www.samajalive.in
Sunday, December 7, 2025
13.1 C
Bhubaneswar

କରୋନା ରୋଗୀଙ୍କୁ ଖାଦ୍ୟ, ଔଷଧ ଯୋଗାଇଲା ରୋବୋଟ୍‌

ରାଞ୍ଚି: ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେମାନେ ଏହି ଭୂତାଣୁ ଦ୍ବାରା ମଧ୍ୟ ସଂକ୍ରମିତ ହେଉଛନ୍ତି। ଏପରି କି ଏହାଦ୍ବାରା ଅନେକ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି କରୋନା ରୋଗୀ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଯଥାସମ୍ଭବ ଦୂରତା ରକ୍ଷା କରିବା ଲାଗି ବଡ଼ ବିକଳ୍ପ ସାଜିଛି ରୋବୋଟ। ସ୍ବାସ୍ଥ୍ୟକର୍ମୀମାନେ ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ନ ଆସିବା ଲାଗି ସେମାନଙ୍କୁ ଔଷଧ ଏବଂ ଖାଦ୍ୟ ଯୋଗାଇବା କାର୍ଯ୍ୟ କରୁଛି ରୋବୋଟ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଚାଇବାସା ଜିଲାରେ। ଚାଇବାସା ଜିଲା ଦେଶର ପ୍ରଥମ ଜିଲାଭାବେ ରୋବୋଟକୁ କରୋନା ରୋଗୀଙ୍କ ସେବାରେ ନିୟୋଜିତ କରିଛି। ଫଳରେ ଏବେ ଆକ୍ରାନ୍ତମାନଙ୍କୁ ଖାଦ୍ୟ ଏବଂ ଔଷଧ ବାଣ୍ଟିବାକୁ ସ୍ବାସ୍ଥ୍ୟକର୍ମୀମାନଙ୍କର ଆବଶ୍ୟକତା ପଡୁନାହିଁ।

ଏହି ରୋବୋଟ ରିମୋର୍ଟ ଦ୍ବାରା ପରିଚାଳିତ ହେଉଛି। ଏହାର ନାମ ରଖାଯାଇଛି ‘କୋବୋଟ’। ଚାଇବାସା ଜିଲାର ଡିଡିସି ଆଦିତ୍ୟ ରଞ୍ଜନ ୩ ଦିନ ଭିତରେ ୨୫ ହଜାର ଟଙ୍କାରୁ କମ୍‌ ଖର୍ଚ୍ଚରେ ଏହି ରୋବୋଟ ତିଆରି କରିଛନ୍ତି। ଏହାର ସାମ୍ନା ପଟେ କ୍ୟାମେରା ଲଗାଯାଇଛି, ଯାହାଦ୍ବାରା ସମ୍ମୁଖର ଦୃଶ୍ୟ ଉତ୍ତୋଳିତ ହେଉଛି। ଏହି ଦୃଶ୍ୟ ଜରିଆରେ ଅପରେଟର ତାହାକୁ ଅପରେଟ କରିବେ। ଏଥିରେ ସ୍ପିକର ମଧ୍ୟ ଖଞ୍ଜାଯାଇଛି, ଯାହାଦ୍ବାରା ରୋଗୀମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯାଉଛି। ଏହି ‘କୋବୋଟ’ରେ ୩୦ କିଲୋଗ୍ରାମ ଓଜନର ସାମଗ୍ରୀ ସ୍ଥାନାନ୍ତର କରାଯାଇପାରୁଛି। ୨୦୦ ମିଟର ଦୂରରୁ ଏହାକୁ ଅପରେଟ କରାଯାଇପାରିବ। ରୋଗୀଙ୍କୁ ଔଷଧ ଏବଂ ଖାଦ୍ୟ ବାଣ୍ଟି ଫେରିବା ପରେ ଏହାକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯାଇ ପାରିବ। କାରଣ ଏହାକୁ ୱାଟରଫ୍ରୁଫ କରାଯାଇଛି।

- Advertisement -

ଏ ସମ୍ପର୍କରେ ଆଦିତ୍ୟ କହିଛନ୍ତି, ସ୍ବାସ୍ଥ୍ୟକର୍ମୀମାନେ ସଂକ୍ରମିତଙ୍କ ସହିତ ଯେପରି ଯଥାସମ୍ଭବ କମ୍‌ ସଂସ୍ପର୍ଶରେ ଆସିବେ ତାହାକୁ ଦୃଷ୍ଟିରେ ରଖି ଏହାକୁ ତିଆରି କରାଯାଇଛି। ଏପରି କି ସ୍ବାସ୍ଥ୍ୟକର୍ମୀମାନେ ଆଦୌ ସଂକ୍ରମିତଙ୍କ ସଂସ୍ପର୍ଶରେ ନ ଆସିବା ଆହୁରି ଭଲ। ଇନ୍ଦୋରରେ ଅନେକ ଡାକ୍ତର ସଂକ୍ରମିତ ହୋଇଛନ୍ତି। ସ୍ବାସ୍ଥ୍ୟ କର୍ମୀମାନେ ବି ସଂକ୍ରମିତ ହୋଇଛନ୍ତି। ତେଣୁ ସେମାନଙ୍କ ଜୀବନ ରକ୍ଷା ପାଇଁ ଏହାର ନିର୍ମାଣ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories