www.samajalive.in
Monday, December 15, 2025
16.1 C
Bhubaneswar

ଓଡ଼ିଆ ଯୁବକଙ୍କ ସୋଲାର ସାନିଟାଇଜିଂ ମେସିନ

ଭୁବନେଶ୍ୱର(ସୁଚିସ୍ମିତା ସାହୁ): କରୋନାରୁ ମୁକ୍ତି ପାଇଁ ସାମାଜିକ ଦୂରତ୍ୱ ଏବଂ ସାନିଟାଇଜିଂ ଏକମାତ୍ର ପନ୍ଥା। ଏଥିପାଇଁ ଢେଙ୍କାନାଳ ଜିଲା ନୂଆ ଗାଁର ସନ୍ତୋଷ କୁମାର ସ୍ୱାଇଁ ଉଦ୍ଭାବନ କରିଛନ୍ତି ଡ୍ରାଏ ସାନିଟାଇଜର ସ୍କାନର ଓ ପୋର୍ଟେବୁଲ ସୋଲାର ସାନିଟାଇଜିଂ ମେସିନ। ଯାହା ଚର୍ଚ୍ଚାର ବିଷୟ ହୋଇଛି। ଏହି ମେସିନ ଦ୍ୱାରା ଖୁବ୍‍ କମ୍‍ ସମୟରେ ଜଣେ ବ୍ୟକ୍ତି ପୂରା ଦେହ ଓ ପୋଷାକକୁ ସାନିଟାଇଜିଂ କରିପାରିବ।
ଡ୍ରାଏ ସାନିଟାଇଜର ସ୍କାନରରେ ଗୋଟିଏ ୟୁଭି(ଅଲଟ୍ରା ଭାଓଲେଟ)ଲାଇଟ ଲାଗିଛି। ଏହି ଲାଇଟ ପୋଷାକରେ ଲାଗିଥିବା ସମସ୍ତ ଭୂତାଣୁ ମାରିବାରେ ସହାୟକ ହୋଇପାରିବ। ହସ୍ପିଟାଲରେ ଡାକ୍ତରମାନେ ବିଭିନ୍ନ ରୋଗୀଙ୍କ ସଂସ୍ପର୍ଶରେ ଆସୁଛନ୍ତି। ସେଥିପାଇଁ ସେମାନଙ୍କୁ ବାରମ୍ବାର ପୋଷାକ ପରିବର୍ତ୍ତନ କରିବାକୁ ପଡୁଛି। ନିଜକୁ କିପରି ସୁରକ୍ଷିତ ରଖିପାରିବେ ସେଥିପାଇଁ ଏହି ସ୍କ୍ରାନିଂ ମେସିନ ଉଦ୍ଭାବନ କରିଛନ୍ତି ଶ୍ରୀ ସ୍ୱାଇଁ। ହସ୍ପିଟାଲକୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ଏହି ମେସିନ ମାଧ୍ୟମରେ ହସ୍ପିଟାଲ ଭିତରକୁ ଯିବା ପୂର୍ବରୁ ଓ ଫେରିବା ସମୟରେ ପୋଷାକକୁ ସ୍କାନିଂ କରିପାରିବେ। ଫଳରେ ସଂକ୍ରମଣ ଭୟ ରହିବ ନାହିଁ। ଏହି ସ୍କାନିଂ ଲାଇଟ ସାଧାରଣ ଲୋକଙ୍କ ବ୍ୟବହାର ଉପଯୋଗୀ ନୁହେଁ। ଏହା କେବଳ ହସ୍ପିଟାଲରେ ହିଁ ବ୍ୟବହାର କରିବା ଉପଯୋଗୀ। ଡ୍ରାଏ ସାନିଟାଇଜର ସ୍କାନର ପାଇଁ ବେଶି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିନାହିଁ। ଆକ୍ୱାଗାର୍ଡରେ ବ୍ୟବହାର କରାଯାଉଥିବା ଲାଇଟ ସେ ବ୍ୟବହାର କରିଛନ୍ତି। ବଜାରରେ ୟୁଭି ଲାଇଟ ମିଳିବା କଷ୍ଟକର ହୋଇଥିବାରୁ ସେ ଆକ୍ୱାଗାର୍ଡ ଲାଇଟ ବ୍ୟବହାର କରିଛନ୍ତି।
ପୋର୍ଟେବୁଲ ସୋଲାର ସାନିଟାଇଜିଂ ମେସିନରେ ଥିବା ଏକ ସ୍ୱତନ୍ତ୍ର ଚ୍ୟାମ୍ବରରେ ଔଷଧଯୁକ୍ତ ପାଣି ସ୍ପ୍ରେ ହେବା ବ୍ୟବସ୍ଥା ଅଛି। ଏହା ଭିତରେ ପଶିଲେ ୨୦ ସେକେଣ୍ଡରେ ସମ୍ପୂର୍ଣ୍ଣ ଶରୀର ସାନିଟାଇଜିଂ ହେଉଛି। ଏହି ମେସିନ ପାଇଁ ବିଦ୍ୟୁତର ଜମା ବ୍ୟବହାର କରିବାକୁ ପଡ଼ିବ ନାହିଁ। ଏହି ମେସିନ ସୌରଚାଳିତ। ପାଣି ଯେପରି ଅନ୍ୟ କାହା ଦେହରେ ନ ପଡ଼ିବ ସେଥିପାଇଁ ଦୁଇ ପାର୍ଶ୍ବରେ ଅପ୍‍ଟିକ ଫାଇବର ଦିଆଯାଇଛି। କରୋନା ଭୂତାଣୁ ସଂକ୍ରମଣ ସମୟରେ ବାହାରେ କାମ କରୁଥିବା ଲୋକଙ୍କ ଲାଗି ଏହି ମେସିନ ଅତ୍ୟନ୍ତ ଉପାଦେୟ। ଫଳରେ ଲୋକଙ୍କୁ ବାରମ୍ବାର ଗାଧୋଇବାକୁ ପଡ଼ିବ ନାହିଁ କି ସେମାନଙ୍କୁ ଲୁଗାପଟା ଧୋଇବାକୁ ମଧ୍ୟ ପଡ଼ିବ ନାହିଁ। ଏହାଦ୍ୱାରା ୩ରୁ ୪ ଘଣ୍ଟା ସୁରକ୍ଷିତ ରହିପାରିବେ ବୋଲି ସନ୍ତୋଷ କହିଛନ୍ତି। ଏହି ମେସିନ ତିଆରି ପାଇଁ ମାତ୍ର ୧୫୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ରାଜ୍ୟର ବିଭିନ୍ନ ଜାଗାରେ ଏହି ମେସିନ ଲଗାଇବାକୁ ସେ ଯୋଜନା କରିଛନ୍ତି।

Hot this week

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

Related Articles

Popular Categories