ଗଞ୍ଜାମରେ ପୁଣି ଲକଡାଉନ ନିୟମ ପରିବର୍ତ୍ତନ କଲେ ଜିଲାପାଳ
ଛତ୍ରପୁର: ଗଞ୍ଜାମ ଜିଲାରେ ପୁଣି ଲକଡାଉନ ନିୟମ ପରିବର୍ତ୍ତନ କରିଛନ୍ତି ଜିଲାପାଳ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ୨୦ ତାରିଖରୁ ଜିଲାରେ ନିୟମ କୋହଳ କରାଯିବ ବୋଲି ଗତ ରବିବାର କହିଥିଲେ। କିନ୍ତୁ ସୋମବାର ପୁଣି ଥରେ ଟ୍ବିଟ୍ କରି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅତ୍ୟାଆଵଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି କହିଛନ୍ତି। ସାମାଜିକ ଦୂରତାକୁ ନିଶ୍ଚିତ କରିବା ଏବଂ ଖରାତାତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି। ତେବେ ଔଷଧ ଦୋକାନ ଓ କ୍ଲିନିକ ଖୋଲିବାରେ କୌଣସି କଟକଣା ଲାଗୁ କରାଯାଇ ନାହିଁ। ସେହିପରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଚାଲୁ ରହିବ ବୋଲି କୁହାଯାଇଛି।
Comments are closed.