www.samajalive.in
Friday, December 5, 2025
26.1 C
Bhubaneswar

ଖାଦ୍ୟ ସଙ୍କଟ: ଦେଶର ସବୁ କୁକୁରଙ୍କୁ ହତ୍ୟା ଲାଗି ଉତ୍ତରକୋରିଆ ଏକଛତ୍ର ଶାସକ କିମ୍ ଜଙ୍ଗଙ୍କ ନିର୍ଦେଶ

ପୋଙ୍ଗୟାଙ୍ଗ: ଉତ୍ତରକୋରିଆ ବର୍ତମାନ ସମୟରେ ଭୟଙ୍କର ସମସ୍ୟାର ସମ୍ମୁଖୀନ ହୋଇଛି । ଏକଦା କରୋନାମୁକ୍ତ ଦେଶ କୁହାଯାଉଥିବା ଉତ୍ତରକୋରିଆରେ କରୋନା ଭୂତାଣୁ ସଂକ୍ରମଣ ବଢ଼ିଛି ଓ ଦେଶରେ ଖାଦ୍ୟାଭାବ ଦେଖା ଦେଇଛି । ଏହି ସମସ୍ୟାରୁ ମୁକ୍ତି ନିମନ୍ତେ ଉତ୍ପାଦନ ବୃଦ୍ଧି ବା କରୋନା ନିୟନ୍ତ୍ରଣ ରୋକିବା ନିମନ୍ତେ ପଦକ୍ଷେପ ପରିବର୍ତ୍ତେ ଦେଶର ସବୁ କୁକୁରଙ୍କୁ ହତ୍ୟା କରିବାକୁ ନିର୍ଦେଶ ଦେଇଛନ୍ତି ଦେଶର ଏକଛତ୍ର ଶାସକ କିମ୍ ଜଙ୍ଗ ।
କିମ୍ ଜଙ୍ଗଙ୍କ ଏହି ଆଦେଶ ପରେ ଘରେ କୁକୁର ପୋଷିଥିବା ଲୋକମାନେ ବେଶ୍ ମର୍ମାହତ । ଯେଉଁ ପଶୁକୁ ଏତେ ଆଦରରେ ସେମାନେ ପାଳିଥିଲେ ତାକୁ କିପରି ମାରିଦେବେ ଏହାକୁ ଭାବି କିଛି ଲୋକ ଅତ୍ୟନ୍ତ ବିମର୍ଷ ।
ଗତ ଜୁଲାଇ ମାସରେ କିମ୍ ଜଙ୍ଗ ଦେଶରେ କୁକୁର ପାଳନକୁ ଅବୈଧ ଘୋଷଣା କରିଥିଲେ । ଘରେ କୁକୁର ପାଳିବା ପୁଞ୍ଜିପତି ବିଚାରଧାରା ବୋଲି ସେ କହିଥିଲେ । କୋରିଆର ଖବରକାଗଜ ଚେସୁନ୍ ଇଲ୍ଭୋ ଅନୁସାରେ ଉତ୍ତରକୋରିଆରେ ଯେଉଁ ଲୋକମାନେ କୁକୁର ପାଳିଛନ୍ତି ସେମାନଙ୍କ ଘର ଚିହ୍ନଟ କରିବା ନିମନ୍ତେ ସରକାରୀ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଛି । ସେମାନେ ଘରକୁ ଘର ବୁଲି ବଳପୂର୍ବକ କୁକୁରଙ୍କୁ ନେଇ ଆସୁଛନ୍ତି ଓ ସରକାରୀ ଚିଡ଼ିଆଖାନାରେ କୁକୁରଗୁଡ଼ିକୁ ରଖାଯାଉଛି । ଏହାପରେ କୁକୁର ମାଂସ ବିକ୍ରି କରୁଥିବା ରେଷ୍ଟୁରାଣ୍ଟକୁ ଏହି କୁକୁରଗୁଡ଼ିକୁ ବିକ୍ରି କରାଯାଉଛି ।
କୋରିଆ ଉପଦ୍ବୀପରେ କୁକୁର ମାଂସ ବେଶ୍ ଲୋକପ୍ରିୟ । ତେବେ ଦକ୍ଷିଣ କୋରିଆରେ କୁକୁର ମାଂସ ବିକ୍ରି ହ୍ରାସ ପାଇଛି । ତଥାପି ଦେଶରେ ବାର୍ଷିକ ୧୦ ଲକ୍ଷ କୁକୁରଙ୍କୁ ମାଂସ ପାଇଁ ବିକ୍ରି କରାଯାଉଛି । ମାତ୍ର ଉତ୍ତରକୋରିଆରେ କୁକୁର ମାଂସ ବେଶ୍ ଲୋକପ୍ରିୟ । ପ୍ୟୋଙ୍ଗୟାଙ୍ଗରେ ଏବେ ବି କୁକୁର ମାଂସର ରେଷ୍ଟୁରାଣ୍ଟ ବେଶ୍ ଚାଲିଛି । କୁକୁର ମାଂସରେ ଭରପୁର ପ୍ରୋଟିନ ରହିଛି ଓ ଏହା ଶକ୍ତିପ୍ରଦ ବୋଲି ଉତ୍ତରକୋରିଆର ଲୋକମାନେ ବିଶ୍ବାସ କରନ୍ତି । ଶୀତଦିନେ କୁକୁର ମାଂସର ସୁପ୍ ଉତ୍ତରକୋରିଆ ଲୋକଙ୍କର ବେଶ୍ ପସନ୍ଦ ।
ଏହି ସମ୍ବାଦପତ୍ର ରିପୋର୍ଟ ଅନୁସାରେ କୁକୁର ପାଳିଥିବା ଲୋକମାନେ ସରକାର ଓ କିମ ଜଙ୍ଗଙ୍କୁ ସିଧାସଳଖ ବିରୋଧ କରି ପାରୁ ନ ଥିଲେ ମଧ୍ୟ ମନେମନେ ଗାଳି କରୁଛନ୍ତି । ସେମାନଙ୍କ ନିକଟରେ କିମ୍ ଜଙ୍ଗଙ୍କ ଆଦେଶ ପାଳନ ଭିନ୍ନ କୌଣସି ବିକଳ୍ପ ନାହିଁ ଓ ସେମାନେ ବାଧ୍ୟ ହୋଇ ନିଜର ପୋଷା କୁକୁରମାନଙ୍କୁ ମରଣମୁହଁକୁ ଠେଲି ଦେଉଛନ୍ତି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories