www.samajalive.in
Tuesday, December 9, 2025
26.1 C
Bhubaneswar

ଚିନ୍ତା ବଢ଼ାଉଛି ‘ଫଲ୍ସ ନେଗେଟିଭ’; ଲକ୍ଷଣ ନ ଥାଇ ବି କରୋନା ପଜିଟିଭ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଫଲ୍ସ ନେଗେଟିଭ ରୋଗୀ ବା କୌଣସି ଲକ୍ଷଣ ନ ଥାଇ କରୋନାରେ ସଂକ୍ରମିତ ହେବା ରୋଗୀଙ୍କୁ ନେଇ ସରକାର ଚିନ୍ତାରେ ପଡ଼ିଛନ୍ତି। କରୋନାର ଏପରି ରୂପ ଅତି ଭୟଙ୍କର ବୋଲି କୁହାଯାଉଛି। କେବଳ ଭାରତ ନୁହେଁ ବିଶ୍ବରେ ୩୦ ପ୍ରତିଶତ କରୋନା ଆକ୍ରାନ୍ତ ଏହିଭଳି, ଯେଉଁମାନଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। କିନ୍ତୁ ସେମାନେ କରୋନାରେ ଆକ୍ରାନ୍ତ ହେବା ସହିତ ସେମାନଙ୍କ ଦ୍ବାରା ଅନ୍ୟମାନେ ସଂକ୍ରମିତ ହେଉଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସଂକ୍ରମଣ ବ୍ୟାପିବାକୁ ନେଇ ଉଦବେଗ ପ୍ରକାଙଶ କରିଛନ୍ତି। ସେ କହିଛନ୍ତି, ସ୍ବାସ୍ଥ୍ୟକର୍ମୀ କିପରି ସୁରକ୍ଷିତ ରହିବେ ସେଥିଲାଗି ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦୀକ୍ଷା ନାମକ ଟ୍ରେନିଂ ମଡ୍ୟୁଲ ପ୍ରସ୍ତୁତ କରିଛି, ଯେଉଁଥିରେ ନର୍ସିଂ ଷ୍ଟାଫ ଏବଂ ସମସ୍ତ ଭଲ୍ୟୁଣ୍ଟିୟରଙ୍କୁ ପ୍ରଶିକ୍ଷଣ ଦିଆଯିବ।

- Advertisement -

ଅନ୍ୟପଟେ ଭାରତରେ ଗତ ୩ଦିନ ମଧ୍ୟରେ ୧୪୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଦିନ ଭିତରେ ୩୮ ଜଣ ପ୍ରାଣ ହରାଇଛନ୍ତି। ଆକାନ୍ତ ସଂଖ୍ୟା ବଢୁଥିବାରୁ ଲୋକେ ସଚେତନ ହେବା ସହିତ ସତର୍କ ରହିବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମା​‌ନେ ପରାମର୍ଶ ଦେଇଛନ୍ତି। ଯୁଗ୍ମ ସଚିବ ଅଗ୍ରୱାଲ କହିଛନ୍ତି, କେନ୍ଦ୍ର ସରକାର ସଂକ୍ରମଣ ରୋକିବା ଲାଗି ରାଜ୍ୟଗୁଡ଼ିକ ସହିତ ମିଶି କାମ କରୁଛନ୍ତି। ମାମଲା ବଢ଼ିବା ସହିତ ଆମର ପଦକ୍ଷେପ ବି ଦ୍ରୁତତର ହେବାରେ ଲାଗିଛି। ସଂକ୍ରମଣର ଚେନ୍‌ ଭାଙ୍ଗିବା ଲାଗି ଆମେ ପ୍ରୟାସ ଜାରି ରଖିଛୁ। ଏଥିପାଇଁ ବିଭିନ୍ନ ରାଜ୍ୟରେ ହଟ୍‌ସ୍ପଟ ଅଞ୍ଚଳରେ ନିୟମକୁ କଡ଼ାକଡ଼ି କରାଯାଉଛି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories