www.samajalive.in
Monday, December 15, 2025
16.1 C
Bhubaneswar

ସଙ୍ଗରୋଧ କେନ୍ଦ୍ରରେ ସପ୍ତାହକୁ ମିଳିବ ୩ଦିନ ଆମିଷ

ଭୁବନେଶ୍ବର : ଘରକୁ ଆସିବେ ବୋଲି ବିକଳ ହେଉଥିଲେ । ରାଜ୍ୟ ସରକାର ଯାହା ସର୍ତ୍ତ ରଖିବେ ତାକୁ ମାନିବେ ବୋଲି କହୁଥିଲେ । ହେଲେ ଓଡ଼ିଶାରେ ପହଞ୍ଚିବା ପରେ ଆରମ୍ଭ ହୋଇଛି ଯେତେସବୁ ବଦମାସୀ । କିଏ କ୍ବାରେଣ୍ଟାଇନ ସେଣ୍ଟର ଛାଡ଼ି ପଳାଇଲେଣି ତ କିଏ ଖାଇବା ଫିଙ୍ଗିଲେଣି । ସଙ୍ଗରୋଧ କେନ୍ଦ୍ରରେ ଠିକ୍‌ ଭାବେ ଖାଦ୍ୟ ଦିଆଯାଉନଥିବା ଅଭିଯୋଗ ଆଣି ଗଞ୍ଜାମ ଜିଲାର ଦୁଇଟି କେନ୍ଦ୍ରରେ ଶତାଧିକ ପ୍ରବାସୀ ସଙ୍ଗରୋଧ ବାରଣ ନ ମାନି ପଳାଇ ଯାଇଥିଲେ। ସେହିପରି ଗଞ୍ଜାମ ବ୍ଲକର ସୁବଳୟା ପଞ୍ଚାୟତରେ ମଧ୍ୟାହ୍ନ ଭୋଜନରେ ଦିଆଯାଇଥିବା ଭାତ ଡ଼ାଲମାକୁ ଫିଙ୍ଗିଛନ୍ତି ସଙ୍ଗରୋଧ କେନ୍ଦ୍ର ଅନ୍ତେବାସୀ। ଖାଦ୍ୟର ମାନକୁ ନେଇ ସେମାନେ ପ୍ରଶ୍ନ ଉଠାଇ ଏପରି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି। ଏହାପରେ ସଙ୍ଗରୋଧ କେନ୍ଦ୍ର ଅନ୍ତେବାସୀଙ୍କୁ କିଭଳି ଖାଇବାକୁ ଦିଆଯିବ ସେଥିନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଏକ ଖାଦ୍ୟ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ତାଲିକାରେ ସକାଳ ଓ ସନ୍ଧ୍ୟା ଜଳଖିଆ ସହିତ ମଧ୍ୟାହ୍ନ ଓ ରାତ୍ର ଭୋଜନରେ ସଙ୍ଗରୋଧ ଅନ୍ତେବାସୀଙ୍କୁ କ’ଣ ଖାଦ୍ୟ ଦିଆଯିବ ତାହା ଦର୍ଶଯାଇଛି। ଏଥର ଖାଦ୍ୟ ତାଲିକାରେ ସପ୍ତାହକୁ ତିନିଥର ଆମିଷ ଦେବାକୁ ଗଞ୍ଜାମ ଜିଲାପାଳ କହିଥିବାବେଳେ ଖାଦ୍ୟ ତାଲିକାରେ ଅଣ୍ଡା, ମାଛ, ଚିକେନ, ପନୀର, ଛତୁ ମଧ୍ୟ ସାମିଲ କରାଯାଇଛି। ବାର ଅନୁସାରେ ଅନ୍ତେବାସୀଙ୍କୁ ଖାଦ୍ୟ ଦିଆଯିବ ବୋଲି ଗଞ୍ଜାମ ଜିଲାପାଳ ନିର୍ଦେଶ ଜାରି କରିଛନ୍ତି।

ସୋମବାର: ସକାଳ ଜଳଖିଆରେ ପୁରୀ ଓ ଆଳୁ ତରକାରୀ, ମଧ୍ୟାହ୍ନ ଭୋଜନରେ ଭାତ, ଡାଲମା, ମିକ୍ସ ଭଭଜା, ସନ୍ଧ୍ୟା ଜଳଖିଆରେ ଚା, ଲୁଣି ବିସ୍କୁଟ, ରାତ୍ର ଭୋଜନରେ ଭାତ, ଡାଲମା,ଟମାଟୋ ଖଟା ଦିଆଯିବ।

ମଙ୍ଗଳବାର: ସକାଳ ଜଳଖିଆରେ ଚୁଡ଼ା ଉପମା, ଆଳୁ ମଟର। ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ଅଣ୍ଡା ତରକାରୀ ଓ ନିରାମିଷଙ୍କ ପାଇଁ ଆଳୁ ପୋଟଳ ତରକାରୀ। ସନ୍ଧ୍ୟା ଜଳଖିଆରେ ଚା, ମୁଢ଼ି ମିକ୍ସଚର ଏବଂ ରାତ୍ର ଭୋଜରେ ଭାତ, ଡାଲି ଓ ମିକ୍ସ ଭଜା

ବୁଧବାର: ସକାଳ ଜଳଖିଆରେ ସୁଜି ଉପମା ଓ ଆଳୁମଟର, ମଧ୍ୟାହ୍ନ ଭୋଜନରେ ଭାତ,ଡାଲି ଅଣ୍ଡା ତରକାରୀ ଓ ନିରାମିଷଙ୍କ ପାଇଁ ଅଣ୍ଡା ତରକାରୀ, ସନ୍ଧ୍ୟା ଜଳଖିଆରେ ଚା, ମିଠା ବିସ୍କୁଟ, ରାତ୍ର ଭୋଜନରେ ଭାତ, ଡାଲି ଓ ଛୋଲେ ମସଲା

ଗୁରୁବାର: ସକାଳ ଜଳଖିଆରେ ଚୁଡ଼ା ଉପମା ଓ ଆଳୁ ମଟର, ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ଆମ୍ବଖଟା, ସନ୍ଧ୍ୟା ଜଳଖିଆରେ ଚା, ଲୁରି ବିସ୍କୁଟ, ରାତ୍ର ଭୋଜନରେ ଭାତ, ଡାଲି ଓ ସୋୟା ପୋଟଳ ତରକାରୀ

ଶୁକ୍ରବାର: ସକାଳ ଜଳଖିଆରେ ସେମିୟା ଉପମା ଓ ଆଳୁ ମଟର, ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ଅଣ୍ଡା ତରକାରୀ ଓ ନିରାମିଷଙ୍କ ପାଇଁ ଆଳୁ ପୋଟଳ ତରକାରୀ, ସନ୍ଧ୍ୟା ଜଳଖିଆରେ ଚା, ମୁଢ଼ି ମିକ୍ସଚର, ରାତ୍ର ଭୋଜନରେ ଭାତ, ଡାଲି ମିକ୍ସ ଭଜା

ଶନିବାର: ସକାଳ ଜଳଖିଆରେ ଚୁଡ଼ା ଉପମା ଓ ଆଳୁ ମଟର, ମଧ୍ୟାହ୍ନ ଭୋଜନରେ ଭାତ, ସାମ୍ବର, ମିକ୍ସ ଭଜା, ସନ୍ଧ୍ୟା ଜଳଖିଆରେ ଚା’ ମିଠା ବିସ୍କୁଟ, ରାତ୍ର ଭୋଜନରେ ଭାତ, ଡାଲମା, ଆମ୍ବ ଖଟା

ରବିବାର: ସକାଳ ଜଳଖିଆରେ ଉପମା ମସଲା, ମଧ୍ୟାହ୍ନ ଭୋଜନରେ ଭାତ,ଡାଲି, ମାଛ/ଚିକେନ, ନିରାମିଷଙ୍କପାଇଁ ପନୀର/ଛତୁ, ସନ୍ଧ୍ୟା ଜଳଖିଆରେ ଚା, ମୁଢ଼ି ମିକ୍ସର, ରାତ୍ର ଭୋଜନରେ ଭାତ, ଡାଲି ଓ ଛୋଲେ ମସଲା

ଛଅ ବର୍ଷରୁ କମ୍‍ ଶିଶୁମାନଙ୍କୁ ସକାଳ ଓ ସନ୍ଧ୍ୟାରେ କ୍ଷୀର ସହ ବିସ୍କୁଟ ଏବଂ ୧୪ ଦିନ ପାଇଁ ୫୦୦ ଗ୍ରାମ ଏକ ହଲିକ୍ସ ପ୍ୟାକେଟ୍‍ ଦିଆଯିବ। ସହର ଅଞ୍ଚଳରେ ତଥା ଅନ୍ୟାନ୍ୟ ସୁବିଧା ଥିବା ଗ୍ରାମାଞ୍ଚଳରେ ସପ୍ତାହରେ ସକାଳ ଜଳଖିଆ ଦୁଇରୁ ତିନିଥର ଉପମା ତରକାରୀ ପରିବର୍ତ୍ତେ ଇଡିଲି ଓ ସାମ୍ବାର ବା ଇଡିଲି ତରକାରୀ ମଧ୍ୟ ଯୋଗାଇ ଦିଆଯାଇପାରିବ ବୋଲି ଗଞ୍ଜାମ ଜିଲାପାଳ ସୂଚନା ଦେଇଛନ୍ତି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories