www.samajalive.in
Tuesday, December 9, 2025
26.1 C
Bhubaneswar

ସିକିମରେ ଭୟଙ୍କର ହିମସ୍ଖଳନ, ଭାରତୀୟ ସେନାର ଲେଫ୍ଟନାଣ୍ଟ୍ କର୍ଣ୍ଣେଲ୍ ଓ ଯବାନ ସହିଦ

ନୂଆଦିଲ୍ଲୀ : ଉତ୍ତର ସିକ୍କିମର ଲୁଗନାକ ଲା ଅଞ୍ଚଳରେ ଭୟଙ୍କର ବରଫ ସ୍ଖଳନ ହୋଇଛି। ବରଫ ସ୍ଖଳନ ବେଳେ ଏଠାରେ ମୁତୟନ ଥିବା ଜଣେ ଲେଫ୍ଟନାଣ୍ଟ୍ କର୍ଣ୍ଣେଲ ଓ ଜଣେ ଯବାନ ଏହା ମଧ୍ୟରେ ଫସି ଯାଇ ପ୍ରାଣ ହରାଇଛନ୍ତି। ଗତକାଲି ରାତିରେ ୧୮ ଜଣିଆ ପ୍ୟାଟ୍ରୋଲିଂ ପାର୍ଟି ଲୁଗନାକ ଅଞ୍ଚଳରେ ମୁତୟନ ଥିବା ବେଳେ ହଠାତ୍‌ ବରଫ ସ୍ଖଳନ ହୋଇଥିଲା । ଫଳରେ ୧୮ ଜଣ ଯାକ ସୁରକ୍ଷାକର୍ମୀ ଏହି ବରଫ ମଧ୍ୟରେ ଚାପି ହୋଇଯାଇଥିଲେ ।

ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକଙ୍କକୁ ନେଇ ଗଠିତ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ବରଫ ଖଣ୍ଡ ମଧ୍ୟରେ ଫସି ରହିଥିବା ଯବାନମାନଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ । ସବୁ ପ୍ରକାର ଉଦ୍ୟମ ପରେ ମଧ୍ୟ ଲେଫ୍ଟନାଣ୍ଟ୍ କର୍ଣ୍ଣେଲ୍ ରବର୍ଟ ଟେ ଯବାନ ସପଲ ଶମ୍ମୁଖ ରାଓଙ୍କ ମୃତ୍ୟୁ ହୋଇଯାଇଥଇଲା । ଉଦ୍ଧାରକାରୀ ଦଳ ଅନ୍ୟ ୧୬ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories