www.samajalive.in
Monday, December 15, 2025
24.1 C
Bhubaneswar

ମଙ୍ଗଳବାର ରାଶିଫଳ(୦୫/୦୫/୨୦୨୦)

ମେଷ: ଆଜି ଆପଣଙ୍କ ଶୁଭଯାତ୍ରା ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରେ। କ୍ରୋଧ ସମ୍ବରଣ କଲେ ବହୁ ଶୁଭଫଳ ପ୍ରାପ୍ତି ହେବେ। ବଦଖର୍ଚ୍ଚୀ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ଚାକିରିରେ ପ୍ରଶଂସା ମିଳିବ।

ବୃଷ: ଚଞ୍ଚଳମନା ହେବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରି ଫଳ ସପକ୍ଷରେ ଯାଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭର ସୂଚନା ମିଳୁଛି।

ମିଥୁନ: ଉଦାର ସ୍ବଭାବର ହେବେ। ଦାନ-ଧର୍ମକୁ ଶ୍ରେୟ ମଣି ପାରନ୍ତି। ବ୍ୟକ୍ତିବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। କୃଷିକର୍ମକାରୀ ହେବେ। ପ୍ରେମୀ ଓ ବୁଦ୍ଧିମାନ ହୋଇପାରନ୍ତି।

କର୍କଟ: ସୁଖ ସନ୍ତୋଷ ଲାଭ କରିପାରନ୍ତି। ମନ ପ୍ରସନ୍ନ ରହିବ। ଧର୍ମପରାୟଣ ହେବେ। ଅମାୟିକ ବ୍ୟବହାର ଓ ମଧୁରଭାଷା ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବ। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କଠାରୁ ଆଦର, ସମ୍ମାନ ମିଳିପାରେ।

ସିଂହ: ଶ୍ରମ ସାର୍ଥକ ହେବ। ପରମ ଭାଗ୍ୟଶାଳୀ ହେବେ। ମଧୁରଭାଷୀ ହେବେ। ସହନଶୀଳ ହୋଇପାରନ୍ତି। ଶାନ୍ତିପ୍ରିୟ, ଉଦାର ଓ ବିଦ୍ୟାପ୍ରେମୀ ହେବେ। ମିତ୍ରମାନଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ବ୍ୟବସାୟ ଭଲରେ ଚାଲିବ।

କନ୍ୟା: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟର ମାର୍ଗ ଉନ୍‍ମୁକ୍ତ ରହିବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନ ଲାଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ। ଶାସ୍ତ୍ରଜ୍ଞ ହେବେ।

ତୁଳା: ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ଏକାନ୍ତରେ ସମୟ କଟାଇବାକୁ ଇଚ୍ଛା କରିବେ। ଆଖିରେ ସାମାନ୍ୟ ଯନ୍ତ୍ରଣା ଦେଖାଦେଇ ପାରେ। କଥନଶୈଳୀରେ ବ୍ୟକ୍ତିତ୍ୱର ବିକାଶ ଘଟାଇ ପାରନ୍ତି। ଶୁଭକାର୍ଯ୍ୟରେ ଖର୍ଚ୍ଚାନ୍ତ ହେବେ। ରାଜଯୋଗ ଭୋଗ କରିପାରନ୍ତି।

ବିଛା: ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳମନା ହେବେ। ସରକାରୀ ସ୍ତରରୁ ଧନ ପ୍ରାପ୍ତି ସହ ସମ୍ମାନିତ ହେବେ। ସନ୍ତାନମାନେ ଗୁଣୀ ହେବେ। ତନ୍ତ୍ର-ମନ୍ତ୍ରାଦି ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ।

ଧନୁ: କାର୍ଯ୍ୟରେ ସଫଳତା ଲାଭ କରିବେ। କୁଳ ଉଦ୍ଧାରକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିବେ। ପରିବାର ପ୍ରତି ସ୍ନେହ ଭାବ ରହିବ।

ମକର: ଆଳସ୍ୟ ପରାୟଣ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସରେ ସମୟ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବହୁ ସୁଖର ଅଧିକାରୀ ହେବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍‍ ଓ ସମ୍ପତ୍ତିବାନ୍‍ ହେବେ।

କୁମ୍ଭ: ପ୍ରତିହିଂସାପରାୟଣ ହୋଇପାରନ୍ତି। ଯେସାକୁ ତେସା ନୀତି ପ୍ରୟୋଗ କରିବାକୁ ବାଧ୍ୟ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଜଗି-ରଖି ଚଳିବାକୁ ପଡ଼ିବ। ମନ ପ୍ରଫୁଲ୍ଲ ରହିବ।

ମୀନ: ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ବ୍ୟବସାୟରେ ଲାଭବାନ୍‍ ହେବେ। ସମାଜ ସେବାରେ ନିଜକୁ ନିୟୋଜିତ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ନିଜକାର୍ଯ୍ୟ ପାଇଁ ଗର୍ବିତ ହେବେ। ପତ୍ନୀ ପରାମର୍ଶ ଆପଣଙ୍କୁ ପତନରୁ ରକ୍ଷା କରିବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories