www.samajalive.in
Monday, December 15, 2025
24.1 C
Bhubaneswar

କରୋନା ତାଲାବନ୍ଦ : କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁ

କରୋନା ପାଇଁ ଲକ୍‌ଡାଉନ୍‌ କଟକଣା ଯୋଗୁଁ ରାଜ୍ୟବାସୀ ସ୍ବାସ୍ଥ୍ୟ ସୁରକ୍ଷିତ ହୋଇଥିଲେ ହେଁ ଅନ୍ୟାନ୍ୟ କେତେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ‘ସମାଜ’ ପକ୍ଷରୁ ପ୍ରୟାସ କରାଯାଇଛି। ଏଥିପାଇଁ ପ୍ରଦତ୍ତ ହ୍ବାଟ୍‌ସ ଆପ୍‌ ନମ୍ବର – ୯୭୭୬୨୨୩୦୨୪ରେ ହସ୍ତଗତ ହୋଇଥିବା ଲୋକଙ୍କ ସମସ୍ୟା ଏହି ସ୍ତମ୍ଭରେ ଉପସ୍ଥାପିତ।

ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏକକ ଦର ତାଲିକା ରହୁ
ଏବେ ବଜାରରେ ଦେଖାଯାଉଛି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରରେ କୌଣସି ତାଳମେଳ ନାହିଁ। ଯେପରି ୩ କିଲୋ ଆଳୁ ୬୦ଟଙ୍କାରୁ ୭୦ ଟଙ୍କା ଏବଂ ୩ କିଲୋ ପିଆଜ ୬୫ ଟଙ୍କାରୁ ୯୦ ଟଙ୍କା ଯାଏ ବିକ୍ରି ହେଉଛି। ସରକାର ନିୟମ କରୁଛନ୍ତି ଘର ପାଖରୁ କିଣ, ଚାଲିଚାଲି ଯାଏ। ଭଲ କଥା, କିନ୍ତୁ ସରକାର ଯଦି ପ୍ରତି ଦୋକାନରେ ଏକ ଦର ତାଲିକା ଲଗାଇବାକୁ ନିର୍ଦ୍ଦେଶ ଦିଅନ୍ତେ ସାଧାରଣ ଲୋକେ ଠକାମୀର ଶିକାର ହୁଅନ୍ତେ ନାହିଁ।
ବିଷ୍ଣୁପ୍ରସାଦ ଦାସ, ଝାଞ୍ଜିରୀମଙ୍ଗଳା, କଟକ

- Advertisement -

ତାଲାବନ୍ଦରେ କଳାକାର ଉପାୟଶୂନ୍ୟ
ରାଜ୍ୟର ଅନେକ କଳାକାର ଅଛନ୍ତି ଯେଉଁମାନେ କଳାକାର ଅଛନ୍ତି, ଯେଉଁମାନେ ପଞ୍ଜିକୃତ ହୋଇନାହାନ୍ତି। ନୃତ୍ୟଶିଳ୍ପୀ, ନାଟକର ଅଭିନେତା/ଅଭିନେତ୍ରୀ, କଣ୍ଠଶିଳ୍ପୀ, ବାଦ୍ୟଶିଳ୍ପୀ, ଆଲୋକ ସଞ୍ଚାଳକ, ମେକ୍‍ ଅପ୍‍ ମ୍ୟାନ୍‍ ଓ କ୍ରାଫ୍ଟ କାମ ଆଦି ଭାବେ ବହୁ କଳାକାର ନିଜକୁ ସମର୍ପିତ କରିଛନ୍ତି। ଏବେ ସମସ୍ତ ସାଂସ୍କୃତିକ ମହୋତ୍ସବ ବନ୍ଦ ରହିଥିବାରୁ ସେମାନଙ୍କ ପରିବାରକୁ ଖାଦ୍ୟ ଯୋଗାଇବା କଷ୍ଟସାଧ୍ୟ ହୋଇଛି। ଘରୁ ବାହାରିବାର ଉପାୟ ନାହିଁ। ସରକାର ଦୟାପୂର୍ବକ ଦୃଷ୍ଟି ଦେବାକୁ ଅନୁରୋଧ।
ଅଶୋକ କର, ଦାମନଯୋଡ଼ି

ଅନ୍‍ଲାଇନ୍‍ ପ୍ରତିଯୋଗିତା ହେଉ
ତାଲାବନ୍ଦ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ତଥା ସମୟର ସଦୁପଯୋଗ ପାଇଁ ପଦକ୍ଷେପ ନେବା ଉଚିତ୍‍। ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ଅର୍ଥରାଶି ଓ ପ୍ରମାଣପତ୍ର ସହ ପୁରସ୍କୃତ କରାଗଲେ ଛାତ୍ରଛାତ୍ରୀମାନେ ଉତ୍ସାହିତ ହେବେ। ଏହାଦ୍ୱାରା ସେମାନଙ୍କ ସାଧାରଣ ଜ୍ଞାନ, ସୃଜନଶୀଳତାର ବିକାଶ ହେବ।
ପ୍ରଭଞ୍ଜନ ପଲାଇ, ଛାତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ

କମ୍‍ ଦିନରେ ପାଠପଢ଼ା ପାଇଁ ସ୍ୱତନ୍ତ୍ର ଖସଡ଼ା ହେଉ
ତାଲାବନ୍ଦ ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ବ୍ୟାପକ ସମସ୍ୟା ଦେଖାଦେଇଛି। ଛାତ୍ରଛାତ୍ରୀମାନେ ବାର୍ଷିକ ପରୀକ୍ଷା ନଦେଇ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ପରଶ୍ରେଣୀକୁ ଉନ୍ନୀତ ହୋଇଛନ୍ତି। ଏବେ ପର ଶ୍ରେଣୀର ପାଠକୁ ସେମାନେ ସମ୍ପୂର୍ଣ୍ଣ ଅନ୍ଧାରରେ। ତେଣୁ କମ୍‍ ଦିନରେ ପାଠପଢ଼ା ଶେଷ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯାଉ।
ସୁମନ୍ତ ମଲ୍ଲିକ, ଛାତ୍ର, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, କଟକ

ଦୁଗ୍ଧଚାଷୀଙ୍କ କଥା ଚିନ୍ତା କରାଯାଉ
ତାଲାବନ୍ଦ ସମୟରେ ଦୋକାନ ବଜାର ବନ୍ଦ ଥିବା କାରଣରୁ ଦୁଗ୍ଧଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ମୁଁ ଜଣେ ଦୁଗ୍ଧଚାଷୀ ହିସାବରେ ଦୈନିକ ୧୪ ଲିଟର ଦୁଗ୍ଧ ଉତ୍ପାଦନ କରେ। ମାତ୍ର ଏବେ ଏସବୁ ବିକ୍ରି ହେଉନଥିବାରୁ ମୋର ପରିବାର ଚଳିବା ଓ ଗାଈକୁ ଦାନା ଦେବା କଷ୍ଟକର ହୋଇଛି। ତେଣୁ ଦୈନିକ ଲସି ଦୋକାନ ଓ ମିଠା ଦୋକାନ କିଛି ସମୟ ପାଇଁ ଖୋଲାଯାଉ।
କୁନୁ ଦନ୍ତା, ପୁଇଁତଲା, ବଲାଙ୍ଗିର

ରାସନ ପାଇଁ ଅନୁସନ୍ଧାନମୂଳକ ପଦକ୍ଷେପ ଲୋଡ଼ା
ଆମ ଅଞ୍ଚଳରେ ବାସ କରୁଥିବା ଅନେକ ପରିବାର ରାସନ କାର୍ଡ ପାଇନାହାନ୍ତି। ଏବେ କରୋନା ତାଲାବନ୍ଦ ପାଇଁ ସେମାନେ ରୋଜଗାରହୀନ ହୋଇ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ଏଭଳି ଲୋକଙ୍କ ପାଇଁ ସରକାର ଅନୁସନ୍ଧାନ ମୂଳକ ପଦକ୍ଷେପ ଗ୍ରହଣ କରି ସରକାରୀ ସହାୟତା ରାସନ ଯୋଗାଇବାର ବ୍ୟବସ୍ଥା କଲେ ଅଧିବାସୀମାନେ ଉପକୃତ ହୋଇପାରନ୍ତୁ।
ଅକ୍ଷୟ କୁମାର ମହାପାତ୍ର, ରାଜନଗର ପାଟଣା, ଶ୍ୟାମପୁର, କଟକ

ପ୍ରବେଶିକା ପରୀକ୍ଷା ଆବେଦନ ସୀମା ବୃଦ୍ଧି ସହ ଦେୟ ଛାଡ଼ ହେଉ
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ବିଭିନ୍ନ ପାଠ୍ୟକ୍ରମ ନିମନ୍ତେ ଆବେଦନର ଶେଷ ତାରିଖ ଏପ୍ରିଲ ୨୫ ରଖାଯାଇଛି। ସାରାଦେଶରେ ତାଲାବନ୍ଦ ଯୋଗୁଁ ଜନସେବା କେନ୍ଦ୍ରଗୁଡ଼ିକ ବନ୍ଦ ଥିବାରୁ ପିଜି, ଏମ୍‍ଫିଲ୍‍, ପିଏଚ୍‍ଡି ଓ ୟୁଜିସିନେଟ୍‍ର ଆବେଦନ ସମୟ ସୀମା ବୃଦ୍ଧି କରାଯିବା ସହ ପରୀକ୍ଷା ଦେୟ ଛାଡ଼ କରାଯାଉ।
ସୌଭାଗ୍ୟ ରାଉତ, ଧର୍ମଶାଳା, ଯାଜପୁର

ରୋଗୀଙ୍କ ପାଇଁ ତାଲାବନ୍ଦ ଅଭିଶାପ
ସରକାରଙ୍କ କଡ଼ା ପଦକ୍ଷେପ ଯୋଗୁଁ ପୁରାତନ ରୋଗ ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ତାଲାବନ୍ଦ ଅଭିଶାପ ପାଲଟିଛି। ବିଶେଷ କରି ମଧୁମେହ ରୋଗୀ, ହୃଦରୋଗୀ, କର୍କଟ ରୋଗୀଙ୍କର ଔଷଧ ସ୍ଥାନୀୟ ଅଞ୍ଚଳରେ ମିଳୁନଥିବାରୁ ଜିଲା ପାର ହୋଇଯିବାକୁ ପଡ଼ୁଛି। ମାତ୍ର ଉପଯୁକ୍ତ ଡାକ୍ତରୀ କାଗଜ ଓ ପ୍ରମାଣ ନଥିଲେ ପୁଲିସ ଛାଡ଼ୁ ନାହିଁ, କେତେକ ସ୍ଥାନରେ ମାଡ଼ ମଧ୍ୟ ମରାଯାଉଛି। ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ।
ଏମ୍‍.ଏମ୍‍. ବଦ୍ରିସ୍‍, କେନ୍ଦ୍ରାପଡ଼ା

ପାଣି ଆଣିବାକୁ ଗଲେ ପୁଲିସ ମାଡ଼
କେନ୍ଦ୍ରାପଡ଼ାର ରାଜନଗର ଅଞ୍ଚଳରେ ପାଇପ ଜଳଯୋଗାଣ ଠିକ ଭାବେ ହେଉନାହିଁ। ସ୍ଥାନୀୟ ଜଳଯୋଗାଣ କାର୍ୟ୍ୟାଳୟରେ ଏ ବାବଦରେ ଜଣାଇଲେ ବି କିଛି କାର୍ୟ୍ୟାନୁଷ୍ଠାନ ନିଆଯାଉନାହିଁ। ନଳକୂପ ନିକଟରେ ଭିଡ଼ ଜମାଇଲେ ପୁଲିସଠାରୁ ମାଡ଼ ଖାଇବାକୁ ପଡ଼ୁଛି। ଘରକୁ ପାଇପ୍‍ରେ ପାଣି ଆସୁନଥିବା ବେଳେ ନଳକୂପରୁ ପାଣି ଆଣିବାକୁ ଯାଇହେଉନାହିଁ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ନିବେଦନ।
ପ୍ରମୋଦ କୁମାର ସେଠୀ, ରାଜନଗର, କେନ୍ଦ୍ରାପଡ଼ା

ସରିନି ଆଇସିଏସ୍‍ଇ ଦଶମ ବୋର୍ଡ ପରୀକ୍ଷା
ମାର୍ଚ୍ଚ ୧୯ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଥିବା ବେଳେ ତାଲାବନ୍ଦର ଅବଧି କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ସିବିଏସ୍‍ଇ ଓ ବିଏସ୍‍ଇ ଦଶମ ବୋର୍ଡର ସମସ୍ତ ବିଷୟ ପରୀକ୍ଷା ଶେଷ ହୋଇଥିବା ବେଳେ ଆଇସିଏସ୍‍ଇ ଦଶମ ବୋର୍ଡର ୩ଟି ବିଷୟରେ ପରୀକ୍ଷା ବାକି ରହିଛି। ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲର ଅଭିଭାବକ ମହେଶ କୁମାର ରାୟଙ୍କ ସୂଚନା ଅନୁସାରେ ଆସନ୍ତା ବର୍ଷ ପାଇଁ ଅନ୍ୟ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଇସିଏସ୍‍ଇର ପରୀକ୍ଷା ଏଯାଏ ସରିନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ଏ ବିଷୟରେ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ଶ୍ରୀ ରାୟ ଅନୁରୋଧ କରିଛନ୍ତି।
ମହେଶ କୁମାର ରାୟ, ଭୁବନେଶ୍ୱର

ଜଟଣୀରେ ବୁଲା ବିକାଳିଙ୍କୁ ମିଳିନି ସହାୟତା
ଜଟଣୀ ସହରର ଗଜପତି ନଗର ଅଞ୍ଚଳରେ ୨୦ ବର୍ଷ ଧରି ବାସ କରୁଥିବା ବୁଲା ବିକାଳିମାନେ ଏବେ ବେରୋଜଗାର ହୋଇଛନ୍ତି। ସରକାର ସେମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ଘୋଷଣା କରିସାରିଛନ୍ତି। ସେମାନେ ସରକାରୀ ଭାବେ ଚିହ୍ନଟ ହୋଇଥିବା ବେଳେ ଏଯାଏ ସେମାନଙ୍କୁ କୌଣସି ସହାୟତା ମିଳିନାହିଁ। ଫଳରେ ସେମାନେ ଅତ୍ୟନ୍ତ ଦୁର୍ଦ୍ଦଶାରେ ପରିବାର ସହ ଦିନ କାଟୁଛନ୍ତି। ତୁରନ୍ତ ସେମାନଙ୍କୁ ସହାୟତା ଯୋଗାଇଦେବାକୁ ସେମାନେ ନିବେଦନ କରିଛନ୍ତି।

ସାଇକଲ ମରାମତି ଦୋକାନ ଖୋଲୁ
ତାଲାବନ୍ଦ ସମୟରେ ଜରୁରି କାମ ଥ୍‍ôଲେ ସାଇକେଲ ନେଇ ଯିବାକୁ ଅନୁମତି ଦିଆଯାଇଛି। ମାତ୍ର ସାଇକେଲ ମରାମତି ଓ ପାର୍ଟ୍ସ ଦୋକାନ ଦୋକାନ ଖୋଲାଯାଇନାହିଁ। ବହୁ ଦିନ ହେବ ବ୍ୟବହାର ନ ହୋଇ ପଡ଼ିରହିଥିବା ସାଇକେଲଗୁଡ଼ିକ ସଚଳ କରିବା ତଥା ଚାଲୁଥିବା ସାଇକେଲର ମରାମତି ପାଇଁ ଦୋକାନଗୁଡ଼ିକୁ ଖୋଲାଯିବା ନିହାତି ଆବଶ୍ୟକ। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ କଟକ ଜିଲା ୪୨ ମୌଜାର ଝାରକଟା ନିବାସୀ ଶିଶିର ରଞ୍ଜନ ଲେଙ୍କା ନିବେଦନ କରିଛନ୍ତି।

ଶିଶିର ରଞ୍ଜନ ଲେଙ୍କା, କଟକ

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories