www.samajalive.in
Saturday, December 6, 2025
19.1 C
Bhubaneswar

ନବବଧୂକୁ ଯୌତୁକ ପାଇଁ ହତ୍ୟା ଅଭିଯୋଗ, ସ୍ୱାମୀ ଓ ଦିଅର ଗିରଫ 

ବେଗୁନିଆ : ବେଗୁନିଆ ଥାନା କଡବ ପଂଚାୟତ ଅନ୍ତର୍ଗତ ଚଟୁଆ ଗ୍ରାମରେ ଏକ ନବ ବିବାହିତା ବଧୂକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ବେଗୁନିଆ ଥାନାରେ ଅଭିଯୋଗ ହୋଇଛି l କଟକ ଜିଲ୍ଲା ବାଙ୍କୀ ଥାନା ତାଳବସ୍ତ ପଂଚାୟତ ଅନ୍ତର୍ଗତ ରାଉତରାପୁର ଗ୍ରାମର ପ୍ରମୋଦ କୁମାର ସାହୁଙ୍କ ଝିଅ ଅର୍ଣ୍ଣପୂର୍ଣା ବେଗୁନିଆ ଥାନା ଅନ୍ତର୍ଗତ ଚଟୁଆ ଗ୍ରାମର ରାଜେଶ କୁମାର ସାହୁଙ୍କୁ ଗତ ୯ ମାସ ତଳେ ବିବାହ କରିଥିଲେ l ବିବାହର କିଛି ମାସ  ସେମାନେ ସୁଖ ଶାନ୍ତିରେ ସେମାନଙ୍କର ସମୟ ଅତିବାହିତ କରିବା ପରେ ଅର୍ଣ୍ଣପୂର୍ଣାଙ୍କୁ ଶାଶୁ ଘର ଲୋକେ ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିଲେ l ଯୌତୁକ ଟଙ୍କା ନ ପାଇବାରୁ ଶାଶୁଘର ଲୋକମାନେ ଅର୍ଣ୍ଣପୂର୍ଣାଙ୍କୁ ମାରି ଦେଇଥିବା ନେଇ ତାଙ୍କ ବାପା ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି l ବେଗୁନିଆ ପୁଲିସ ଅଭିଯୋଗ ପାଇ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଲୟକୁ ବ୍ୟବଛେଦ ପାଇଁ ପଠାଇବା ସହିତ ଅର୍ଣ୍ଣପୂର୍ଣାଙ୍କ ସ୍ୱାମୀ ରାଜେଶ କୁମାର ସାହୁ ଏବଂ ଦିଅର ବିଷ୍ଣୁ ସାହୁଙ୍କୁ ୧୬୭/୨୦ ନମ୍ବର କେଶରେ ଗିରଫ କରି କୋର୍ଟ ଚାଲାଣ କରିଛି l 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories