www.samajalive.in
Monday, December 15, 2025
16.1 C
Bhubaneswar

ସମରାଭ୍ୟାସବେଳେ ଦୁର୍ଘଟଣା: ୨୦ ମୃତ

ତେହରାନ : ଓମାନ ଉପସାଗରରେ ସମରାଭ୍ୟାସ ଚାଲିଥିବାବେଳେ ଇରାନ୍‌ର ଏକ ଯୁଦ୍ଧ ଜାହାଜରୁ ନିକ୍ଷେପିତ କ୍ଷେପଣାସ୍ତ୍ର ଲକ୍ଷ୍ୟଚ୍ୟୁତ ହେବାରେ ଏକ ସହଯୋଗୀ ଜାହାଜ ଧ୍ବଂସ ପାଇଯାଇଛି। ଏଥିରେ ଥିବା ୨୦ ନାବିକଙ୍କ ଓ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ଇରାନ୍‌ ପ୍ରତିରକ୍ଷା ବିଭାଗ ସୂଚନାକୁ ଉଦ୍ଧାର ପୂର୍ବକ ସ୍ଥାନୀୟ ଗଣମାଧ୍ୟମ ଏହି ଖବର ପ୍ରସାର କରିଛି। ରବିବାର ଅପରାହ୍ଣରେ ବନ୍ଦର-ଇ-ଜସାକ୍‌ ଓ ଚବାହର ବନ୍ଦର ଜଳରାଶିରେ ଏହି ଦୁର୍ଘଟଣା ଘଟିଛି। ଧ୍ବଂସ ପାଇଥିବା ଜାହାଜର ନାମକ ‘କୋଣାର୍କ’ ଓ ଏଥିରେ ପ୍ରାୟ ୪୦ ନାବିକ ତଥା କର୍ମଚାରୀ ଥିଲେ। ଏଥିରେ କୋଣାର୍କର କମାଣ୍ଡରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୧୫ଜଣ ଆହତ ହୋଇଥିବା ପ୍ରକାଶ। ଯୁଦ୍ଧଜାହାଜ ‘ଜମାରନ୍‌’ରୁ ଯୁଦ୍ଧଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ର ‘ନୁର୍‌’ର ପରୀକ୍ଷଣ ସମୟରେ ଏହା ଲକ୍ଷ୍ୟଚ୍ୟୁତ ହୋଇ ‘କୋଣାର୍କ’କୁ ମାଡ଼ କରିଥିବା ଖବରରେ କୁହାଯାଇଛି। ଆହତମାନଙ୍କୁ ବେଲୁଚିସ୍ତାନ ଓ ସିସ୍ତାନସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆମେରିକା ଓ ଇରାନ୍‌ ମଧ୍ୟରେ ଓମାନ ଉପସାଗରରେ ଉତ୍ତେଜନା ଲାଗି ରହିଥିବାବେଳେ ଏହି ଦୁର୍ଘଟଣା ଇରାନ୍‌ ପାଇଁ ଚିନ୍ତାର କାରଣ ହୋଇଛି। ଗତ ଜାନୁଆରୀରେ ଇରାନ୍‌ ସେନାର ଏକ କ୍ଷେପଣାସ୍ତ୍ର ଭୁଲ୍‌କ୍ରମେ ନିଜର ଯାତ୍ରୀବାହୀ ବିମାନ ବୋଇଂ-୭୩୭ରେ ମାଡ଼ ହେବା ଫଳରେ ୧୭୬ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଆମେରିକାର ସେନାବାହୀ ବିମାନ ବୋଲି ମନେ କରି ଇରାନ୍‌ ଏହି କ୍ଷେପଣାସ୍ତ୍ର ମାଡ଼ କରିଥିବା ସ୍ବୀକାର କରିଥିଲା।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories