www.samajalive.in
Monday, December 15, 2025
16.1 C
Bhubaneswar

କାଉଣ୍ଟି କ୍ରିକେଟ୍ ନ ଖେଳିବାକୁ ବୁମରାଙ୍କୁ ଆକ୍ରମଙ୍କ ପରାମର୍ଶ

କରାଚି : ଇଂଲଣ୍ଡରେ ଖେଳାଯାଉଥିବା କାଉଣ୍ଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ନ ଖେଳିବାକୁ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରାଙ୍କୁ ପରାମର୍ଶ ଦେଇଛନ୍ତି ପାକିସ୍ତାନର ପୂର୍ବତନ ମହାନ୍‌ ଦ୍ରୁତ ବୋଲର ୱାସିମ୍‌ ଆକ୍ରମ।
ପୂର୍ବତନ ଭାରତୀୟ କ୍ରିକେଟର୍‌ ଆକାଶ ଚୋପ୍ରାଙ୍କ ସହ ୟୁଟ୍ୟୁବ୍‌ରେ ଆଲୋଚନା ସମୟରେ ଆକ୍ରମ କହିଥିଲେ ବୁମରା ୩ଟି ଯାକ ଫର୍ମାଟ୍‌ରେ ଭାରତର ପ୍ରମୁଖ ଦ୍ରୁତ ବୋଲର ହୋଇଥିବାରୁ ସେ ଖାଲି ସମୟରେ କାଉଣ୍ଟି କ୍ରିକେଟ୍‌ ନ ଖେଳି ବିଶ୍ରାମ କରିବା ନିହାତି ଆବଶ୍ୟକ। ଭାରତ ତରଫରୁ ୩ଟି ଯାକ ଫର୍ମାଟ୍‌ରେ ଖେଳିବା ପରେ ଯଦି ବୁମରା କାଉଣ୍ଟି କ୍ରିକେଟ୍‌ ଖେଳନ୍ତି ତେବେ ଏହାର କୁପ୍ରଭାବ ତାଙ୍କ ଶରୀର ଉପରେ ପଡ଼ିବ ବୋଲି ଆକ୍ରମ ସ୍ପଷ୍ଟ କରି ଦେଇଛନ୍ତି। ଅନ୍ୟପକ୍ଷରେ ଯୁବ ଦ୍ରୁତ ବୋଲରମାନେ ନିଜ ଦକ୍ଷତାକୁ ଶାଣିତ କରିବାକୁ ଅଧିକରୁ ଅଧିକ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ମ୍ୟାଚ୍‌ ଖେଳିବା ଉଚିତ୍‌ ବୋଲି ଆକ୍ରମ ମତ ଦେଇଛନ୍ତି।
ଜଣେ କ୍ରିକେଟର୍‌ଙ୍କ ପ୍ରକୃତ ଦକ୍ଷତା ଟେଷ୍ଟ କ୍ରିକେଟ୍‌ ଖେଳିବା ଦ୍ବାରା ଜଣାପଡ଼ିଥାଏ। ତେବେ ବର୍ତ୍ତମାନ ଟ୍ବେଣ୍ଟି୨୦ କ୍ରିକେଟ୍ ବେଶ୍‌ ଲୋକପ୍ରିୟ ହେଉଥିବାରୁ ଅଧିକାଂଶ କ୍ରିକେଟର୍‌ ଏଥିପ୍ରତି ଆକର୍ଷିତ ହେଉଥିବା ଆକ୍ରମ ମତ ଦେଇଛନ୍ତି। ଟ୍ବେଣ୍ଟି୨୦ ଫର୍ମାଟ୍‌ରେ କ୍ରିକେଟର୍‌ଙ୍କୁ ଅଧିକ ଅର୍ଥ ମିଳୁଥିବାରୁ ଏଥିପ୍ରତି ସେମାନେ ଆକର୍ଷିତ ହେବାରେ କୌଣସି ଅସୁବିଧା ନାହିଁ ବୋଲି ଆକ୍ରମ ମତ ଦେଇଛନ୍ତି। ଅର୍ଥ ସମସ୍ତଙ୍କ ଆବଶ୍ୟକ ତେଣୁ ଅର୍ଥ ରୋଜଗାର ପାଇଁ ଟ୍ବେଣ୍ଟି୨୦ କ୍ରିକେଟ୍‌ ଖେଳିବାରେ କୌଣସି ଅସୁବିଧା ନାହିଁ ବୋଲି ଆକ୍ରମ କହିଛନ୍ତି। ତେବେ କେବଳ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ପ୍ରଦର୍ଶନ ଆଧାରରେ ଜଣଙ୍କୁ ଭଲ କ୍ରିକେଟର୍‌ ଭାବେ ପରିଗଣିତ କରାଯାଇ ପାରିବ ନାହିଁ। ନିଜକୁ ଭଲ କ୍ରିକେଟର୍‌ ଭାବେ ପରିଗଣିତ କରିବାକୁ ହେଲେ ଖେଳାଳିଙ୍କୁ ଟେଷ୍ଟ କ୍ରିକେଟ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ଆକ୍ରମ ମତବ୍ୟକ୍ତ କରିଛନ୍ତି। ଜଣେ ଯେତେ ପ୍ରତିଭାଶାଳୀ କ୍ରିକେଟର୍‌ ହେଉଥାଆନ୍ତୁ ନା କାହିଁକି ଦଳରେ ଥିବା ବରିଷ୍ଠ କ୍ରିକେଟର୍‌ଙ୍କ ପରାମର୍ଶ ଗ୍ରହଣ କରି କ୍ରମାଗତ ଭାବେ ଭଲ ପ୍ରଦର୍ଶନ କଲେ ନିଜକୁ ବିଶ୍ବସ୍ତରୀୟ କ୍ରିକେଟର୍‌ ଭାବେ ପରିଚିତ କରାଇ ପାରିବେ ବୋଲି ଆକ୍ରମ କହିଛନ୍ତି।
କରୋନା ସଂକ୍ରମଣ ଯୋଗୁଁ ବନ୍ଦ ରହିଥିବା କ୍ରିକେଟ୍ ପୁନର୍ବାର ଆରମ୍ଭ ହେବାକୁ ବେଶ୍‌ କିଛି ସମୟ ଲାଗିପାରେ ବୋଲି ଆକ୍ରମ ମତ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories