www.samajalive.in
Monday, December 15, 2025
16.1 C
Bhubaneswar

ଭୋକିଲା ମାଙ୍କଡ ମାନଙ୍କୁ ଖାଦ୍ୟ ଦେଲେ ଏସଏସଜି ମହିଳା

ଲାଞ୍ଜିଗଡ଼ :  କରୋନା ମୁକାବିଲା ପାଇଁ ସବୁ ଆଡେ ଲକ୍‍ଡାଉନ୍‍ ଥିବା ବେଳେ ଅନେକ ଗରିବ ନିରିହ କାମଧନ୍ଦାକୁ ଯାଇ ନପାରି ଘରେ ବସି ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ସହଯୋଗର ହାତ ବଢାଇଥିବା ବେଳେ ଅନେକ ସମସଜସେବି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକ ମଧ୍ୟ ଅସହାୟ ପରିବାର ମାନଙ୍କୁ ବିଭିନ୍ନ ଗାଁକୁ ଯାଇ ସାହାଯ୍ୟ ସହଯୋଗ କରୁଛନ୍ତି। ହେଲେ ଭବାନୀପାଟଣାରୁ ବିଶ୍ୱନାଥପୁରକୁ ଯାଉଥିବା ବଞ୍ଜାରୀଘାଟି, ଢେପଗୁଡା ଘାଟି, ଶିକେରକୁପା ଆଦି ଅଞ୍ଚଳରେ ଶହଶହ ମାଙ୍କଡ ଭୋକିଲା ରହୁଥିଲେ। ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡରୋଡର ଯୋଗମୟା ଏସଏସଜି ଗ୍ରୁପର ମହିଳା ଗୋଷ୍ଠି ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇଛନ୍ତି।

- Advertisement -

ଏହି ମହିଳା ଗୋଷ୍ଠିର ସଭାପତି ସରୋଜିନି ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଏକ ବୋଲେରୋ ପିକଅପ୍‍ ଭ୍ୟାନରେ ବଞ୍ଜାରୀ ଘାଟି ଠାରୁ ଢେପଗୁଡା ଘାଟି ପର୍ଯ୍ୟନ୍ତ ସମସ୍ତ ମାଙ୍କଡ ମାନଙ୍କୁ ଖାଦ୍ୟ ପ୍ରଦାନ କରିଛନ୍ତି। ଲକ୍‍ଡାଉନ୍‍ ନସରିବା ପର୍ଯ୍ୟନ୍ତ ସମସ୍ତ ମାଙ୍କଡଙ୍କୁ ଆହାର ଯୋଗାଇ ଦିଆଯିବ ବୋଲି ସଭାପତି ଶ୍ରୀମତି ପ୍ରଧାନ କହିଛନ୍ତି। ପୁର୍ବରୁ ଏହି ରାସ୍ତାରେ ଟ୍ରକ,ବସ ଓ ଛୋଟବଡ ସମସ୍ତ ଯାନ ବାହାନ ଡ୍ରାଇଭର ଓ ପାସେଞ୍ଜର ମାନେ ମାଙ୍କଡ ମାନଙ୍କୁ ପ୍ରତିଦିନ ଖାଦ୍ୟ ଦେଉଥିଲେ ହେଲେ ଲକ୍‍ଡାଉନ୍‍ ହେଲା ଦିନ ଠାରୁ ଗାଡି ମୋଟର ସବୁ ବନ୍ଦ ହେଲା ପରେ ଖାଇବାକୁ ନପାଇ ସହର ମୁହାଁ ହେଉଥିଲେ ଏହାକୁ ଦୃଷ୍ଟିରେ ରଖି ଏସଏସଜି ସଦସ୍ୟା ମାନେ ଏହି ପଦକ୍ଷେପ ନେଇଥିବା କହିଛନ୍ତି। ଏହି ଖାଦ୍ୟ ବଣ୍ଟନରେ ଯୋଗମାୟା ଗ୍ରୁପର ସମ୍‍ପାଦିକା ଉର୍ମିଳା ପଟ୍ଟନାୟକ,ମଞ୍ଜୁଲତା ଓଝା,କୁମୁଦିନି ସତପଥି,ବିଷ୍ଣୁପ୍ରିୟା ମହାନ୍ତି, ଚମ୍ପା ମାଝୀ,ମଧୁ କୁମାରୀ ପ୍ରଧାନ,ଲକ୍ଷ୍ମୀ ତାଣ୍ଡି,ଗୋଲାପି ତାଣ୍ଡି ଓ ଅଞ୍ଜନା ତାଣ୍ଡି ପ୍ରମୁଖ ସହଯୋଗ କରିଥିଲେ।

Hot this week

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

Related Articles

Popular Categories