ।  ଏହାପରେ ଘରକୁ ଫେରିବାକୁ ସେ ବହୁ ଚେଷ୍ଟା କରିଥିଲେ। କିନ୍ତୁ ଫେରି ପାରିନଥିଲେ। ଉପାୟଶୂନ୍ୟ ହୋଇ ଗଙ୍ଗାଧର ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଥିଲେ। ଏନେଇ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ମାଧ୍ୟମରେ ସେ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଥିଲେ। ଏହି ଭିଡିଓରେ କମ୍ପାନୀ ମାଲିକ ଓ ରାଜ୍ୟ ସରକାର ସାହାଯ୍ୟ କରୁ ନ ଥିବା ସେ ଅଭିଯୋଗ କରିଥିଲେ । ସୋସିଆଲ ମିଡିଆରେ ଏକ ଭିଡିଓରେ ଗଙ୍ଗାଧର ରାଜ୍ୟକୁ ଫେରାଇ ନେବାପାଇଁ ସାହାର୍ଯ୍ୟ କରିବାକୁ ଆକୁଳ ନିବେଦନ କରିଥିଲେ । ଯଦି କିଛି ସାହାଯ୍ୟ ନମିଳେ ତେବେ ସେ ଆତ୍ମହତ୍ୟା କରିବେ ବୋଲି ଏହି ଭିଡିଓରେ କହିଥିଲେ । ତେବେ ଗତ ମଙ୍ଗଳବାର ରାତିରେ ଗଙ୍ଗାଧର କମ୍ପାନୀ ନିକଟରେ ଥିବା ଏକ ଘଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।ଗଙ୍ଗାଧର ଘରକୁ ଫେରିବା ପାଇଁ କୌଣସି ସାହାଯ୍ୟ ସହଯୋଗ ନପାଇବାରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

- Advertisement -

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories