www.samajalive.in
Sunday, December 7, 2025
26.1 C
Bhubaneswar

‘ପରମାଣୁ ଗୋଦାମ’ ତିଆରି କରୁଛି ଉତ୍ତର କୋରିଆ

ପ୍ୟୋଙ୍ଗୟାଙ୍ଗ: ସାରା ବିଶ୍ଵ କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରଖି ଔଷଧ ତିଆରି କରିବାରେ ଲାଗି ପଡ଼ିଥିବାବେଳେ ଉତ୍ତର କୋରିଆ ଏକ ବିଶାଳ ଗୋଦାମ ନିର୍ମାଣ କରୁଛି। ଏହି ଗୋଦାମକୁ ପରମାଣୁ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବା ଏବଂ ଏହାର ପରୀକ୍ଷା କରିବା ଦିଗରେ ବ୍ୟବହାର କରାଯିବ ବୋଲି କୁହାଯାଉଛି। ଗତ ମାର୍ଚ୍ଚ ମାସରେ ଉପଗ୍ରହରୁ ନିଆଯାଇଥିବା ଫଟୋଚିତ୍ରରୁ ଏହା ଜଣାପଡ଼ିଛି। ଚଳିତବର୍ଷ ଶେଷ ସୁଦ୍ଧା ଅଥବା ୨୦୨୧ ପ୍ରାରମ୍ଭରେ ଗୋଦାମ ନିର୍ମାଣ ଶେଷ ହୋଇଯିବ।

- Advertisement -

ଆମେରିକାର ସେଣ୍ଟର ଫର ଷ୍ଟ୍ରାଟେଜିକ ଆଣ୍ଡ ଇଣ୍ଟରନ୍ୟାଶନାଲ ଷ୍ଟଡିଜର ସାଟେଲାଇଟ୍‌ ଏହି ଫଟୋଚିତ୍ର ଉତ୍ତୋଳନ କରିଛି। ସେଣ୍ଟର ପକ୍ଷରୁ କୁହାଯାଇଛି ଯେ, ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗଠାରୁ ୧୭ ମାଇଲ ଦୂର ଉତ୍ତର ପଶ୍ଚିମରେ ଏହି ଗୋଦାମ ନିର୍ମାଣ ଚାଲିଛି। ଖୁବଶୀଘ୍ର ଏହାର ନିର୍ମାଣ ସମ୍ପୂର୍ଣ୍ଣ ହୋଇଯିବ ବୋଲି ଫଟୋରୁ ଦେଖିବାକୁ ମିଳୁଛି। ୨୦୧୬ରେ ଯେତେବେଳେ ଉତ୍ତର କୋରିଆ ଆମେରିକା ଉପରେ ଆକ୍ରମଣ କରିବା ଲାଗି କ୍ଷେପଣାସ୍ତ୍ର ନିର୍ମାଣରେ ଲାଗିଥିଲା ସେହି ସମୟରୁ ଏହି ଗୋଦାମ ନିର୍ମାଣ ଆରମ୍ଭ ହୋଇଛି। ପୂର୍ବରୁ ଏଠାରେ ସିଲ୍‌-ଲି ଗାଁ ରହିଥିଲା। ସେଣ୍ଟର ପକ୍ଷରୁ ଆହୁରି କୁହାଯାଇଛି ଯେ, କ୍ଷେପଣାସ୍ତ୍ର ଗଚ୍ଛିତ ରଖିବାରେ ଏହି ଗୋଦାମକୁ ବ୍ୟବହାର କରାଯିବ ବୋଲି ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇଛି। ଏହା ଏତେ ବଡ଼ ଯେ ଏଠାରେ ହ୍ବାସୋଙ୍ଗ-୧୫ ଅନ୍ତର୍ଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ବି ରଖାଯାଇ ପାରିବ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories