ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ଛାତ୍ର କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିଛନ୍ତି। ରାଜ୍ୟରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ଦାବିରେ ଆନ୍ଦୋଳକୁ ଓହ୍ଲାଇଛନ୍ତି ଛାତ୍ର କଂଗ୍ରେସ କର୍ମୀ। ବିଧାନସଭା ଅଭିମୁଖେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ଫୋର୍ସ ମୁତୟନ କରାଯାଇଛି। ଦୀର୍ଘ ୬ବର୍ଷ ହେବ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇନଥିବାରୁ ଚଳିତ ବର୍ଷ ନିର୍ବାଚନ କରିବାକୁ ଦାବି କରୁଛି ଛାତ୍ର କଂଗ୍ରେସ।





