www.samajalive.in
Friday, December 5, 2025
20.1 C
Bhubaneswar

ବନ୍ୟାରେ ୪ହଜାର ଲୋକଙ୍କ ମୃତ୍ୟୁକୁ ନେଇ ରାଗିଗଲେ କିମ୍ ଜୋଙ୍ଗ୍ ଉନ୍, ୩୦ ଅଧିକାରୀଙ୍କୁ ଫାଶୀ

ସମାଜ ଡିଜିଟାଲ ଡେସ୍କ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କୌଣସି ଭୁଲ କିମ୍ବା ଅବହେଳାକୁ ଆଦୌ ସହ୍ୟ କରିପାରିବେ ନାହିଁ। ନିକଟରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। କିଛିଦିନ ତଳେ ଭୟଙ୍କର ବନ୍ୟା ଯୋଗୁଁଁ ଦେଶର ସ୍ଥିତି ଏବେ ସମ୍ପୂର୍ଣ୍ଣ ବିଗିଡ଼ିଯାଇଥଲା। ଏହି ବନ୍ୟାକୁ ମୁକାବିଲା କରିବାରେ ବିଫଳତାକୁ ନେଇ ସୁପ୍ରିମ ନେତା କିମ୍ ଜୋଙ୍ଗ୍ ଉନ୍ କ୍ରୋଧିତ ହୋଇ ୩୦ ଜଣ ଅଧିକାରୀଙ୍କୁ ଫାଶୀଦଣ୍ଡ ଦେଇଛନ୍ତି। ତେବେ ଏହି ଲୋକଙ୍କ ବିରୋଧରେ ଦୁର୍ନୀତି ମାମଲା ମଧ୍ୟ ରୁଜୁ ହୋଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭୟଙ୍କର ବନ୍ୟା ଚାଗାଙ୍ଗ ପ୍ରଦେଶର କିଛି ଅଞ୍ଚଳକୁ ଧ୍ୱଂସ କରିଦେଇଛି। ଏଥିରେ ଉତ୍ତର କୋରିଆର ୪୦୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଛି। ଶାସକ କିମ୍ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ବନ୍ୟାର ଭୟାବହତା ଦେଖି ସେ କ୍ରୋଧିତ ଯାଇଥିଲେ। ଏହାପରେ ଆଉ କିଛି ନ ଭାବି ନ ଶୁଣି ସେ ଅବହେଳା ପାଇଁ ତୁରନ୍ତ ୩୦ ଜଣ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ।

ଦୁର୍ଗମ ଗ୍ରାମରେ ଫଳିଲା ଅଙ୍ଗୁର, ଅଧିକ ଚାଷ ପାଇଁ ମନ ବଳାଇଛନ୍ତି ଆଦିବାସୀ ମହିଳା

- Advertisement -

ଦକ୍ଷିଣ କୋରିଆ ଗଣମାଧ୍ୟମ ରିପୋର୍ଟ ମୁତାବକ, ଗତ ମାସର ଶେଷ ଭାଗରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଦଳର ୨୦-୩୦ ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ଏକସଙ୍ଗେ ଫାଶୀ ଦିଆଯାଇଛି। ତେବେ ଉତ୍ତରକୋରିଆରେ କେଉଁ କେଉଁ ଅଧିକାରୀଙ୍କୁ ଫାଶୀ ଦିଆଯାଇଛି, ସେ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ। ଏହା ବ୍ୟତୀତ ଚାଗାଙ୍ଗ ପ୍ରଦେଶର ବରଖାସ୍ତ ହୋଇଥିବା ଦଳର ସଚିବ କାଙ୍ଗ ବୋଙ୍ଗ-ହୁନଙ୍କୁ ମଧ୍ୟ ଏହି ପରିସ୍ଥିତି ପାଇଁ ଗିରଫ କରାଯାଇଛି। ଏଥିସହ ଯେଉଁମାନେ ବିପର୍ଯ୍ୟୟ ପରିଚାଳନାରେ ନିଜର ଦାୟିତ୍ବ ସଠିକ୍‌ ଭାବେ ପୂରଣ କରିନାହାନ୍ତି ସେମାନଙ୍କୁ କଠୋର ଦଣ୍ଡ ଦେବାକୁ କିମ୍ ଜୋଙ୍ଗ୍ ଉନ୍ ଅଧିକାରୀମାନଙ୍କୁ କହିଛନ୍ତି।

ଉତ୍ତର କୋରିଆର ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ପୂର୍ବରୁ ଜଣାଇଥିଲା ଯେ, ଜୁଲାଇରେ ଚାଗାଙ୍ଗ ପ୍ରଦେଶରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ପ୍ରାୟ ୪,୦୦୦ ଲୋକଙ୍କ ଜୀବନ ଯାଇଥିବାବେଳେ ୧୫, ୦୦୦ରୁ ଅଧିକ ଲୋକ ବାସହୀନ ହୋଇପଡ଼ିଥିଲେ।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories