www.samajalive.in
Sunday, December 14, 2025
19.1 C
Bhubaneswar

ଦିନକରେ ରେକର୍ଡ ୪୨୧୩ ନୂଆ ସଂକ୍ରମିତ

ନୂଆଦିଲ୍ଲୀ : ନୂଆ କରୋନା ଭୂତାଣୁ ସଂକ୍ରମଣରେ ଭାରତର ରେକର୍ଡ ବୃଦ୍ଧି ଘଟିଛି। ସୋମବାର ସକାଳ ୮ଟା ସୁଦ୍ଧା ଦିନକ ମଧ୍ୟରେ ସର୍ବାଧିକ ୪୨୧୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି। ୨୪ଘଣ୍ଟାରେ ଏତେ ସଂଖ୍ୟାରେ ନୂଆ ସଂକ୍ରମିତ ହେବା ଭାରତ ପାଇଁ ପ୍ରଥମ। ଦେଶରେ ଗୋଟିଏ ଦିନ ମଧ୍ୟରେ ଏତେ ସଂଖ୍ୟକ ନୂଆ ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ। ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୯୭ଜଣଙ୍କର ମୃତ୍ୟୁ ହୋଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲଙ୍କ ସୂଚନା ଅନୁଯାୟୀ ସୋମବାର ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭,୧୫୨ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୨୨୦୬ ହୋଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨୦,୯୧୭ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଲେଣି। ​‌ଗତ ୨୪ ଘଣ୍ଟା ମଧ୍ୟରେ ୧୫୫୯ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଭାରତରେ କରୋନା ସୁସ୍ଥତା ହାର ୩୧.୧୫କୁ ବୃଦ୍ଧି ପାଇଛି।
ନୂଆ ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୮୭୫ଜଣ ଥିବାବେଳେ ତାମିଲନାଡୁରେ ୬୬୮, ଗୁଜରାଟ ୩୯୮ ଓ ଦିଲ୍ଲୀରେ ୩୮୧ ଜଣ ରହିଛନ୍ତି। ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ଯୋଗୁଁ ପୂର୍ବାଞ୍ଚଳ ରାଜ୍ୟ ଯଥା ଓଡିଶା, ପଶ୍ଚିମବଙ୍ଗ, ବିହାରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏହି ତିନି ରାଜ୍ୟରେ ଗୋଟିଏ ଦିନରେ ୩୨୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ଦେଶର କୋଭିଡ-୧୯ ହଟସ୍ପଟ ହୋଇ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୨୩ ହଜାର ଟପିିଥିବାବେଳେ ମୃତ୍ୟୁସଂଖ୍ୟା ୮୩୨ରେ ପହଞ୍ଚିଛି। ଅନ୍ୟପଟେ ଦେଶର ତୃତୀୟ କୋଭଡି-୧୯ ହଟସ୍ପଟ ଭାବେ ଦିଲ୍ଲୀକୁ ପଛରେ ପକାଇଛି ତାମିଲନାଡୁ। ତାମିଲନାଡୁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୦୪ରେ ପହଞ୍ଚିଥିବାବେଳେ ଦିଲ୍ଲୀର ସଂକ୍ରମିତଙ୍କ ସଂଖ୍ୟା ୬୯୨୩ ରହିଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories