www.samajalive.in
Monday, December 8, 2025
14.1 C
Bhubaneswar

ଏମକେସିଜିରେ ଚାଞ୍ଚଲ୍ୟ – ଡାକ୍ତରଙ୍କ କାନ ଛିଡ଼ାଇ ଦେଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ରୋଗୀଙ୍କ ସମ୍ପର୍କୀୟ କାର୍ଯ୍ୟରତ ଡ଼ାକ୍ତରଙ୍କ କାନକୁ କାମୁଡି ଛିଡ଼ାଇ ଦେଇଛନ୍ତି। ପ୍ରତିବାଦରେ ଏମକେସିଜିର ପିଜି ଡାକ୍ତରମାନେ କାମ ବନ୍ଦ କରି ଅଭିଯୁକ୍ତକୁ ଗିରଫ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଏମକେସିଜି ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ଲେବର ରୁମରେ ଜଣେ ବ୍ୟକ୍ତିଙ୍କ ଗର୍ଭବତୀ ସ୍ତ୍ରୀ ଭର୍ତ୍ତି ହୋଇଥିଲେ। ଗର୍ଭବତୀଙ୍କୁ ଡାକ୍ତରମାନେ ଲେବର ରୁମକୁ ନେବାବେଳେ ସେହି ବ୍ୟକି ଜଣକ ମଧ୍ୟ ଲେବର ରୁମରେ ପଶିଥିଲେ। ହେଲେ ଲେବର ରୁମକୁ ପୁରୁଷ ବ୍ୟକ୍ତି ପ୍ରବେଶ ନିଷେଧ ବୋଲି ଡାକ୍ତରମାନେ କହିବା ପରେ ବ୍ୟକ୍ତି ଜଣକ ଯୁକ୍ତିତର୍କ କରିଥିଲେ।

କିଛି ସମୟ ଯୁକ୍ତିତର୍କ ପରେ ସେଠାରେ ଉପସ୍ଥିତ ଏକାଧିକ ଡାକ୍ତର ଓ ସେହି ବ୍ୟକ୍ତିଙ୍କ ମଧ୍ୟରେ ହତାହାତି ହୋଇଥିଲା। ଉତେଜିତ ହୋଇ ବ୍ୟକ୍ତି ଜଣଙ୍କ ଜଣେ ପିଜି ଡାକ୍ତରଙ୍କ କାନକୁ କାମୁଡି ଦେଇଥିଲେ। ଡାକ୍ତରଙ୍କ କାନରୁ ମାଂସ ଛିଡି ଯାଇଛି। ତାଙ୍କୁ କାଜୁଆଲିଟିରେ ଭର୍ତ୍ତି କରାଯାଇଛି। ଏପଟେ ଏମକେସିଜି ଫାଣ୍ଡି ପୁଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଛି। ଡାକ୍ତରମାନେ ଫାଣ୍ଡି ନିକଟରେ ଜମା ହୋଇଛନ୍ତି। ଏସଡିପିଓ ବିଷ୍ଣୁ ପ୍ରସାଦ ପତି ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories